ଶ୍ରୀଲଙ୍କା ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୩୫୯କୁ ବୃଦ୍ଧି, ପ୍ରାକ୍‌ ସୂଚନା ଦେଇଥିଲା ଭାରତ

Published: Apr 24, 2019, 12:10 pm IST

ଶ୍ରୀଲଙ୍କାରେ ଇଷ୍ଟର ଅବସରରେ ରବିବାର ବିଭିନ୍ନ ସ୍ଥାନରେ ହୋଇଥିବା ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୩୫୯ କୁ ବୃଦ୍ଧି ହୋଇଥିବା ବେଳେ ୬୦୦ ରୁ ଅଧିକ ଆହତ ହୋଇଥିବାର ଖବର ମିଳିଛି। ଗତକାଲି ସୁଦ୍ଧା ଏହି ସଂଖ୍ୟ ୩୧୦ ରହିଥିଲା। ଆହୁରି ଅନେକ ଆହତ ସଙ୍କଟାପନ୍ନ ଥିବାରୁ ଏହି ସଂଖ୍ୟାରେ ବୃଦ୍ଧି ଘଟିବାର ଆଶଙ୍କା ରହିଛି। ଏହି ଘଟଣାରେ ଗତକାଲି ସୁଦ୍ଧା ପୋଲିସ ୪୦ଜଣଙ୍କୁ ଗିରଫ କରି ଥିବା ବେଳେ ଗତକାଲି ରାତିରେ ଆହୁରି ୧୮ ଜଣଙ୍କୁ ଗିରଫ କରିଛି ଫଳରେ ଗିରଫଙ୍କ ସଂଖ୍ୟା ୫୮ରେ ପହଞ୍ଚିଛି। ଏହି ଆକ୍ରମଣ ନେଇ ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ପ୍ରାରମ୍ଭିକ ସୂଚନା ଦିଆଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ରେନିଲ ବିକ୍ରମସିଂଘେ ପ୍ରକାଶ କରିଛନ୍ତି। ଅପ୍ରେଲ ୪ରେ ଭାରତ ପ୍ରଥମ ଚେତାବନୀ ଦେଇଥିଲା। ଭାରତୀୟ ଗୁଇନ୍ଦା ବିଭାଗ ଡିସେମ୍ବରରେ ଇସଲାମିକ ଷ୍ଟେଟ କୋଏମ୍ବାଟୋର ମଣ୍ଡଳର ଯାଂଚ୍ କରିଥିଲା। ଏହି ସମୟରେ ନ୍ୟାଶନାଲ ତୌହୀଦ ଜମାତର ମୁଖ୍ୟ ମୌଲବୀ ଜହରାନ ବିନ ହାଶିମର ଭିଡିଓ ଯାଂଚ୍ କରାଯାଇଥିଲା। ଏହି ଭିଡିଓରେ ହାଶିମ ବାରମ୍ବାର ଆକ୍ରମଣ ବିଷୟରେ କହୁଥିଲା। ତେବେ ଏହି ଆକ୍ରମଣ ପଛରେ ହାଶିମର ହାତ ଥିବା କୁହାଯାଉଛି। ଶନିବାର ଦିନ ପୁଣି ଥରେ ଭାରତ ଶ୍ରୀଲଙ୍କାକୁ ଚେତାବନୀ ଦେଇଥିଲା। କିନ୍ତୁ ଦ୍ୱିତୀୟ ଥର ପାଇଁ ଦିଆଯାଇଥିବା ସତର୍କ ବାଣୀରେ ନିର୍ଦ୍ଧାରିତ ହୋଇଥିବା ସ୍ଥାନ ବିଷୟରେ କୁହାଯାଇଥିଲା। ଭାରତ ଦେଇଥିବା ତୃତୀୟ ଚତୋବନୀ ଆକ୍ରମଣର କିଛି ଘଂଟା ପୂର୍ବରୁ ଥିଲା।

Related posts