Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାପାଳମାନଙ୍କୁ ଆଲର୍ଟ ଏସ୍‌ଆରସି

ଭୁବନେଶ୍ବର : ପ୍ରବଳ ବର୍ଷା ନେଇ 10 ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ପରେ ପଦକ୍ଷେପ ନେଇଛନ୍ତି ଏସଆରସି । ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ପାଣି ଜମିବା, ଆକସ୍ମିକ ବନ୍ୟା, ଭୂସ୍ଖଳନ ନେଇ ଆଲର୍ଟ କରିଛନ୍ତି ଏସଆରସି । ବିଡ଼ିଓ, ତହସିଲଦାର, ଇଂଜିନିୟରମାନଙ୍କୁ ଆଲର୍ଟ ପାଇଁ ନିର୍ଦ୍ଦେଶ ଦେଇଭଛନ୍ତି । ନଦୀ ବନ୍ଧ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆରସି । ଓଡ୍ରାଫ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ଆଲର୍ଟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Categories
ଆଜିର ଖବର

ଶ୍ରୀଲଙ୍କା ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୩୫୯କୁ ବୃଦ୍ଧି, ପ୍ରାକ୍‌ ସୂଚନା ଦେଇଥିଲା ଭାରତ

ଶ୍ରୀଲଙ୍କାରେ ଇଷ୍ଟର ଅବସରରେ ରବିବାର ବିଭିନ୍ନ ସ୍ଥାନରେ ହୋଇଥିବା ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୩୫୯ କୁ ବୃଦ୍ଧି ହୋଇଥିବା ବେଳେ ୬୦୦ ରୁ ଅଧିକ ଆହତ ହୋଇଥିବାର ଖବର ମିଳିଛି। ଗତକାଲି ସୁଦ୍ଧା ଏହି ସଂଖ୍ୟ ୩୧୦ ରହିଥିଲା। ଆହୁରି ଅନେକ ଆହତ ସଙ୍କଟାପନ୍ନ ଥିବାରୁ ଏହି ସଂଖ୍ୟାରେ ବୃଦ୍ଧି ଘଟିବାର ଆଶଙ୍କା ରହିଛି। ଏହି ଘଟଣାରେ ଗତକାଲି ସୁଦ୍ଧା ପୋଲିସ ୪୦ଜଣଙ୍କୁ ଗିରଫ କରି ଥିବା ବେଳେ ଗତକାଲି ରାତିରେ ଆହୁରି ୧୮ ଜଣଙ୍କୁ ଗିରଫ କରିଛି ଫଳରେ ଗିରଫଙ୍କ ସଂଖ୍ୟା ୫୮ରେ ପହଞ୍ଚିଛି। ଏହି ଆକ୍ରମଣ ନେଇ ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ପ୍ରାରମ୍ଭିକ ସୂଚନା ଦିଆଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ରେନିଲ ବିକ୍ରମସିଂଘେ ପ୍ରକାଶ କରିଛନ୍ତି। ଅପ୍ରେଲ ୪ରେ ଭାରତ ପ୍ରଥମ ଚେତାବନୀ ଦେଇଥିଲା। ଭାରତୀୟ ଗୁଇନ୍ଦା ବିଭାଗ ଡିସେମ୍ବରରେ ଇସଲାମିକ ଷ୍ଟେଟ କୋଏମ୍ବାଟୋର ମଣ୍ଡଳର ଯାଂଚ୍ କରିଥିଲା। ଏହି ସମୟରେ ନ୍ୟାଶନାଲ ତୌହୀଦ ଜମାତର ମୁଖ୍ୟ ମୌଲବୀ ଜହରାନ ବିନ ହାଶିମର ଭିଡିଓ ଯାଂଚ୍ କରାଯାଇଥିଲା। ଏହି ଭିଡିଓରେ ହାଶିମ ବାରମ୍ବାର ଆକ୍ରମଣ ବିଷୟରେ କହୁଥିଲା। ତେବେ ଏହି ଆକ୍ରମଣ ପଛରେ ହାଶିମର ହାତ ଥିବା କୁହାଯାଉଛି। ଶନିବାର ଦିନ ପୁଣି ଥରେ ଭାରତ ଶ୍ରୀଲଙ୍କାକୁ ଚେତାବନୀ ଦେଇଥିଲା। କିନ୍ତୁ ଦ୍ୱିତୀୟ ଥର ପାଇଁ ଦିଆଯାଇଥିବା ସତର୍କ ବାଣୀରେ ନିର୍ଦ୍ଧାରିତ ହୋଇଥିବା ସ୍ଥାନ ବିଷୟରେ କୁହାଯାଇଥିଲା। ଭାରତ ଦେଇଥିବା ତୃତୀୟ ଚତୋବନୀ ଆକ୍ରମଣର କିଛି ଘଂଟା ପୂର୍ବରୁ ଥିଲା।