Categories
ଆଜିର ଖବର ଜାତୀୟ ଖବର

ଏଣିକି ମଦ ପାଇଁ ଦେବାକୁ ପଡିବ ସ୍ବତନ୍ତ୍ର କରୋନା ଫି

ନୂଆଦିଲ୍ଲୀ  : ଦିଲ୍ଲୀରେ ମଙ୍ଗଳବାରଠାରୁ ମଦ ମହଙ୍ଗା ହୋଇଯିବ । କେଜରୀଓ୍ବାଲ ସରକାର ମଦ ଉପରେ ସ୍ବତନ୍ତ୍ର କରୋନା ଫି’ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମଦ ବିକ୍ରି ଉପରେ ଅଧିକ 70 ପ୍ରତିଶତ ଟ୍ୟାକ୍ସ ଦିଲ୍ଲୀରେ  ଆଦାୟ କରାଯିବ । ଦିଲ୍ଲୀରେ ମଦ ବିକ୍ରି ଉପରେ ସ୍ବତନ୍ତ୍ର କରୋନା ଫି’ ଲାଗୁ ହୋଇଛି ।

ସୋମବାର ଦିନ ଦେଶରେ ଲକ୍‌ଡାଉନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ଲକ୍‌ ଡାଉନରେ କିଛି କଟକଣାକୁ କୋହଳ କରାଯାଇଛି । ମଦ ବିକ୍ରି କୁ ଏହି ପର୍ଯ୍ୟାୟରେ ଅନୁମତି ଦିଆଯାଇଛି । ସେମବାର ଦେଶର ବହୁ ସହରରେ ମଦ ଦୋକାନ ଖୋଲା ଯାଇଥିଲା । ଦୋକାନ ବାହାରେ ଲମ୍ବା ଲମ୍ବା ଲାଇନ ମାନ ଦେଖିବାକୁ ମିଳିଥିଲା । ଦିଲ୍ଲୀର କେତେ ଅଞ୍ଚଳରେ ମଦ ପାଇଁ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଥିଲା । ମଦ ପାଇଁ ଲୋକମାନେ ସାମାଜିକ ଦୂରତ୍ବ ତଥା କୋଭିଡ୍‌ -19ର ଗାଇଡ୍‌ ଲାଇନକୁ ଉଲ୍ଲଂଘନ କରିଥିଲେ ।

ଦିଲ୍ଲୀରେ ମଦ ଦୋକାନ ଖୋଲାଯିବା ପରେ ସାମାଜିକ ଦୂରତ୍ବକୁ ପାଳନ  ନହେଉଥିବାର ଦେଖାଯାଇଥିଲା । ଏଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସହିତ ମଦ ପାଇଁ ସାମାଜିକ ଦୂରତ୍ବ ଉଲ୍ଲଂଘନ କଲେ ଏହି କଟକଣାକୁ ପୂର୍ବବତ୍‌ କଠୋର କରି ଦିଆଯିବ ବୋଲି ସୂଚନା ଦେଇଛନ୍ତି । ସେହିପରି ଗତକାଲି ସମଗ୍ର ଦେଶରେ ମଦ ପାଇଁ ହୋଇଥିବା ଅସମ୍ଭାଳ ଭିଡକୁ ଦେଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ।