Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

38 ଦିନ ଭେଣ୍ଟିଲେଟରରେ ରହିବା ପରେ କରୋନାକୁ ମାତ ଦେଲେ ରୋଗୀ

କୋଲକାତା : କରୋନା ବିପର୍ଯ୍ୟୟ ସମୟରେ ମାନବ ଆୟୁଷ ଦିନକୁ ଦିନ କମ ହେଉଥିବା ବେଳେ ପଶ୍ଚିମବଙ୍ଗରେ ଏକ ଚମତ୍କାର ଘଟଣା ଦେଖିବାକୁ ମିଳିଛି । ଦୀର୍ଘ 42 ଦିନର ଲଢେଇ ପରେ କରୋନାକୁ ହରାଇବାରେ ସକ୍ଷମ ହୋଇଛନ୍ତି ପଶ୍ଚିମବଙ୍ଗର ନିତାଇ ଦାସ । ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନିତାଇ ଦାସ 38 ଦିନ ଧରି ଭେଣ୍ଟିଲଟରରେ ରହିଥିଲେ । ଡାକ୍ତର ମାନଙ୍କ ସୂଚନା ଅନୁଯାୟୀ 52 ବର୍ଷୀୟ ନିତାଇଙ୍କ ସ୍ବାସ୍ଥ୍ୟାବସ୍ଥା ଏତେ ଖରାପ ଥିଲାକି ତାଙ୍କ ବଞ୍ଚିବାର ଆଶଙ୍କା କମ୍‌ ରହିଥିଲା । ମାତ୍ର ନିତାଇଙ୍କ ଆତ୍ମବିଶ୍ବାସ ହିଁ ତାଙ୍କୁ ବଞ୍ଚିବାରେ ସହାୟତା କରିଛି ବୋଲି ଆମ୍ରି ଆଇସିୟୁ ବିଭାଗ ମୁଖ୍ୟ ସାସ୍ବତୀ ସିହ୍ନା ମତ ଦେଇଛନ୍ତି । କରୋନା ସଂକ୍ରମିତ ନିତାଇଙ୍କର ପୂର୍ବରୁ ଶ୍ବାସକ୍ରିୟା ସମସ୍ୟା ରହିଥିଲା ଯେଉଁଥିପାଇଁ ତାଙ୍କ ବେକରେ କଣା କରାଯାଇ ଏକ ପାଇପ୍ ଜରିଆରେ ଶ୍ବାସକ୍ରିୟା କରାଉଥିଲେ ଡାକ୍ତର । ଶୁକ୍ରବାର ହସ୍ପିଟାଲରୁ ରିଲିଜ୍‌ ହେବା ସମୟରେ ହ୍ବିଲଚେୟାରରେ ଥିବା ନିତାଇଙ୍କୁ ହସ୍ପିଟାଲର ଡାକ୍ତର ଏବଂ ନର୍ସ ଧାଡିରେ ଛିଡା ହୋଇ ଅଭିବାଦନ କରିଥିଲେ ।