Categories
ଆଜିର ଖବର

ସମସ୍ତ ରାଜନୈତିକ ଦଳରେ ଅପମାନିତ ହୋଇଛନ୍ତି ସିଦ୍ଧୁ : ଅନୀଲ ଭିଜ

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂ ଏବଂ ନଭଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ବୟାନ ଦେଇଛନ୍ତି ବିଜେପି ନେତା ଅନୀଲ ଭିଜ । ହରିୟାଣାର ସ୍ବାସ୍ଥ୍ୟମନ୍ତ୍ରୀ ଭିଜ କହିଛନ୍ତି ସିଦ୍ଧୁ ଏପରି ଜଣେ ନେତା ଯିଏକି ସମସ୍ତ ରାଜନୈତିକ ଦଳ ଦ୍ବାରା ଅପମାନିତ ହୋଇଛନ୍ତି । ସୋମବାର ସକାଳୁ ଟ୍ବିଟ୍ଟର ଜରିଆରେ ସିଦ୍ଧୁଙ୍କୁ ଆକ୍ରମଣ କରିଥିଲେ ଭିଜ । ‘ପ୍ରଥମେ ବିଜେପି ଏବଂ ବର୍ତ୍ତମାନ କଂଗ୍ରେସ ଦ୍ବାରା ଅପମାନିତ ହେବା ପରେ କେବଳ ତୁମେ ପାକିସ୍ତାନରୁ ଇମ୍ରାନ ଖାନ୍‌ଙ୍କ ଦଳରୁ ନିର୍ବାଚନ ଲଢି ପାରିବ ବୋଲି ଭିଜ ଟ୍ବିଟ୍‌ କରିଛନ୍ତି । ସିଦ୍ଧୁଙ୍କ ପତ୍ନୀ ନଭଜୋତ କୌର ସିଦ୍ଧୁଙ୍କୁ ଟିକଟ ପ୍ରଦାନ କରିବାକୁ ଦଳ ମନା କରିବାରୁ ଅମରିନ୍ଦର ସିଂ ଏବଂ ସିଦ୍ଧୁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ସିଦ୍ଧୁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଆଶାୟୀ ରହିଛନ୍ତି ବୋଲି ଗତକାଲି ଅମରିନ୍ଦର ସିଂ ଅଭିଯୋଗ କରିଥିଲେ ।