Categories
ଆଜିର ଖବର ଜାତୀୟ ଖବର

ପାଇଲଟ୍‌ ଓ ତାଙ୍କ ସମର୍ଥକ ବିଧାୟକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କଲା କଂଗ୍ରେସ

ଜୟପୁର : ରାଜସ୍ଥାନର ବିଧାୟକ ସଚିନ ପାଇଲଟ ଓ ତାଙ୍କର 18ଜଣ ସମର୍ଥକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କଂଗ୍ରେସ। ସେମାନଙ୍କର ବିଧାୟକ ପଦ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସମସ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି ବାଚସ୍ପତି ସିପି ଯୋଶୀ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଡାକିଥିବା ବିଧାୟକ ଦଳ ବୈଠକରେ ଏମାନେ ଯୋଗ ଦେଇନଥିବାରୁ ଏହି ନୋଟିସ୍ ଜାରି କରାଯାଇଛି । ହ୍ୱିପ୍ ଜାରି ସତ୍ତ୍ୱେ ସଚିନ ଓ ତାଙ୍କ ସମର୍ଥକମାନେ ବୈଠକରେ ଯୋଗ ଦେଇନଥିଲେ। ନୋଟିସ୍‌ରେ ଉତ୍ତର ଦେବାକୁ ଦୁଇ ଦିନ ସମୟ ଦିଆଯାଇଛି।

ଗତକାଲି ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ କଂଗ୍ରେସ ବିଦା କରିଥିଲା । ତାଙ୍କୁ କ୍ୟାବିନେଟରୁ ମଧ୍ୟ ହଟା ଯାଇଛି।  ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ତାଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଅପରପକ୍ଷରେ ସଚିନ୍‌ ବିଜେପିକୁ ଆସିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେ ନୂତନ ରଣନୀତି ପ୍ରସ୍ତୁତ କରିବେ ବୋଲି ସୂଚନା ଦେଇଛନ୍ତି ।ଅନ୍ୟପଟେ ବିଜେପି ଏବେ ଓ୍ବେଣ୍ଟ ଆଣ୍ଡ୍‌ ଓ୍ବାଚ୍‌ ନୀତି ଅବଲମ୍ବନ କରୁଛି ।

ପାଇଲଟ୍‌ ଦଳରୁ ବିଦା ହେବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶାେକ ଗେହଲଟ୍‌  ସିଧାସଳଖ ଭାବେ ପାଇଲଟ୍‌ ଓ ବିଜେପିକୁ ଟାର୍ଗେଟ୍‌ କରୁଛନ୍ତି ।  ବିଜେପି ଉପରେ ବିଧାୟକ କିଣାବିକାର ଅଭିଯୋଗ କରିଛନ୍ତି  ଅଶୋକ ଗେହଲଟ୍‌। ଅଶୋକ ଆହୁରି ମଧ୍ୟ କହିଛନ୍ତି ଯେ, ଖୋଦ୍‌ ସଚିନ୍‌ ରାଜସ୍ଥାନ ସରକାର ଭାଙ୍ଗିବାକୁ ଡିଲ୍‌ କରିଥିଲେ । ବିଧାୟକଙ୍କୁ ପଇସାର ଲୋଭ ଦେଖାଉଥିଲେ । ଏହାର ପ୍ରମାଣ ତାଙ୍କ ପାଖରେ ରହିଛି ବୋଲି କହିଛନ୍ତି ଅଶାେକ ଗେହଲଟ୍‌ ।