Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସରକାର ଗଠନ ପାଇଁ କେଜ୍ରିଓ୍ବାଲଙ୍କୁ ନବୀନଙ୍କ ଶୁଭେଚ୍ଛା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବୃହତ ବିଜୟ ପାଇଁ କେଜ୍ରିଓ୍ବାଲଙ୍କୁ ଏବଂ ଆମ୍‌ ଆଦମୀ ପାର୍ଟି (ଆପ୍‌)କୁ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ କେଜ୍ରିଓ୍ବାଲଙ୍କୁ ନବୀନ ଧନ୍ୟବାଦ ଜଣାଇଛନ୍ତି। ହ୍ୟାଟ୍ରିକ୍‌ ବିଜୟ ପାଇଁ କେଜ୍ରିଓ୍ବାଲଙ୍କୁ ଧନ୍ୟବାଦ ବୋଲି ନବୀନ ଟ୍ବିଟ୍‌ କରିଛନ୍ତି।

Categories
ଆଜିର ଖବର

ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିଲେ, ଦିଲ୍ଲୀ ଭିତରେ ୧୦ଟି ସିଙ୍ଗାପୁର ତିଆର କରିବି : ଅରବିନ୍ଦ କେଜ୍‌ରୀଓ୍ବାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି ଯେ ଯଦି ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ, ତେବେ ଦିଲ୍ଲୀ ଭିତରେ ୧୦ଟି ସିଙ୍ଗାପୁର ତିଆରି କରିହେବ। କେଜ୍ରିଓ୍ଵାଲ ପଡପଡଗଂଜରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମର୍ଯ୍ୟାଦା ମିଳୁ। ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମର୍ଯ୍ୟାଦା ନ ମିଳିଲେ ଦିଲ୍ଲୀର ବିକାଶ ଅସମ୍ଭବ। ସେ କହିଛନ୍ତି ଦିଲ୍ଲୀର ଲୋକେ ୧.୫ ଲକ୍ଷ କୋଟି ଟଙ୍କାର ଆୟକର ଦେଉଛନ୍ତି,କିନ୍ତୁ କେନ୍ଦ୍ର ଦିଲ୍ଲୀକୁ ମାତ୍ର ୩୨୫ କୋଟି ଟଙ୍କା ଦେଉଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନକୁ ସମ୍ଭାଳିପାରୁ ନାହାଁନ୍ତି, ସେତେବେଳେ ଦିଲ୍ଲୀ ପୁଲିସକୁ କିପରି ସମ୍ଭାଳିବେ। କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କ ପ୍ରଗତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଅରବିନ୍ଦ କେଜ୍ରିଓ୍ଵାଲ୍‌। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଆହୁରି ମଧ୍ୟ କହିଛନ୍ତି ଯେ ରାଜନୈତିକ ଶତ୍ରୁତା ହେତୁ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ବିକାଶ ଚାହୁଁ ନାହାନ୍ତି। ଏହା ସହିତ ବିଜେପିରୁ ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ ଏବଂ ଲାଲକୃଷ୍ଣ ଆଡଓ୍ବାଣୀଙ୍କୁ ଟିକଟ ନମିଳିବାକୁ ନେଇ ମଧ୍ୟ କଟାକ୍ଷ କରିଛନ୍ତି । ସେ ଟ୍ବିଟ୍ଟର ଜରିଆରେ କହିଛନ୍ତି‘ ମୋଦି ନିଜକୁ ହିନ୍ଦୁ ସଂସ୍କୃତିର ରକ୍ଷକ ବୋଲି କହୁଥିଲେ ମଧ୍ୟ ନିଜର ବରିଷ୍ଠଙ୍କୁ ସମ୍ମାନ ଦେଉନାହାନ୍ତି , ଏହା ଆମ ସଂସ୍କୃତିର ସମ୍ପୁର୍ଣ୍ଣ ଓଲଟା’ ।

Categories
ଆଜିର ଖବର

ଦେଶର ଏଭଳି ପରିସ୍ଥିତି ସମୟରେ ପ୍ରଧାନମନ୍ତ୍ରୀ ରାଜନୀତି ନ କରନ୍ତୁ – ବିରୋଧୀ

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ପରିସ୍ଥିତି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ ଆଲୋଚନା କରୁଛନ୍ତି । ଏହି ଭିଜିଓ କନ୍‌ଫରେନ୍ସିକୁ ବିରୋଧୀଙ୍କ ପକ୍ଷରୁ କଡା ସମାଲୋଚନା କରାଯାଇଛି । ଆଜି କଂଗ୍ରେସ ତରଫରୁ ଥିବା ରାଲିକୁ ସ୍ଥଗିତ ରଖାଯାଇଥିବାବେଳେ ମୋଦି ତାଙ୍କ ପ୍ରଚାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଭାରତର ଜଣେ ବୀର ପାଇଲ୍‌ଟ ଅଭିନନ୍ଦନ ପାକିସ୍ତାନ କବ୍‌ଜାରେ ଥିବାବେଳେ ସାରାଦେଶବାସୀ ତାଙ୍କ ମୁକ୍ତି ପାଇଁ ପ୍ରାର୍ଥନା କରୁଥିବାବେଳେ ଦେଶର ପ୍ରଧାନମନ୍ତ୍ରୀ ଏହି ସମୟରେ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତ ରହି ସତ୍ତାକୁ ଆସିବାର ଯୋଜନା ଚଳାଇଛନ୍ତି ବୋଲି କଂଗ୍ରେସ ଆକ୍ଷେପ କରିଛି । ସେହିପରି ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଏହି କାର୍ଯ୍ୟକ୍ରମକୁ ରଦ୍ଦ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅନୁରୋଧ କରିଥିଲେ । ଆମ ଆଦମି ପାର୍ଟିର ମୁଖିଆ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଏହି କାର୍ଯ୍ୟକ୍ରମକୁ ସ୍ଥଗିତ କରାଯିବା ଆବଶ୍ୟକ । ବର୍ତ୍ତମାନ ସମୟରେ ନିଜର ସମସ୍ତ ଶକ୍ତି ଓ ସମୟକୁ ଭାରତୀୟ ପାଇଲଟକୁ ଫେରାଇ ଆଣିବା ଉପରେ ଲଗାଇବା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାରା ଦେଶରେ ଏକ କୋଟି ବିଜେପି କାର୍ଯ୍ୟକର୍ତ୍ତା ଓ ଅନ୍ୟ ବିଶିଷ୍ଟ ନାଗରିକଙ୍କୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରୁଛନ୍ତି । ବିଜେପି ଦାବି କରିଛି ଏହା ଏବେ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଭିଡ଼ିଓ କନଫରେନ୍ସ ଅଟେ । ଅରବିନ୍ଦ କେଜରିୱାଲ ବିଜେପିର କାର୍ଯ୍ୟକ୍ରମକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ରିଟ୍ୱିଟ୍ କରିଛନ୍ତି । ସେ ଏହି ଟ୍ଵିଟ୍‌ରେ କହିଛନ୍ତି ଯେ, ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରୁଛି କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଉ । ଏବେ ଭାରତୀୟ ବାୟୁସେନା ପାଇଲଟଙ୍କୁ ସୁରକ୍ଷିତ ଆଣିବା ଅଧିକ ଆବଶ୍ୟକ ।