Categories
ଆଜିର ଖବର ଜାତୀୟ ଖବର

ଅମେଠୀରେ କଂଗ୍ରେସକୁ ବଡ ଝଟକା, ଦଳ ଛାଡିଲେ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର ଦାୟିତ୍ଵରେ ଥିବା ନେତା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ମଧ୍ୟରେ ଉତ୍ତରପ୍ରଦେଶର ଆମେଠୀ ଲୋକସଭା ଆସନରେ କଂଗ୍ରେସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଭାରତୀୟ ଜନତା ପାର୍ଟି ନେତା, କେନ୍ଦ୍ର ମନ୍ତ୍ରୀ ତଥା ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଉପସ୍ଥିତିରେ କଂଗ୍ରେସ ରାଜ୍ୟ ସହ-ସଂଯୋଜକ ବିକାଶ ଅଗ୍ରହରୀ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ଜିଲ୍ଲା ସଭାପତି ରାମ ପ୍ରସାଦ ମିଶ୍ର ବିକାଶ ଅଗ୍ରହରୀଙ୍କୁ ଦଳରେ ସାମିଲ କରିଛନ୍ତି।

ବିକାଶ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର ପରିଚାଳନା କରୁଥିଲେ। ଜଗଦୀଶପୁରର ବାସିନ୍ଦା ବିକାଶ ଅଗ୍ରହରୀଙ୍କୁ କଂଗ୍ରେସ ଦ୍ୱାରା ରାଜ୍ୟ ସଂଯୋଜକ କରାଯାଇଥିଲା। ବୁଧବାର ଦିନ ହିଁ ୟୁପି କଂଗ୍ରେସର ସୋସିଆଲ ମିଡିଆ ବିଭାଗର ରାଜ୍ୟ ସଂଯୋଜକ ଭାବେ ତାଙ୍କୁ ଦାୟିତ୍ଵ ଦିଆଯାଇଥିଲା।