ତାମିଲ ଫିଲ୍ମ କଇଥିର ହିନ୍ଦି ରିମେକ୍‌ରେ ଅଜୟ ଦେବଗନ୍‌

Published: Feb 28, 2020, 5:15 pm IST

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅଜୟ ଦେବଗନ ନିଜର ଅପ୍‌କମିଙ୍ଗ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି । 2019ର ତାମିଲ ଫିଲ୍ମ କଇଥିର ହିନ୍ଦି ରିମେକ୍‌ରେ ଅଜୟ ନଜର ଆସିବାକୁ ଯାଉଛନ୍ତି । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ଅଜୟ ଏହି ଘୋଷଣା କରିଛନ୍ତି । 2019ର ଏହି ତାମିଲ ବ୍ଲକ୍‌ବଷ୍ଟରରେ କର୍ଥୀଙ୍କ ଭୂମିକାରେ ନଜର ଆସିବେ ଅଜୟ । ବର୍ତ୍ତମାନ ମୈଦାନର ସୁଟିଂ କରୁଥିବା ଅଜୟ ଏହା ପରେ ଭୁଜ୍‌ ଏବଂ ପରେ କଇଥି ରିମେକ୍‌ର ସୁଟିଂ ଆରମ୍ଭ କରିବେ । ଫିଲ୍ମର କାହାଣୀ ଜେଲ୍‌ ଫେରନ୍ତା ଜଣେ କଏଦୀ ଉପରେ ଆଧାରିତ । ଜେଲ୍‌ରୁ ଫେରିବା ପରେ ପ୍ରଥମ ଥର ପାଇଁ ନିଜ ଝିଅକୁ ଭେଟିବାକୁ ଯାଉଥିବା ବେଳେ ଡ୍ରଗ୍‌ ମାଫିଆ ଏବଂ ପୋଲିସ୍‌ର ଜାଲରେ ଫସିଯାଇଛନ୍ତି । ଏହି ଫିଲ୍ମଟି ଫେବୃୟାରୀ 12, 2021ରେ ରିଲିଜ୍‌ ହେବା ନେଇ ଅଜୟ ଘୋଷଣା କରିଛନ୍ତି । ଏହା ବ୍ୟତିତ ରୋହିତ ସେଟ୍ଟୀଙ୍କ ସୂର୍ଯ୍ୟବଂଶୀ ଏବଂ ଆରଆରଆରରେ କ୍ୟାମିଓ ଭୂମିକାରେ ନଜର ଆସିବେ ।

Related posts