Categories
ଆଜିର ଖବର ଜାତୀୟ ଖବର

କୋରୋନା ଆତଙ୍କ : ବିଦେଶୀ ପର୍ଯ୍ୟଟକଙ୍କ ଉପରେ ରୋକ୍‌ ଲଗାଇଲା ଅରୁଣାଚଳ ପ୍ରଦେଶ

ନୂଆଦିଲ୍ଲୀ : ଦେଶରେ କୋରୋନା ଭାଇରସର ଆତଙ୍କ ବଢି ଚାଲିଥିବା ବେଳେ ଅରୁଣାଚଳ ପ୍ରଦେଶକୁ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ରବିବାର ଅରୁଣାଚଳ ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଅରୁଣାଚଳ ପ୍ରଦେଶରେ ପ୍ରବେଶ ପୂର୍ବରୁ ପିଏପି ହାସଲ କରିବାକୁ ପଡିଥାଏ । ରାଜ୍ୟର ମୁଖ୍ୟ ସଚିବ ନରେଶ କୁମାର ପିଏପି ଜାରି ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନହେବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିଆ । ପଡୋଶୀ ରାଜ୍ୟ ସିକ୍କିମ୍‌ ମଧ୍ୟ ଶନିବାର ସମାନ ଘୋଷଣା କରିଥିଲା । ଉଭୟ ରାଜ୍ୟ ସହିତ ଚୀନ୍‌ର ସୀମା ସଂଲଗ୍ନ ରହିଛି । ଭାରତର ପଡୋଶୀ ଦେଶ ଭୁଟାନ୍‌ ମଧ୍ୟ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ଦୁଇ ସପ୍ତାହ ପାଇଁ ରୋକ୍‌ ଲଗାଇଛି ।