Categories
ଆଜିର ଖବର

ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ହେଲେ ଅନନ୍ତ ନାରାୟଣ ଜେନା

ଅନନ୍ତ ନାରାୟଣ ଜେନା ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ଏହା ସହ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଏବଂ କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ତାଙ୍କୁ ଅତିରକ୍ତି ଦାୟିତ୍ବ ମିଳିଛି । ପ୍ରକାଶଯୋଗ୍ୟ, ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ପୂର୍ବତନ ମେୟର ଅନନ୍ତଙ୍କୁ ଗତ ୭ ତାରିଖରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ତେବେ ଏହି ପଦବୀକୁ ନେଇ ଅନନ୍ତ ଅସନ୍ତୁଷ୍ଟ ରହିଛନ୍ତି ବୋଲି ଶୁଣିବାକୁ ମିଳିଛି ।  ଇତି ମଧ୍ୟରେ ନିଯୁକ୍ତି ଦିଆଯିବାର ଦୀର୍ଘଦିନ ବିତି ଯାଇଥିଲେ ସୁଦ୍ଧା ସେ ବିଡିଏ କାର୍ଯ୍ୟାଳୟରେ ଯୋଗ ଦେଇନାହାନ୍ତି ।