Categories
ଆଜିର ଖବର

ମୋଦି ‘ନ୍ୟାୟ’ ଯୋଜନା ଓ ଗରିବଙ୍କର ମଜା ଉଡାଇଛନ୍ତି, କ୍ଷମା ମାଗନ୍ତୁ :  କଂଗ୍ରେସ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିରଟ୍‌ ରାଲିରେ ରାହୁଲ୍‌ଙ୍କ ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନାକୁ କଟାକ୍ଷ କରିଛନ୍ତି। ଏହାକୁ ନେଇ କଂଗ୍ରେସ ପ୍ରତିକ୍ରିୟା ରଖିଛି। ମୋଦିଙ୍କୁ “ଡ୍ରାମା କିଙ୍ଗ୍” କହିବା ସହିତ କଂଗ୍ରେସ ପ୍ରବକ୍ତା ରଣଦୀପ୍ ସୁରଜେୱାଲା  ମୋଦି ଜୀଙ୍କୁ ଦିନରାତି ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ହିଁ ସ୍ୱପ୍ନ ଆସୁଛି। ଯଦି ସେ ସ୍ୱଳ୍ପ ସମୟ ଦେଶ ପାଇଁ ଲଗାନ୍ତେ ତେବେ ତାଙ୍କର ଆଜି ଏଭଳି ଅବସ୍ଥା ହୋଇନଥାନ୍ତା ବୋଲି କହିଛନ୍ତି। ଏହି ରାଲିରେ ପ୍ରଧାନମନ୍ତ୍ରୀ ମୋଦି ନ୍ୟାୟ ଯୋଜନାକୁ ପରିହାସ କରି ଦେଶର ଗରିବଙ୍କୁ ପରିହାସ ମଧ୍ୟ କରିଛନ୍ତି। ତେଣୁ ଗରିବଙ୍କୁ ମୋଦି କ୍ଷମା ମାଗିବା ଉଚିତ୍‌ ବୋଲି କହିଛନ୍ତି ସୁରଜେଓ୍ବାଲା।  ମିରଟ୍‌ର କୃଷକମାନଙ୍କୁ ବିଜେପି ଦେଇଥିବା ପ୍ରତିଶ୍ରୁତିର ଜବାବ୍‌ ଦିଅନ୍ତୁ ବୋଲି ସେ କହିଛନ୍ତି। ସେହିପରି ଏସପି,ଆରଏଲଡି ଏବଂ ବିଏସପିକୁ ‘ମଦ’ ସହ ତୁଳନା କରି ମୋଦି ମର୍ଯ୍ୟାଦା ଉଲ୍ଲଘଂନ କରିଛନ୍ତି  ବୋଲି କଂଗ୍ରେସ ଦାବି କରିଛି।