Categories
ଆଜିର ଖବର ମନୋରଂଜନ ସିନେମା

ତାମିଲ ଫିଲ୍ମ କଇଥିର ହିନ୍ଦି ରିମେକ୍‌ରେ ଅଜୟ ଦେବଗନ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅଜୟ ଦେବଗନ ନିଜର ଅପ୍‌କମିଙ୍ଗ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି । 2019ର ତାମିଲ ଫିଲ୍ମ କଇଥିର ହିନ୍ଦି ରିମେକ୍‌ରେ ଅଜୟ ନଜର ଆସିବାକୁ ଯାଉଛନ୍ତି । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ଅଜୟ ଏହି ଘୋଷଣା କରିଛନ୍ତି । 2019ର ଏହି ତାମିଲ ବ୍ଲକ୍‌ବଷ୍ଟରରେ କର୍ଥୀଙ୍କ ଭୂମିକାରେ ନଜର ଆସିବେ ଅଜୟ । ବର୍ତ୍ତମାନ ମୈଦାନର ସୁଟିଂ କରୁଥିବା ଅଜୟ ଏହା ପରେ ଭୁଜ୍‌ ଏବଂ ପରେ କଇଥି ରିମେକ୍‌ର ସୁଟିଂ ଆରମ୍ଭ କରିବେ । ଫିଲ୍ମର କାହାଣୀ ଜେଲ୍‌ ଫେରନ୍ତା ଜଣେ କଏଦୀ ଉପରେ ଆଧାରିତ । ଜେଲ୍‌ରୁ ଫେରିବା ପରେ ପ୍ରଥମ ଥର ପାଇଁ ନିଜ ଝିଅକୁ ଭେଟିବାକୁ ଯାଉଥିବା ବେଳେ ଡ୍ରଗ୍‌ ମାଫିଆ ଏବଂ ପୋଲିସ୍‌ର ଜାଲରେ ଫସିଯାଇଛନ୍ତି । ଏହି ଫିଲ୍ମଟି ଫେବୃୟାରୀ 12, 2021ରେ ରିଲିଜ୍‌ ହେବା ନେଇ ଅଜୟ ଘୋଷଣା କରିଛନ୍ତି । ଏହା ବ୍ୟତିତ ରୋହିତ ସେଟ୍ଟୀଙ୍କ ସୂର୍ଯ୍ୟବଂଶୀ ଏବଂ ଆରଆରଆରରେ କ୍ୟାମିଓ ଭୂମିକାରେ ନଜର ଆସିବେ ।

Categories
ଆଜିର ଖବର ମନୋରଂଜନ

ରିଲିଜ୍‌ର ଦୁଇ ଦିନ ମଧ୍ୟରେ ବକ୍ସ ଅଫିସ୍‌ ବ୍ୟାଟେଲ୍‌ରେ ଆଗୁଆ ତାନାଜୀ

ମୁମ୍ବାଇ : 2020 ମସିହାରେ ବଲିଉଡ୍‌ ବକ୍ସ ଅଫିସ୍‌ ପ୍ରଦର୍ଶନ ବଢିଆ ରହିଛି । ବର୍ଷର ପ୍ରଥମ ରିଲିଜ୍‌ ତାନାଜୀ ଏବଂ ଛପାକ୍‌ ରିଲିଜ୍‌ ହୋଇଛି । ଚଳିତ ଶୁକ୍ରବାର ଅଜୟ ଦେବଗନ ଅଭିନୀତ ତାନାଜୀ ଏବଂ ଦୀପିକା ପାଦୁକୋନ୍‌ ଅଭିନୀତ ଛପାକ୍‌କୁ ଦର୍ଶକଙ୍କୁ ଭଲ ରେସ୍‌ପନ୍ସ ମିଳିଛି । ରିଲିଜ୍‌ର ପ୍ରଥମ ଦିନରେ ତାନାଜୀ 15.10 କୋଟି ଆୟ କରିଥିବା ବେଳେ ଛପାକ୍‌ 4.77 କୋଟି ଆୟ କରିଛି । ଦ୍ବିତୀୟ ଦିବସରେ ତାନାଜୀ 20.57 କୋଟି ଆୟ କରିଥିବା ବେଳେ ଛପାକ୍‌ 6.90 କୋଟି ଆୟ କରିଛି । ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ଅଜୟ ଦେବଗନ୍‌ଙ୍କ 100 ତମ ଫିଲ୍ମ ତାନାଜୀ ଛପାକ୍‌ ତୁଳନାରେ 500 ଅଧିକ ସ୍କ୍ରିନ୍‌ରେ ରିଲିଜ୍‌ ହୋଇଛି । ଉଭୟ ଫିଲ୍ମକୁ ଦର୍ଶକ ଏବଂ ସମୀକ୍ଷକଙ୍କ ପକ୍ଷରୁ ପସନ୍ଦ କରାଯାଇଛି ।

Categories
ଆଜିର ଖବର ମନୋରଂଜନ

ସିମ୍ବାର ଏକବର୍ଷ ପୂର୍ତ୍ତିରେ ସୂର୍ଯ୍ୟବଂଶୀର ନୂତନ ପୋଷ୍ଟର ରିଲିଜ୍‌

ମୁମ୍ବାଇ, 28/12: ବଲିଉଡ୍‌ ବ୍ଲକ୍‌ବଷ୍ଟର ସିମ୍ବାର ରିଲିଜ୍‌କୁ ଏକ ବର୍ଷ ପୁରିଛି। ସିମ୍ବାର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ନିଜର ଅପ୍‌କମିଙ୍ଗ ପୋଲିସ୍‌ ଫିଲ୍ମ ସୂର୍ଯ୍ୟବଂଶୀର ଏକ ନୂତନ ପୋଷ୍ଟର ରିଲିଜ୍‌ କରିଛନ୍ତି। ଫିଲ୍ମର ମୁଖ୍ୟ ଅଭିନେତା ଅକ୍ଷୟ କୁମାରଙ୍କ ସହିତ ରଣବୀର ସିଂ ଏବଂ ଅଜୟ ଦେବଗନଙ୍କ ପୋଷ୍ଟର ରିଲିଜ୍‌ କରାଯାଇଛି। ଏହି ଫିଲ୍ମରେ ଅକ୍ଷୟ ଏଟିଏସ ମୁଖ୍ୟ ଭାବରେ ଅଭିନୟ କରିଥିବା ବେଳେ ଅଜୟ ଦେବଗନ ଏବଂ ରଣବୀର ସିଂ କ୍ୟାମିଓ ଭାବରେ ନଜର ଆସିବେ। କ୍ୟାଟ୍ରିନା କୈଫ୍‌ ମୁଖ୍ୟ ଅଭିନେତ୍ରୀ ରହିଥିବା ବେଳେ ଟିପ୍‌ ଟିପ୍‌ ବର୍‌ଷା ପାନି ଗୀତରେ ଉଭୟ ନଜର ଆସିବାକୁ ଯାଉଛନ୍ତି। ସୂର୍ଯ୍ୟବଂଶୀ ଆସନ୍ତା ମାର୍ଚ୍ଚ 27, 2020ରେ ରିଲିଜ୍‌ ହେବ ବୋଲି ଜଣାପଡିଛି। (ଏଜେନ୍ସୀ)