Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ବିଧାୟକଙ୍କୁ କିଣିବାକୁ ବିଜେପି ଖର୍ଚ୍ଚ କରିଛି 65 କୋଟି : ଅମିତ ଚାଭଡା

ଗୁଜରାଟ : ଗୁଜରାଟର 5 କଂଗ୍ରେସ ବିଧାୟକ ଇସ୍ତଫା ପ୍ରଦାନ କରିବା ପରେ ବିଜେପିକୁ ଦୋଷ ଦେଇଛନ୍ତି ଗୁଜରାଟ କଂଗ୍ରେସ ମୁଖ୍ୟ ଅମିତ ଚାଭଡା । 5 କଂଗ୍ରେସ ବିଧାୟକଙ୍କୁ କିଣିବା ପାଇଁ ବିଜେପି 65 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଗୁଜରାଟ କଂଗ୍ରେସ ମୁଖ୍ୟ ଚାଭଡା ଅଭିଯୋଗ କରିଛନ୍ତି । 5 ବିଧାୟକଙ୍କୁ କିଣାଯାଇଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ବିଧାନସଭାରେ ହଟ୍ଟଗୋଳ କରାଯାଇଥିଲା । ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଏହି 65 କୋଟି ଟଙ୍କା ବିଧାୟକଙ୍କ ମଧ୍ୟରେ ବଣ୍ଟା ଯାଇଥିଲା ବୋଲି ଅଭିଯୋଗ କରି କଂଗ୍ରେସ ସଦସ୍ୟ ମାନେ ଚାଭଡାଙ୍କ ନେତୃତ୍ବରେ କକ୍ଷତ୍ୟାଗ କରିଥିଲେ । (ଏଜେନ୍ସି)