Categories
ଆଜିର ଖବର ଜାତୀୟ ଖବର

ପୁଣି ଥରେ ଏମ୍ସରେ ଭର୍ତ୍ତି ହେଲେ ଅମିତ ଶାହା

ନୂଆଦିଲ୍ଲୀ : ପୁଣି ଥରେ ଏମ୍ସରେ ଭର୍ତ୍ତି ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଗତକାଲି ରାତ୍ରୀ 11ଟାରେ ଅମିତ ଶାହା ଶ୍ଵାସକ୍ରିୟା ଜନିତ ସମସ୍ୟା ଅନୁଭବ କରିବାକୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ସେ ଏମ୍ସର କାର୍ଡିଓ ନ୍ୟୁରୋ ଟାୱାରରେ ଅଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। କିଛି ଦିନ ତଳେ ସେ କରୋନାରୁ ସୁସ୍ଥ ହୋଇ ମେଦାନ୍ତ ହସ୍ପିଟାଲରୁ ଘରକୁ ଫେରିଥିଲେ।

ଏମ୍ସ ପକ୍ଷରୁ କୁହାଯାଇଛି ଯେ, କିଛି ଦିନ ହସ୍ପିଟାଲରେ ରହିବା ଗୃହମନ୍ତ୍ରୀଙ୍କ ପାଇଁ ଉଚିତ୍ ହେବ। ସେଠାରେ ତାଙ୍କର ଉଚିତ୍ ଚିକିତ୍ସା କରାଯିବ। ଉଲ୍ଲେଖଯୋଗ୍ୟ ଅମିତ ଶାହ ଗତ କିଛି ଦିନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଏକ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। ଚିକିତ୍ସାର ଦୁଇ ସପ୍ତାହ ପରେ ସେ ସୁସ୍ଥ ହୋଇ ଅଗଷ୍ଟ 14ରେ ଘରକୁ ଫେରିଥିଲେ। ତାଙ୍କୁ ବର୍ତ୍ତମାନ ଆଶୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା।