Categories
ଆଜିର ଖବର

ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବେ କଙ୍ଗନା

ମୁମ୍ବାଇ,25/11: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍‌ ‘ଥାଲାଇଭି’ରେ ଚମତ୍କାର ପ୍ରଦର୍ଶନ ପରେ ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି କଙ୍ଗନା ରଣାଓ୍ବତ । ନିଜର ପ୍ରଯୋଜନା ସଂସ୍ଥା ମଣିକର୍ଣ୍ଣିକା ଫିଲ୍ମସ ପ୍ରାଇଭେଟ୍‌ ଲିମିଟେଡ୍‌ ଜରିଆରେ ଏହି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ବଲିଉଡ୍‌ କ୍ବିନ୍‌ କଙ୍ଗନା । ରାମ ମନ୍ଦିର ଘଟଣାବଳୀକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯିବ ବୋଲି ଜଣାପଡିଛି । ଫିଲ୍ମକୁ ନେଇ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ଟ୍ବିଟ୍ଟର ଜରିଆରେ ଏହି ଘୋଷଣା କରିଛନ୍ତି । ଫିଲ୍ମଟିର ନାମ ଅପରାଜିତ ଅଯୋଧ୍ୟା ରହିବ ବୋଲି ଜଣାପଡିଛି । କାହାଣୀ ସ୍ଥିର ହୋଇ ସାରିଥିବା ବେଳେ ଖୁବ୍‌ ଶୀଘ୍ର କଳାକାର ଚୟନ କରାଯିବ ବୋଲି ରଙ୍ଗୋଲୀ ଟ୍ବିଟ୍‌ କରିଛନ୍ତି । (ଏଜେନ୍ସୀ)