Categories
ଆଜିର ଖବର

ବିଜେପି କ୍ଷମତାକୁ ଆସିଲେ ଦେଶ ବିଭାଜିତ ହୋଇଯିବ : ଅମରିନ୍ଦର ସିଂ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବିଜେପିକୁ ଆକ୍ରମଣ କରିଛନ୍ତି। ଯଦି ବିଜେପି କ୍ଷମତାକୁ ଆସିବ ତେବେ ଭାରତ ବିଭାଜିତ ହୋଇଯିବ ବୋଲି ଅମରିନ୍ଦର ସିଂ କହିଛନ୍ତି। ଅମରିନ୍ଦର କହିଛନ୍ତି ବିଜେପି ସର୍ବଦା ଜଣେ ବ୍ୟକ୍ତିଙ୍କ ପଛରେ ରହି ନିର୍ବାଚନ ଜିତିବା ପାଇଁ ଚେଷ୍ଟା କରୁଛି। ସେହିପରି ବିଜେପି ଯେଉଁପରି ଭାବରେ ମିଥ୍ୟା ଜାତୀୟତାର ଡିଣ୍ଡିମ ପିଟୁଛି ଏହା ଦେଶ ପାଇଁ କ୍ଷତିକାରକ ତେଣୁ ଏହି ଦଳକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ସମସ୍ତ ରାଜନୈତିକ ଦଳ ଏକ ହେବା ଉଚିତ୍‌। ସିଂ କହିଛନ୍ତି ପଞ୍ଜାବରେ ସମସ୍ତ ୧୩ ଆସନ କଂଗ୍ରେସ ହାସଲ କରିବାକୁ ଯାଉଛି। ଜନତା ବର୍ତ୍ତମାନ ମୋଦି ସରକୋରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେହିପରି ବିଜେପି ଆତଙ୍କବାଦ ବିରୋଧରେ ବିମାନ ବାହିନୀର ଆକ୍ରମଣ ବା ଏୟାର ଷ୍ଟ୍ରାଇକ୍‌କୁ ନିଜ ସଫଳତା ବୋଲି ବଖାଣିବା ଆଦୌ ଗ୍ରହଣୀୟ ନୁହେଁ। ଏହି ଆକ୍ରମଣକୁ ବିଜେପି ନିଜର ନିର୍ବାଚନୀ ପ୍ରଚାରରେ ବ୍ୟବହାର କରିବା ବିଗତ ୫ ବର୍ଷ ମଧ୍ୟରେ ବିଜେପିର ବିଫଳତାକୁ ପ୍ରମାଣ କରୁଛି ବୋଲି କହିଥିଲେ ଶ୍ରୀ ସିଂ।