ନୂଆଦିଲ୍ଲୀ, 24/12: କେନ୍ଦ୍ର ସରକାର ଚାଷୀଙ୍କ ଆମଦାନୀ ବଢାଇବା ପାଇଁ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ଦୁଇ ମହତ୍ତ୍ବପୂର୍ଣ୍ଣ ଯୋଜନାର ଆରମ୍ଭ କରୁଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ୬୦୦୦ କୋଟି ଟଙ୍କାର ଆବଣ୍ଟନ କରିଛନ୍ତି। ଅଟଳ ଜଳ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ମଂଜୁରୀ ମିଳିଯାଇଛି। ଏହି ଯୋଜନାର ଲାଭ 6ଟି ରାଜ୍ୟକୁ ମିଳିବ। ଏହି ଯୋଜନାରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜୁରାଟ, ହରିୟାଣା, ମହାରାଷ୍ଟ୍ର ଓ ରାଜସ୍ଥାନ ଆଦି ସାମିଲ୍ ରହିଛି। କେନ୍ଦ୍ର ସରକାର ଚାଷୀଙ୍କ ଆୟ ଦୁଇଗୁଣା କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାର ଲାଭ ୬ଟି ରାଜ୍ୟର ୮,୩୫୦ ଗ୍ରାମକୁ ମିଳିବ। (ଏଜେନ୍ସି)
