Categories
ଆଜିର ଖବର ଜାତୀୟ ଖବର

‘ଦିଲ୍ଲୀରେ ମନ୍ଦିର କିମ୍ବା ଧାର୍ମିକ ସ୍ଥଳ ଭାଙ୍ଗିବା ଉଚିତ ନୁହେଁ’: ଏଲଜିଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ: ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏକ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି ଯେ, ଦିଲ୍ଲୀରେ ମନ୍ଦିର ଏବଂ ବୌଦ୍ଧ ଧାର୍ମିକ ସ୍ଥଳ ଭାଙ୍ଗିବା ଉଚିତ ନୁହେଁ। ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି ଯେ, ବୌଦ୍ଧ ଧାର୍ମିକ ସ୍ଥଳ ଉପରେ ଦଳିତଙ୍କ ଆସ୍ଥା ଯୋଡି ରହିଛି।

ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି ଯେ, “ଏଲଜି ସାହେବଙ୍କ ନିର୍ଦ୍ଦେଶରେ ମନ୍ଦିର ଏବଂ ବୌଦ୍ଧ ଧାର୍ମିକ ସ୍ଥଳ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଦିଲ୍ଲୀରେ କୌଣସି ମନ୍ଦିର କିମ୍ବା ବୌଦ୍ଧ ଧାର୍ମିକ ସ୍ଥଳ ଭାଙ୍ଗିବା ଉଚିତ ନୁହେଁ। ଏହା ଲୋକଙ୍କ ଭାବନାକୁ ଆଘାତ ଦେଇପାରେ।

Categories
ଆଜିର ଖବର ଜାତୀୟ ଖବର

ବିଜେପିକୁ ଝଟକା: ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ମାନହାନୀ ଉପରେ ରୋକ ଲଗାଇଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ସେଶନ କୋର୍ଟରେ ବିଜେପି ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ଦାଖଲ ହୋଇଥିବା ମାନହାନୀ ମାମଲାକୁ କୋର୍ଟ ସ୍ଥଗିତ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ବିଜେପି ମାମଲା ଦାୟର କରିଥିଲା।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କାହିଁକି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଲେ ସାକ୍ଷାତ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ମାର୍ଲେନା। ସେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ସାକ୍ଷାତ କରିବା ସହିତ କିଛି ସମୟ ପାଇଁ ଆଲୋଚନା ମଧ୍ୟ କରିଛନ୍ତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆମ ଆଦିମ ପାର୍ଟିର ଏହି ନେତ୍ରୀ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ କରିଛନ୍ତି।

ତେବେ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି। କାରଣ ବିଜେପିର ବଡ ଟାର୍ଗେଟରେ ରହିଛି ଆମ ଆଦମି ପାର୍ଟୀ। ଆଉ କିଛି ମାସ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ଏପରି ସମୟରେ ଆତିଶୀ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜାରୀ ରହିଛି। ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ଆତିଶୀଙ୍କ ଏହା ହେଉଛି ଏକ ସୌଜନ ମୂଳକ ସାକ୍ଷାତ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ଆତିଶୀଙ୍କ ସାଥିରେ ମନ୍ତ୍ରୀ ଭାବରେ ଶପଥ ନେବେ ଏହି ୫ ନେତା: ଚର୍ଚ୍ଚାରେ ଏହି ଦଳିତ ନେତାଙ୍କ ନାମ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (AAP) ନେତା ଆତିଶୀ ସେପ୍ଟେମ୍ବର ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏହା ସହିତ ବର୍ତ୍ତମାନ ଆମ୍ ଆଦମୀ ପାର୍ଟିର ବିଧାୟକମାନେ ତାଙ୍କ ସହ ମନ୍ତ୍ରୀ ଭାବରେ ଶପଥ ନେବେ ବୋଲି ମଧ୍ୟ ଆଲୋଚନା ହେଉଛି। କିଛି ମାସ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଏହା ମଧ୍ୟ ଜୋର ଦିଆଯାଇଛି ଯେ, ସମସ୍ତ ବିଭାଗର ଲୋକମାନେ କ୍ୟାବିନେଟରେ ପ୍ରତିନିଧିତ୍ୱ କରିବା ଉଚିତ୍।

ଏହି ସମୟରେ ଗୋପାଳ ରାୟ, କୈଳାଶ ଗେହଲୋଟ, ସୌରଭ ଭରଦ୍ୱାଜ ଏବଂ ଇମ୍ରାନ ହୁସେନ ଦିଲ୍ଲୀରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ। ମୁକେଶ ଅହଲାୱତ ଏକ ନୂତନ ଚେହେରା ଭାବରେ ମନ୍ତ୍ରୀ ହେବେ। ମୁକେଶ ଅହଲାୱତ ଦଲିତ ସମ୍ପ୍ରଦାୟରୁ ଆସିଛନ୍ତି। ସେ ସୁଲତାନପୁର ମାଜ୍ରାର AAP ବିଧାୟକ। ମୁକେଶ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି।

ମୁକେଶ ଅହଲାୱତଙ୍କୁ କାହିଁକି ମନ୍ତ୍ରୀ କରାଗଲା?:

ବର୍ତ୍ତମାନ କ୍ୟାବିନେଟରେ ଗୋପାଳ ରାୟ, କୈଳାଶ ଗେହଲୋଟ୍, ସୌରଭ ଭରଦ୍ୱାଜ ଏବଂ ଇମ୍ରାନ ହୁସେନ୍ ଅଛନ୍ତି। ବିଦାୟୀ କେଜ୍ରିୱାଲ କ୍ୟାବିନେଟରେ କୌଣସି ଦଳୀୟ ମନ୍ତ୍ରୀ ନଥିଲେ। କାରଣ ରାଜେନ୍ଦ୍ର ପାଲ ଗୌତମ ଏକ ବିବୃତ୍ତି ନେଇ ବିବାଦ ଭିତରକୁ ଆସିବା ପରେ ସେ ପଦରୁ ଇସ୍ତଫା ଦେଇଥିଲେ।

ତାଙ୍କ ସ୍ଥାନରେ ରାଜ କୁମାର ଆନନ୍ଦଙ୍କୁ ମନ୍ତ୍ରୀ କରାଯାଇଥିଲା, କିନ୍ତୁ ସେ ଲୋକସଭା ନିର୍ବାଚନ ପୂର୍ବରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଅରବିନ୍ଦ କେଜ୍ରିୱାଲ ସରକାରରେ ଦଲିତ ସମ୍ପ୍ରଦାୟର କୌଣସି ମନ୍ତ୍ରୀ ନଥିଲେ। ଦଲିତ ଚେହେରା ଭାବରେ ବିଶେଷ ରବି ଏବଂ କୁଲଦୀପ କୁମାରଙ୍କ ନାମ ମଧ୍ୟ ଆସିଥିଲା, କିନ୍ତୁ ମୁକେଶ ଅହଲାୱତଙ୍କୁ ଆଗକୁ ଯାଇଛନ୍ତି।

ଲୋକସଭା ନିର୍ବାଚନ ସମୟରେ ମଧ୍ୟ ଉତ୍ତର ପଶ୍ଚିମ ଦିଲ୍ଲୀର ପ୍ରାର୍ଥୀ ଭାବରେ ମୁକେଶ ଅହଲାୱତଙ୍କ ନାମ ଆଲୋଚନା ହୋଇଥିଲା। ତେବେ ମେଣ୍ଟ ଯୋଗୁଁ ଏହି ଆସନ କଂଗ୍ରେସକୁ ଯାଇଥିଲା।

୨୦୨୦ ବିଧାନସଭା ନିର୍ବାଚନରେ ​​ଅହଲାୱତ ବିଜେପି ପ୍ରାର୍ଥୀ ରାମ ଚନ୍ଦ୍ର ଚାୱାଡିଆଙ୍କୁ ପରାସ୍ତ କରିଥିଲେ। କଂଗ୍ରେସ ପ୍ରାର୍ଥୀ ଜୟ କିଶନ ତୃତୀୟ ସ୍ଥାନରେ ରହିଥିଲେ। ମୁକେଶ ଅହଲାୱତଙ୍କୁ ୭୪,୫୭୩ ଭୋଟ ମିଳିଥିଲା। ଚାୱାଡିଆ ୨୬,୫୨୧ ଭୋଟ୍ ଏବଂ କଂଗ୍ରେସ ପ୍ରାର୍ଥୀ ୯,୦୩୩ ଭୋଟ୍ ପାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

‘ମୋର ଦୁଇଟି କାର୍ଯ୍ୟ ଅଛି’: ସରକାର ଗଠନ ପାଇଁ ଦାବି ଉପସ୍ଥାନ ପରେ କାହିଁକି ଏଭଳି କହିଲେ ଆତିଶି?

ନୂଆଦିଲ୍ଲୀ: AAP ନେତା ତଥା ଦିଲ୍ଲୀର ପ୍ରସ୍ତାବିତ ମୁଖ୍ୟମନ୍ତ୍ରୀ ଆତିଶି କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ଦଳ ଏବଂ ଦିଲ୍ଲୀର ଲୋକଙ୍କ ପାଇଁ ଏହା ଏକ ଭାବପ୍ରବଣ ମୁହୂର୍ତ୍ତ। ଏଥିସହ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ଦିଲ୍ଲୀବାସୀ ପ୍ରତିଶ୍ରୁତି ଦେଉଛନ୍ତି। ନିର୍ବାଚନ ନହେବା ପର୍ଯ୍ୟନ୍ତ ମୁଁ ଦିଲ୍ଲୀର ଯତ୍ନ ନେବି।

ଆତିଶି ଆହୁରି ମଧ୍ୟ କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲଙ୍କ ପଛରେ ଗୋଟିଏ ପରେ ଗୋଟିଏ ଏଜେନ୍ସିକୁ କେନ୍ଦ୍ର ସରକାର ଲଗାଇଛନ୍ତି। ଏକ ମିଥ୍ୟା ମାମଲାରେ ତାଙ୍କୁ ୬ ମାସ ଜେଲରେ ରଖାଯାଇଥିଲା। ସୁପ୍ରିମକୋର୍ଟ କେବଳ ଅରବିନ୍ଦ କେଜ୍ରିୱାଲଙ୍କୁ ନିର୍ଦ୍ଦୋଷରେ ଖଲାସ କରିନାହାଁନ୍ତି ବରଂ କେନ୍ଦ୍ର ସରକାରଙ୍କ ଏଜେନ୍ସି ଉପରେ ମଧ୍ୟ କଡା ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, କେନ୍ଦ୍ରୀୟ ଏଜେନ୍ସି ଏକ ପିଞ୍ଜରା ଭିତର ପାରା ପରି ଏବଂ କେଜ୍ରିୱାଲ ଜୀଙ୍କୁ ଗିରଫ କରିବା ଭୁଲ ଉଦ୍ଧେଶ୍ୟରେ କରାଯାଇଥିଲା।

ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ଅରବିନ୍ଦ କେଜ୍ରିୱାଲଙ୍କ ସ୍ଥାନରେ ଅନ୍ୟ କୌଣସି ନେତା ଥାଆନ୍ତେ ତେବେ ସେ ତୁରନ୍ତ ଯାଇ ମୁଖ୍ୟମନ୍ତ୍ରୀଙ୍କ ଚେୟାରରେ ବସିଥାନ୍ତେ, କିନ୍ତୁ ତାଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଏହି ଦେଶର ଇତିହାସରେ କୌଣସି ନେତା ନେଇନଥିବେ। ସେପଟେ କେଜ୍ରିୱାଲ କହିଛନ୍ତି ଯେ, କେବଳ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମୋ ପାଇଁ ଯଥେଷ୍ଟ ନୁହେଁ, ମୁଁ ଦିଲ୍ଲୀର ଲୋକଙ୍କ ନିଷ୍ପତ୍ତି ଚାହୁଁଛି। ମୁଁ ଦିଲ୍ଲୀର ଜନତାଙ୍କ କୋର୍ଟକୁ ଯିବି। ଯଦି ଦିଲ୍ଲୀର ଲୋକମାନେ କହିବେ ଯେ, ଅରବିନ୍ଦ କେଜ୍ରିୱାଲ ସଚ୍ଚୋଟ, ତେବେ ମୁଁ କେବଳ ମୁଖ୍ୟମନ୍ତ୍ରୀଙ୍କ ଚେୟାରରେ ବସିବି।

ଆତିଶି କହିଛନ୍ତି ଯେ, “ଯେପର୍ଯ୍ୟନ୍ତ ଏହି ଦାୟିତ୍ୱ ମୋ ପାଖରେ ଅଛି, ସେପର୍ଯ୍ୟନ୍ତ ମୋର ଦୁଇଟି କାର୍ଯ୍ୟ ଅଛି। ପ୍ରଥମତଃ ଏକ ଅଭିଯାନ ଚଳାଇବୁ, ଯେଉଁଥିରେ ଆମେ କିପରି ସମସ୍ତ ଲୋକଙ୍କ ସହ ମିଶି ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରିବୁ ଏବଂ ଦ୍ଵିତୀୟରେ ନିର୍ବାଚନ ନହେବା ପର୍ଯ୍ୟନ୍ତ ଦିଲ୍ଲୀର ଲୋକଙ୍କୁ ସୁରକ୍ଷା ଦେବୁ, ଯେପରି ବିଜେପି ଷଡଯନ୍ତ୍ର ରଚି ମାଗଣା ବିଦ୍ୟୁତ୍, ଭଲ ବିଦ୍ୟାଳୟ, ମୋହାଲା କ୍ଲିନିକରେ ଚିକିତ୍ସା ବନ୍ଦ କରିବାକୁ ଚେଷ୍ଟା କରିନପାରେ। ଏହା ମୋର ଦାୟିତ୍ଵ ହେବ।

Categories
ଆଜିର ଖବର ଜାତୀୟ ଖବର

ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିବେ କି ଅରବିନ୍ଦ କେଜ୍ରିୱାଲ?: ଜାଣନ୍ତୁ ଉତ୍ତର

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ ଦିଲ୍ଲୀ ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦାଖଲ କରିଛନ୍ତି। ଏହା ସହିତ ଆତିଶି ଏଲଜି ସାମ୍ନାରେ ସରକାର ଗଠନ ପାଇଁ ଦାବି କରିଛନ୍ତି। ଆତିଶି ଏବଂ ଅରବିନ୍ଦ କେଜ୍ରିୱାଲ ସମାନ କାରରେ ଏଲଜି କାର୍ଯ୍ୟାଳୟରେ ପହଞ୍ଚିଥିଲେ। କିନ୍ତୁ ଇସ୍ତଫା ଦେବା ପରେ କେଜ୍ରିୱାଲ ଏକୁଟିଆ ଚାଲିଗଲେ।

ଏବେ ପ୍ରଶ୍ନ ହେଉଛି ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଖାଲି କରିବେ କି? ଏହା ଉପରେ ଆମ୍ ଆଦମୀ ପାର୍ଟିର ନେତାମାନେ ସିଧାସଳଖ କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଗ୍ରହଣ କରିବା ପରେ ଯଦି ବଙ୍ଗଳା ଖାଲି କରିବାକୁ PWD ନୋଟିସ୍ ସେମାନଙ୍କ ପାଖରେ ପହଞ୍ଚେ, ତେବେ ସେମାନେ ଏହାକୁ ଖାଲି କରିବେ।

ବାସ୍ତବରେ ଏହା ପଛର ଉଦ୍ଦେଶ୍ୟ ହେଉଛି ବିଜେପି ଦ୍ୱାରା ନିର୍ମିତ କାହାଣୀର ଉତ୍ତର ଦେବା, ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ‘ଶୀଶମହଲ’ ବୋଲି ଅଭିଯୋଗ ହୋଇଛି। ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହି କାହାଣୀକୁ ଶେଷ କରିବାକୁ ଚାହୁଁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

‘ଭଗବାନ ଦିଲ୍ଲୀକୁ ରକ୍ଷା କରନ୍ତୁ’: ମୁଖ୍ୟମନ୍ତ୍ରୀ ଘୋଷଣା ପରେ ଆତିଶୀଙ୍କୁ ଟାର୍ଗେଟ କଲେ ଶ୍ଵାତୀ ମାଲିୱାଲ

ନୂଆଦିଲ୍ଲୀ: ପୂର୍ବତନ ଏଏପି ନେତା ତଥା ରାଜ୍ୟସଭା ସାଂସଦ ଶ୍ଵାତୀ ମାଲିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାପରେ ଆତିଶୀଙ୍କୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀ ପାଇଁ ଏହା ଅତ୍ୟନ୍ତ ଦୁଃଖଦ ଦିନ ବୋଲି ଶ୍ଵାତୀ ମାଲିୱାଲ କହିଛନ୍ତି। କେବଳ ଏତିକି ନୁହେଁ, ସେ ଆତିଶୀଙ୍କୁ ଏକ ଡମି ସିଏମ୍ ବୋଲି କହିଛନ୍ତି।

ଶ୍ଵାତୀ ମାଲିୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ଯେ, “ଆଜି ଦିଲ୍ଲୀ ପାଇଁ ଅତ୍ୟନ୍ତ ଦୁଃଖଦ ଦିନ। ଆଜି ଜଣେ ମହିଳାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରାଯାଇଛି ଯାହାର ପରିବାର ଆତଙ୍କବାଦୀ ଆଫଜଲ ଗୁରୁଙ୍କୁ ଫାଶୀରୁ ରକ୍ଷା କରିବା ପାଇଁ ଦୀର୍ଘ ଯୁଦ୍ଧ ଲଢିଥିଲେ। ଆତଙ୍କବାଦୀ ଆଫଜାଲ ଗୁରୁଙ୍କୁ ବଞ୍ଚାଇବା ପାଇଁ ତାଙ୍କ ପିତାମାତା ମାନ୍ୟବର ରାଷ୍ଟ୍ରପତିଙ୍କୁ ଦୟା ନିବେଦନ କରିଥିଲେ।

‘ଭଗବାନ ଦିଲ୍ଲୀକୁ ରକ୍ଷା କରନ୍ତୁ’:

ଶ୍ଵାତୀ ମାଲିୱାଲ ଆହୁରି ଲେଖିଛନ୍ତି ଯେ, “ଆତିଶୀଙ୍କ ପିତାମାତାଙ୍କ ଅନୁଯାୟୀ ଆଫଜାଲ ଗୁରୁ ନିର୍ଦ୍ଦୋଷ ଏବଂ ସେ ଏକ ରାଜନୈତିକ ଷଡଯନ୍ତ୍ରର ଅଂଶ ଭାବରେ ଜଡିତ ଥିଲେ। ଯଦିଓ ଆତିଶୀ କେବଳ ‘ଡମି ସିଏମ’, ତଥାପି ଏହି ପ୍ରସଙ୍ଗ ଦେଶର ସୁରକ୍ଷା ସହ ଜଡିତ। ଭଗବାନ ଦିଲ୍ଲୀକୁ ରକ୍ଷା କରନ୍ତୁ।”

ଉଲ୍ଲେଖ ଯୋଗ୍ୟ ଯେ, ଆତିଶୀ ଏବଂ ଶ୍ଵାତୀ ମାଲିୱାଲଙ୍କ ମଧ୍ୟରେ ଶବ୍ଦ ଯୁଦ୍ଧର ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଯେତେବେଳେ ଶ୍ଵାତୀ ମାଲିୱାଲ ତାଙ୍କ ପୂର୍ବତନ PA ବିଭବ ରାୟଙ୍କୁ ସିଏମ ହାଉସରେ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ, ସେତେବେଳେ ଶ୍ଵାତୀଙ୍କ ଉପରେ ଆତିଶୀ ଆକ୍ରମଣ କରିଥିଲେ। ଏହା ପରେ ଆତିଶୀ ଦାବି କରିଥିଲେ ଯେ, ବେଆଇନ ନିଯୁକ୍ତି ମାମଲାରେ ସାଂସଦ ଶ୍ଵାତୀ ମାଲିୱାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗିରଫର ଖଣ୍ଡା ତାଙ୍କ ଉପରେ ଝୁଲୁଥିଲା। ଏହି କାରଣରୁ ଭାରତୀୟ ଜନତା ପାର୍ଟି ତାଙ୍କୁ ବ୍ଲାକମେଲ କରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବିରୋଧରେ ଷଡଯନ୍ତ୍ରର ଅଂଶ କରିଥିଲା। ଆତିଶୀ ଅଭିଯୋଗ କରିଛନ୍ତି ଯେ, ମାଲିୱାଲ କୌଣସି ଅନୁମତି ନ ନେଇ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ!: ପ୍ରସ୍ତାବ ଦେଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ପଦବୀରୁ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଘୋଷଣା ପରେ ରାଜ୍ୟରେ ରାଜନୈତିକି ସରଗରମ ବୃଦ୍ଧି ପାଇଥିଲା। ଅରବିନ୍ଦ କେଜ୍ରିୱାଲଙ୍କ ପରେ ତାଙ୍କ ଆସନରେ କିଏ ବସିବ, ତାହା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଥିଲା। କିନ୍ତୁ ଏବେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ସସପେନ୍ସ ଶେଷ ହୋଇଛି। ଆତିଶୀ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡିଛି। ସୂଚନା ମୁତାବକ ବିଧାୟକ ଦଳ ବୈଠକରେ ଅରବିନ୍ଦ କେଜ୍ରିୱାଲ ତାଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ଉପରେ ସମସ୍ତ ବିଧାୟକ ସହମତ ପ୍ରକାଶ କରିଥିବା ଜଣାପଡିଛି।

ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି (ଏଏପି) ର ରାଜନୈତିକ ବ୍ୟାପାର କମିଟି (ପିଏସି) ର ନେତାମାନେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଆତିଶୀଙ୍କ ନାମ ଉପରେ ପରାମର୍ଶ ଦେଇଥିଲେ। ସୋମବାର ଦିନ PAC ବୈଠକ ଅନୁଷ୍ଠିତ ହୋଇଥିଲା।

ରବିବାର ଦିନ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଥିଲେ। ଏହା ପରେ ସେ ଆଜି ସନ୍ଧ୍ୟାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ ସକ୍ସେନାଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିବେ।

Categories
ଆଜିର ଖବର ଜାତୀୟ ଖବର

ସରକାରୀ ବିଜ୍ଞାପନରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଫଟୋ ନିଖୋଜ: କାରଣ ଦର୍ଶାଅ ନୋଟିସ ଜାରି କଲେ ଆତିଶି 

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଏବଂ ଅଧିକାରୀଙ୍କ ମଧ୍ୟରେ ଏକ ନୂଆ ବିବାଦ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଜ୍ଞାପନରୁ ନିଖୋଜ ହେବାର ଚିତ୍ର ସହିତ ଏହି ବିବାଦ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଫଟୋ ବିନା ସ୍ୱାଧୀନତା ଦିବସରେ ବିଜ୍ଞାପନ ପ୍ରକାଶ କରିବାକୁ ଦିଲ୍ଲୀ ମନ୍ତ୍ରୀ ଆତିଶି ଏକ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଥିପାଇଁ ସୂଚନା ଓ ପ୍ରଚାର ବିଭାଗର ନିର୍ଦ୍ଦେଶକ ତଥା ସଚିବଙ୍କୁ ଆତିଶି ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।

ଆତିଶି ତାଙ୍କ ବିଜ୍ଞପ୍ତିରେ ଲେଖିଛନ୍ତି ଯେ, “୧୪.୦୮.୨୦୨୪ ତାରିଖର ଲିଖିତ ନିର୍ଦ୍ଦେଶ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହିତ ସମ୍ପୂର୍ଣ୍ଣ ପୃଷ୍ଠା ବିଜ୍ଞାପନକୁ ନେଇ ଗଠିତ ସୃଜନଶୀଳ ଏବଂ ମିଡିଆ ଯୋଜନାର ସ୍ପଷ୍ଟ ଅନୁମୋଦନ ସତ୍ତ୍ୱେ ଦିନାଙ୍କ ୧୫.୦୮.୨୦୨୪ ରେ ମନ୍ତ୍ରୀଙ୍କ ଅନୁମୋଦନ ବିନା ଏହି ନିର୍ଦ୍ଦେଶଗୁଡିକର ସମ୍ପୂର୍ଣ୍ଣ ଉଲ୍ଲଂଘନ କରି ମୁଖ୍ୟମନ୍ତ୍ରୀଙ୍କର ଫଟୋଗ୍ରାଫ୍ ବିନା ଏକ ଅର୍ଦ୍ଧ ପୃଷ୍ଠାର ବିଜ୍ଞାପନ ପ୍ରକାଶ ପାଇଛି, ଯାହା ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଜାଣିଶୁଣି ଅବମାନନା କରିବା ପରି।

କାରଣ ନୋଟିସ ଜାରି କରିବାବେଳେ ମନ୍ତ୍ରୀ ଆତିଶି ଅଧିକାରୀମାନଙ୍କୁ ପଚାରିଛନ୍ତି ଯେ, ଆପଣଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ନୁହେଁ। ନିକଟରେ ଦିଲ୍ଲୀରେ ପତାକା ଉତ୍ତୋଳନକୁ ନେଇ ବିବାଦ ଆରମ୍ଭ ହୋଇଥିଲା ଯେତେବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଦେଶକୁ ବାତିଲ କରିଦିଆଯାଇଥିଲା ଏବଂ ଆତିଶୀଙ୍କୁ ତାଙ୍କ ସ୍ଥାନରେ ପତାକା ଉତ୍ତୋଳନ କରିବାକୁ ଅନୁମତି ଦିଆଯାଇନଥିଲା।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିପାରିବେ ନାହିଁ ଆତିଶୀ, ମୁଖ୍ୟମନ୍ତ୍ରୀଙ୍କ ଦାବି ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀରେ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନକୁ ନେଇ ବିବାଦ ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଦିଲ୍ଲୀ ସରକାରୀ ବିଭାଗ ମନା କରିଦେଇଛି। ଦିଲ୍ଲୀ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ (GAD) ଏ ସମ୍ପର୍କରେ ମନ୍ତ୍ରୀ ଗୋପାଳ ରାୟଙ୍କୁ ଚିଠି ଲେଖିଛନ୍ତି।

ଦିଲ୍ଲୀ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ମନ୍ତ୍ରୀ ଗୋପାଳ ରାୟଙ୍କୁ ଲେଖିଥିବା ଚିଠିରେ କହିଛି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ଅଛନ୍ତି ଏବଂ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବା ପାଇଁ ଉପଲବ୍ଧ ହେବେ ନାହିଁ। ଏହି ମାମଲା ସର୍ବୋଚ୍ଚ ସ୍ତରରେ ଅବଗତ କରାଯାଇଛି ଏବଂ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ଦିଲ୍ଲୀ ଜେଲ ନିୟମ ଅନୁଯାୟୀ ଗୋପାଳ ରାୟଙ୍କ ଦ୍ୱାରା ଦିଆଯାଇଥିବା ଯୋଗାଯୋଗ ଉପଯୁକ୍ତ ନୁହେଁ।

ସାଧାରଣ ପ୍ରଶାସନ ବିଭାଗର ଏହି ଆଭିମୁଖ୍ୟ ଉପରେ AAP ନେତା ମନୀଷ ସିସୋଦିଆ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ଦିଲ୍ଲୀ ଏଲଜି ବିନୟ ସକ୍ସେନାଙ୍କ ଠାରୁ ମଧ୍ୟ ଆଶା କରିପାରିବା।

Categories
ଆଜିର ଖବର ଜାତୀୟ ଖବର

କେଜ୍ରିୱାଲଙ୍କୁ ହତ୍ୟା କରିବା ପାଇଁ ବିଜେପି ଷଡଯନ୍ତ୍ର କରୁଛି: ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମାମଲାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ ସକ୍ସେନାଙ୍କୁ ମୁଖ୍ୟ ସଚିବଙ୍କ ଚିଠିକୁ ନେଇ ଆମ୍ ଆଦମୀ ପାର୍ଟିର ପ୍ରତିକ୍ରିୟା ଆସିଛି। ଦିଲ୍ଲୀ ସରକାରୀ ମନ୍ତ୍ରୀ ତଥା ଏଏପି ନେତା ଆତିଶୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବା ପାଇଁ ବିଜେପି ଷଡଯନ୍ତ୍ର କରୁଛି।

ଦିଲ୍ଲୀ ସରକାରର ମନ୍ତ୍ରୀ ଆତିଶୀ କହିଛନ୍ତି ଯେ, ସିଏମ କେଜ୍ରିୱାଲଙ୍କ ଶର୍କରା ସ୍ତର ଆଠରୁ ଅଧିକ ଥର ୫୦ତଳକୁ ଖସି ଆସିଛି। ମୁଖ୍ୟମନ୍ତ୍ରୀ କୋମା ଙ୍କୁ ଯାଇପାରନ୍ତି। ଏଭଳି ପରିସ୍ଥିତିରେ ବ୍ରେନ ଷ୍ଟ୍ରୋକତ ହେବାର ଆଶଙ୍କା ମଧ୍ୟ ରହିଛି।

ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ ସକ୍ସେନା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ଆତିଶୀଙ୍କ ଏହି ବିବୃତ୍ତି ଆସିଛି। ଏଲଜିଙ୍କ ମୁଖ୍ୟ ସଚିବ ଅଭିଯୋଗ କରିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ ଜେଲରେ କମ୍ କ୍ୟାଲୋରୀ ଖାଉଛନ୍ତି, ଯେଉଁଥିପାଇଁ ତାଙ୍କ ଓଜନ ହ୍ରାସ ପାଉଛି। ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ଲେଖିଥିବା ଚିଠିରେ ଏଲଜି ମୁଖ୍ୟ ସଚିବ ଏହା ପ୍ରକାଶ କରିଛନ୍ତି।

ଏଲଜିଙ୍କ ଚିଠିରେ କୁହାଯାଇଛି ଯେ, ସେ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏ ସମ୍ପର୍କରେ ଏଲଜିଙ୍କ ମୁଖ୍ୟ ସଚିବ ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ଜୁନ୍ ୬ ତାରିଖରୁ ଜୁଲାଇ ୧୩ ତାରିଖ ମଧ୍ୟରେ ଅରବିନ୍ଦ କେଜ୍ରିୱାଲଙ୍କ ଖାଦ୍ୟ ଏବଂ ଇନସୁଲିନ୍ ସମ୍ବନ୍ଧୀୟ ସୂଚନା ଲେଖାଯାଇଛି।

ପ୍ରକୃତରେ, ଇଡି ମାମଲାରେ ସୁପ୍ରିମକୋର୍ଟଙ୍କ ଜାମିନ ପାଇବା ପରେ ମଧ୍ୟ ସିଏମ୍ ଅରବିନ୍ଦ ତିହାଡ଼ ଜେଲରେ ଅଛନ୍ତି, ଏହାର କାରଣ ହେଉଛି ଯେ ସେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅନ୍ୟ ଏକ ସିବିଆଇ ମାମଲାରେ ନ୍ୟାୟିକ ହେପାଜତରେ ଅଛନ୍ତି। ସିବିଆଇ ମାମଲାରେ ଏହି ପ୍ରସଙ୍ଗରେ ଶୁଣାଣି ଦିଲ୍ଲୀ ହାଇକୋର୍ଟରେ ଚାଲିଛି। ହାଇକୋର୍ଟଙ୍କ ନିଷ୍ପତ୍ତି ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଆସିନାହିଁ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

‘ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରୁଛି ବିଜେପି’: AAP ର ବଡ ଅଭିଯୋଗ

ନୂଆଦିଲ୍ଲୀ: ବିଜେପି ବିରୋଧରେ ଏଏପି ନେତା ତଥା ଦିଲ୍ଲୀ ମନ୍ତ୍ରୀ ଅତିଶୀ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବା ପାଇଁ ବିଜେପି ଷଡଯନ୍ତ୍ର କରୁଛି। ଅତିଶୀ କହିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ କର୍କଟ, କିଡନୀ ଏବଂ ହୃଦୟର ଯାଞ୍ଚ କରିବାକୁ ପଡିବ। ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଚିକିତ୍ସାକୁ ଇଡି କାହିଁକି ବିରୋଧ କରୁଛି? ଏହା ଇଡି ଦ୍ୱାରା ବିରୋଧ ନୁହେଁ, ଏହା ବିଜେପିର ଷଡଯନ୍ତ୍ର।

ଅତିଶୀଙ୍କ ଏହି ପ୍ରତିକ୍ରିୟା ଏପରି ଏକ ସମୟରେ ଆସିଛି ଯେତେବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିୟମିତ ଜାମିନ ପାଇଁ ନିମ୍ନ ଅଦାଲତରେ ପହଞ୍ଚିଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରି ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ଆବେଦନ ଶୁଣିବାକୁ ମନା କରିଦେଇଥିଲେ।

ପ୍ରକାଶ ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଆବେଦନକୁ ଇଡି ବିରୋଧ କରିଛି। ଇଡି କୋର୍ଟଙ୍କୁ କହିଛି ଯେ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରଚାର କରୁଛନ୍ତି। ଶେଷ ମୁହୂର୍ତ୍ତରେ ସେମାନେ ଜାମିନ ଆବେଦନ କରୁଛନ୍ତି। ତାଙ୍କ ଆଚରଣ ଯୋଗୁଁ ତାଙ୍କୁ ଜାମିନ ଦିଆଯିବା ଉଚିତ୍ ନୁହେଁ।

ଉଲ୍ଲେଖ ଯୋଗ୍ୟ ଯେ, ନିୟମିତ ଜାମିନ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଲୀ କୋର୍ଟ ଗୁରୁବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୁ ନୋଟିସ ଜାରି କରିଛନ୍ତି। ଶନିବାର ସୁଦ୍ଧା ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଆବେଦନ ଉପରେ ଏହାର ଜବାବ ଦେବାକୁ ସ୍ୱତନ୍ତ୍ର ବିଚାରପତି କାବେରୀ ବାୱେଜା ଇଡିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କେଜ୍ରିୱାଲଙ୍କ ଅନ୍ୟ ଏକ ଆବେଦନ ଉପରେ ମଧ୍ୟ ବିଚାରପତି ଇଡିଙ୍କଠାରୁ ଜବାବ ମାଗିଛନ୍ତି, ଯେଉଁଥିରେ ନିୟମିତ ଜାମିନ ଆବେଦନ ଗ୍ରହଣ ନ ହେଲେ ସେ ମେଡିକାଲରେ ଏକ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ମାଗିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

AAP ନେତା ଆତିଶୀଙ୍କ ବିରୋଧରେ ସମନ ଜାରି କଲେ କୋର୍ଟ, କେଜ୍ରିୱାଲ ମଧ୍ୟ ଅଭିଯୁକ୍ତ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ: ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଆଜି AAP ସରକାରରେ ଆମ୍ ଆଦମୀ ପାର୍ଟିର ନେତା ତଥା ମନ୍ତ୍ରୀ ଆତିଶୀଙ୍କ ବିରୋଧରେ ସମନ ଜାରି କରିଛନ୍ତି। ମାନହାନୀ ମାମଲାରେ ଆତିଶୀଙ୍କ ବିରୋଧରେ ଏହି ସମନ ଜାରି କରାଯାଇଛି। ଜୁନ୍ ୨୯ ତାରିଖରେ ଆତିଶୀଙ୍କୁ ହାଜର ହେବାକୁ କୋର୍ଟ କହିଛନ୍ତି। ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଅଭିଯୁକ୍ତ।

ଦିଲ୍ଲୀ ବିଜେପି ନେତା ପ୍ରବୀଣ ଶଙ୍କର କପୁର ଅରବିନ୍ଦ କେଜ୍ରିୱାଲ ଏବଂ ଶିକ୍ଷା ମନ୍ତ୍ରୀ ଆତିଶୀଙ୍କ ବିରୋଧରେ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଆପ ନେତା ଆତିଶୀ ଅଭିଯୋଗ କରିଥିଲେ ଯେ, ଆମ୍ ଆଦମୀ ପାର୍ଟିର ବିଧାୟକ କିଣିବାକୁ ବିଜେପି ଚେଷ୍ଟା କରୁଛି। ଏହି ବିବୃତ୍ତି ବିରୋଧରେ ବିଜେପି ନେତା ମାନହାନି ମକଦ୍ଦମା ଦାୟର କରିଥିଲେ।

ଆତିଶୀଙ୍କ ସମସ୍ୟା ବଢିପାରେ:

ବିଜେପି ମିଡିଆ ମୁଖ୍ୟ ପ୍ରବୀଣ ଶଙ୍କର କପୁରଙ୍କ ମାନହାନୀ ମାମଲା ରାଉସ୍ ଆଭେନ୍ୟୁ କୋର୍ଟ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ ଆତିଶୀଙ୍କ ସମସ୍ୟା ବଢୁଥିବା ଜଣାପଡିଛି। ପଞ୍ଜାବରେ ଲୋକସଭା ଆସନ ପାଇଁ ଭୋଟ୍ ଜୁନ୍ ୧ ତାରିଖରେ ଅନୁଷ୍ଠିତ ହେବ। ଏଭଳି ସମୟରେ ଆତିଶୀଙ୍କ ବିରୋଧରେ ସମନ ଜାରି କରିବା ଦଳ ପାଇଁ ସମସ୍ୟା ବଢାଇପାରେ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତାମାନେ ଜେଲରେ ଅଛନ୍ତି। ଏଥି ସହ ଉପ-ରାଜ୍ୟପାଳ ଭି.କେ ସକ୍ସେନା ଦିଲ୍ଲୀ ସରକାରଙ୍କ ବିରୋଧରେ ହୋଇଥିବା ଅନେକ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅରବିନ୍ଦ କେଜ୍ରିୱାଲ ଅନ୍ତରୀଣ ଜାମିନରେ ଅଛନ୍ତି। ଉକ୍ତ ମାମଲାରେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ମଧ୍ୟ ଜାମିନରେ ଅଛନ୍ତି। ଏହି ମାମଲାରେ ମନୀଷ ସିସୋଦିଆ ଏବେ ମଧ୍ୟ ଜେଲରେ ଅଛନ୍ତି। ଏଥି ସହିତ ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ସତ୍ୟେନ୍ଦ୍ର ଜୈନ ଜେଲରେ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଷଡଯନ୍ତ୍ର: ଆପ ନେତା ଆତିଶି

ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ତଥା ଏଏପି ନେତା ଆତିଶି କହିଛନ୍ତି ଯେ, ଦିଲ୍ଲୀର ସରକାରୀ କର୍ମଚାରୀମାନେ ବୈଠକରେ ଯୋଗଦେବା ବନ୍ଦ କରି ଦେଇଛନ୍ତି। ଏହି ସବୁ ଜିନିଷ ଦର୍ଶାଉଛି ଯେ, ଅରବିନ୍ଦ କେଜ୍ରିୱାଲଙ୍କ ସରକାରକୁ ହଟାଇବା ଏବଂ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦିଲ୍ଲୀରେ ଏକ ଷଡଯନ୍ତ୍ର ଚାଲିଛି। ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲ ବର୍ତ୍ତମାନ ଜେଲରେ ଅଛନ୍ତି।

ଆତିଶି କହିଛନ୍ତି ଯେ, “ଅରବିନ୍ଦ କେଜ୍ରିୱାଲଙ୍କ ସରକାର ବିରୋଧରେ ଏକ ବିରାଟ ରାଜନୈତିକ ଷଡଯନ୍ତ୍ର ପ୍ରସ୍ତୁତ କରାଯାଉଛି। ଆସନ୍ତା କିଛି ଦିନ ମଧ୍ୟରେ ବିଜେପି ଶାସିତ କେନ୍ଦ୍ର ସରକାର ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଯାଉଛନ୍ତି। ଗତ କିଛି ଦିନ ହେବ ଦିଲ୍ଲୀରେ କୌଣସି ଅଧିକାରୀଙ୍କ ନିଯୁକ୍ତି ହୋଇନାହିଁ। ଦିଲ୍ଲୀରେ ଅନେକ ବିଭାଗ ଖାଲି ଅଛି। ଗତ ଏକ ସପ୍ତାହ ଧରି ଏଲଜି ସାହେବ ବିନା କାରଣରେ ଦିଲ୍ଲୀ ସରକାରଙ୍କ ବିରୋଧରେ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି। ୨୦ ବର୍ଷ ପୁରୁଣା ମାମଲା ଉଠାଇ ମୁଖ୍ୟମନ୍ତ୍ରୀଙ୍କ ସଚିବକୁ ବରଖାସ୍ତ କରାଯାଇଛି। ଏସବୁ ଦର୍ଶାଉଛି ଯେ, ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ଷଡଯନ୍ତ୍ର କରାଯାଉଛି।

ଦିଲ୍ଲୀ ସରକାରର ମନ୍ତ୍ରୀ ଅତିଶୀ କହିଛନ୍ତି ଯେ, “… ବିଜେପି ଜାଣେ ଯେ ଯେତେ ଚେଷ୍ଟା କଲେ ମଧ୍ୟ ସେମାନେ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରିପାରିବେ ନାହିଁ। ଦିଲ୍ଲୀର ଲୋକମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ଭଲ ପାଆନ୍ତି, ଦିଲ୍ଲୀର ଲୋକମାନେ ଆମ ଆଦମୀ ପାର୍ଟିକୁ ଭଲ ପାଆନ୍ତି। ବିଜେପିର ସମସ୍ତ ସମ୍ଭାବ୍ୟ ଉଦ୍ୟମ ସତ୍ତ୍ୱେ ଦିଲ୍ଲୀର ଲୋକମାନେ AAP କୁ ଭୋଟ୍ ଦିଅନ୍ତି।”

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀର AAP କାର୍ଯ୍ୟାଳୟ ସିଲ୍, ନିର୍ବାଚନ ଆୟୋଗଙ୍କ ସମ୍ମୁଖରେ ପ୍ରସଙ୍ଗ ଉଠାଇବୁ: ଆତିଶୀ

ନୂଆଦିଲ୍ଲୀ: ବରିଷ୍ଠ ଆମ୍ ଆଦମୀ ପାର୍ଟି (ଏଏପି) ନେତା ଆତିଶୀ ଆଜି ଦାବି କରିଛନ୍ତି ଯେ, ଦିଲ୍ଲୀରେ ଦଳର କାର୍ଯ୍ୟାଳୟକୁ ସବୁ ଦିଗରୁ ସିଲ୍ କରାଯାଇଛି ଏବଂ ଦଳ ଏସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିବ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଥିବା ଏକ ପୋଷ୍ଟରେ ଆତିଶୀ ପାର୍ଟି କାର୍ଯ୍ୟାଳୟର ସିଲ୍ ଉପରେ ପ୍ରଶ୍ନ କରି କହିଛନ୍ତି ଯେ, ଏହା ସମ୍ବିଧାନ ଦ୍ଵାରା ପ୍ରଦାନ କରାଯାଇଥିବା “ସମାନ ସୁଯୋଗ” ବିରୁଦ୍ଧ ଅଟେ।

ଦିଲ୍ଲୀ ମନ୍ତ୍ରୀ କହିଛନ୍ତି ଜେଆର, “ଲୋକସଭା ନିର୍ବାଚନ ସମୟରେ ଏକ ଜାତୀୟ ଦଳର କାର୍ଯ୍ୟାଳୟ କିପରି ବନ୍ଦ ହୋଇପାରିବ? ଏହା ଭାରତୀୟ ସମ୍ବିଧାନରେ ଦିଆଯାଇଥିବା ‘ସମାନ ସୁଯୋଗ’ ବିରୁଦ୍ଧ ଅଟେ। ଏହା ବିରୋଧରେ ଅଭିଯୋଗ କରିବାକୁ ଆମେ ନିର୍ବାଚନ ଆୟୋଗଙ୍କ ଠାରୁ ସମୟ ମାଗିଛୁ।

ସେ ‘ଏକ୍ସ’ ରେ କହିଛନ୍ତି ଯେ, ଆଦର୍ଶ ଆଚରଣ ସଂହିତା କାର୍ଯ୍ୟକାରୀ ହେବା ସତ୍ତ୍ୱେ ଆମେ ନିର୍ବାଚନ କମିଶନଙ୍କ ନିକଟକୁ ଯିବୁ, କେନ୍ଦ୍ର ସରକାର ଆଇଟିଓରେ AAP ର ମୁଖ୍ୟ କାର୍ଯ୍ୟାଳୟର ସମସ୍ତ ପ୍ରବେଶ ଦ୍ୱାର ବନ୍ଦ କରିଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ବଜେଟରେ ମହିଳାମାନଙ୍କୁ କେଜ୍ରିୱାଲ ସରକାରଙ୍କ ଉପହାର, ପ୍ରତିମାସରେ ମିଳିବ ଏତେ ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀ ଅର୍ଥମନ୍ତ୍ରୀ ଆତିଶୀ ଆଜି କେଜ୍ରିୱାଲ ସରକାରଙ୍କ ଦଶମ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ ଶିକ୍ଷା ପାଇଁ ୧୬,୩୯୬ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଲୋକସଭା ନିର୍ବାଚନ ପୂର୍ବରୁ ଉପସ୍ଥାପିତ ହୋଇଥିବା ଏହି ବଜେଟରେ ମହିଳାମାନଙ୍କୁ ଏକ ବିଶେଷ ଉପହାର ଦେବାକୁ ଘୋଷଣା କରାଯାଇଛି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, କେଜ୍ରିୱାଲ ସରକାର ବର୍ତ୍ତମାନ ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କୁ ୧୦୦୦ ଟଙ୍କା ଦେବେ। ୧୮ ବର୍ଷରୁ ଅଧିକ ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଦିଆଯିବ। କେଜ୍ରିୱାଲ ସରକାର ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ଅଧୀନରେ ୧୦୦୦ ଟଙ୍କା ଦେବେ।

ସ୍ୱାସ୍ଥ୍ୟ ବଜେଟ୍:

ଦିଲ୍ଲୀ ସରକାର ସ୍ୱାସ୍ଥ୍ୟ ବଜେଟକୁ ୮୬୮୫ କୋଟି ଟଙ୍କା ରଖିଛନ୍ତି। ଦିଲ୍ଲୀ ସରକାରୀ ଡାକ୍ତରଖାନାଗୁଡ଼ିକର ରକ୍ଷଣାବେକ୍ଷଣ ତଥା ସୁବିଧା ପାଇଁ ୬୨୧୫ କୋଟି ଟଙ୍କା ପ୍ରଦାନ କରାଯିବ। ଏଥିସହିତ ମୋହାଲା କ୍ଲିନିକ ପାଇଁ ୨୧୨ କୋଟି ଟଙ୍କା ଖର୍ଚ୍ଚ ହେବ। ବଜେଟ୍ ଭାଷଣ ସମୟରେ ଦିଲ୍ଲୀ ସରକାରୀ ଅର୍ଥମନ୍ତ୍ରୀ ଆତିଶୀ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଗୃହରେ ସତ୍ୟେନ୍ଦ୍ର ଜୈନ ଜିନ୍ଦବାଦର ସ୍ଲୋଗାନ ଦିଆଯାଇଥିଲା।

ତାଙ୍କ ବଜେଟ୍ ଭାଷଣର ଆରମ୍ଭରେ ଆତିଶି କେଜ୍ରିୱାଲ ସରକାରଙ୍କ ସଫଳତା ବିଷୟରେ ଉଲ୍ଲେଖ କରିଛନ୍ତି। ଅର୍ଥମନ୍ତ୍ରୀ ଆତିଶି କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ଦିଲ୍ଲୀବାସୀଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। ଦିଲ୍ଲୀର ଲୋକମାନେ ନିରାଶାରୁ ଆଶା ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଆଜିକାଲି ଦିଲ୍ଲୀରେ ସ୍କୁଲ, ଡାକ୍ତରଖାନା ଏବଂ ରାସ୍ତା ବଦଳୁଛି।