Categories
ଆଜିର ଖବର ଖେଳ

ମହିଳା ଟି 20 ବିଶ୍ବକପ୍‌ : ଭାରତ ସମ୍ମୁଖରେ 184 ରନ୍‌ର ବିଜୟ ଲକ୍ଷ୍ୟ

ମେଲବୋର୍ଣ୍ଣ : ମହିଳା ଟି 20 ବିଶ୍ବକପ ଫାଇନାଲ୍‌ରେ ଭାରତ ସମ୍ମୁଖରେ 184ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଘରୋଇ ଅଷ୍ଟ୍ରେଲିଆ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପକ୍ଷରୁ ଦୁଇ ଓପ୍‌ନର ଆଲିସା ହିଲି ଏବଂ ବେଥ୍‌ ମୁନି ଅର୍ଦ୍ଧଶତକ ହାସଲ କରିବାରୁ ଦଳ 4 ଓ୍ବିକେଟ ହରାଇ 183 ରନ୍‌ ସଂଗ୍ରହ କରିଥିଲା । ଭାରତୀୟ ଫିଲ୍‌ଡରଙ୍କ ଦୁର୍ବଳ କ୍ଷେତ୍ରରକ୍ଷଣ କାରଣରୁ ହିଲି ଦୁଇଟି ଜୀବନଦାନ ପାଇବା ସହିତ 39ଟି ବଲ୍‌ରୁ 7ଟି ଚୌକା ଏବଂ 5ଟି ଛକ୍କା ସହାୟତାରେ 75 ରନ୍‌ ସଂଗ୍ରହ କରିଥିଲେ । ଅନ୍ୟତମ ଓପ୍‌ନର ବେଥ୍‌ ମୁନି 54 ଟି ବଲ୍‌ର ସମ୍ମୁଖୀନ ହୋଇ 10ଟି ଚୌକା ସହିତ 78 ରନ୍‌ ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଭାରତୀୟ ବୋଲରଙ୍କ ମଧ୍ୟରେ ଦୀପ୍ତି ଶର୍ମା 38 ରନ୍‌ ବିନିମୟରେ ଦୁଇଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ପୁନମ ଯାଦବ ଏବଂ ରାଧା ଯାଦବ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । (ଏଜେନ୍ସି)