ଦେଶର ଏଭଳି ପରିସ୍ଥିତି ସମୟରେ ପ୍ରଧାନମନ୍ତ୍ରୀ ରାଜନୀତି ନ କରନ୍ତୁ – ବିରୋଧୀ

Published: Feb 28, 2019, 1:32 pm IST
arvind kejeriwal tweets to pm don't politics in this time

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ପରିସ୍ଥିତି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ ଆଲୋଚନା କରୁଛନ୍ତି । ଏହି ଭିଜିଓ କନ୍‌ଫରେନ୍ସିକୁ ବିରୋଧୀଙ୍କ ପକ୍ଷରୁ କଡା ସମାଲୋଚନା କରାଯାଇଛି । ଆଜି କଂଗ୍ରେସ ତରଫରୁ ଥିବା ରାଲିକୁ ସ୍ଥଗିତ ରଖାଯାଇଥିବାବେଳେ ମୋଦି ତାଙ୍କ ପ୍ରଚାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଭାରତର ଜଣେ ବୀର ପାଇଲ୍‌ଟ ଅଭିନନ୍ଦନ ପାକିସ୍ତାନ କବ୍‌ଜାରେ ଥିବାବେଳେ ସାରାଦେଶବାସୀ ତାଙ୍କ ମୁକ୍ତି ପାଇଁ ପ୍ରାର୍ଥନା କରୁଥିବାବେଳେ ଦେଶର ପ୍ରଧାନମନ୍ତ୍ରୀ ଏହି ସମୟରେ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତ ରହି ସତ୍ତାକୁ ଆସିବାର ଯୋଜନା ଚଳାଇଛନ୍ତି ବୋଲି କଂଗ୍ରେସ ଆକ୍ଷେପ କରିଛି । ସେହିପରି ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଏହି କାର୍ଯ୍ୟକ୍ରମକୁ ରଦ୍ଦ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅନୁରୋଧ କରିଥିଲେ । ଆମ ଆଦମି ପାର୍ଟିର ମୁଖିଆ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଏହି କାର୍ଯ୍ୟକ୍ରମକୁ ସ୍ଥଗିତ କରାଯିବା ଆବଶ୍ୟକ । ବର୍ତ୍ତମାନ ସମୟରେ ନିଜର ସମସ୍ତ ଶକ୍ତି ଓ ସମୟକୁ ଭାରତୀୟ ପାଇଲଟକୁ ଫେରାଇ ଆଣିବା ଉପରେ ଲଗାଇବା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାରା ଦେଶରେ ଏକ କୋଟି ବିଜେପି କାର୍ଯ୍ୟକର୍ତ୍ତା ଓ ଅନ୍ୟ ବିଶିଷ୍ଟ ନାଗରିକଙ୍କୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରୁଛନ୍ତି । ବିଜେପି ଦାବି କରିଛି ଏହା ଏବେ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଭିଡ଼ିଓ କନଫରେନ୍ସ ଅଟେ । ଅରବିନ୍ଦ କେଜରିୱାଲ ବିଜେପିର କାର୍ଯ୍ୟକ୍ରମକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ରିଟ୍ୱିଟ୍ କରିଛନ୍ତି । ସେ ଏହି ଟ୍ଵିଟ୍‌ରେ କହିଛନ୍ତି ଯେ, ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରୁଛି କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଉ । ଏବେ ଭାରତୀୟ ବାୟୁସେନା ପାଇଲଟଙ୍କୁ ସୁରକ୍ଷିତ ଆଣିବା ଅଧିକ ଆବଶ୍ୟକ ।

Related posts