Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ଭଗବାନ ଦିଲ୍ଲୀକୁ ରକ୍ଷା କରନ୍ତୁ’: ମୁଖ୍ୟମନ୍ତ୍ରୀ ଘୋଷଣା ପରେ ଆତିଶୀଙ୍କୁ ଟାର୍ଗେଟ କଲେ ଶ୍ଵାତୀ ମାଲିୱାଲ
ଜାତୀୟ ଖବର

‘ଭଗବାନ ଦିଲ୍ଲୀକୁ ରକ୍ଷା କରନ୍ତୁ’: ମୁଖ୍ୟମନ୍ତ୍ରୀ ଘୋଷଣା ପରେ ଆତିଶୀଙ୍କୁ ଟାର୍ଗେଟ କଲେ ଶ୍ଵାତୀ ମାଲିୱାଲ

September 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପୂର୍ବତନ ଏଏପି ନେତା ତଥା ରାଜ୍ୟସଭା ସାଂସଦ ଶ୍ଵାତୀ ମାଲିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାପରେ ଆତିଶୀଙ୍କୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀ ପାଇଁ ଏହା ଅତ୍ୟନ୍ତ ଦୁଃଖଦ ଦିନ ବୋଲି ଶ୍ଵାତୀ ମାଲିୱାଲ କହିଛନ୍ତି। କେବଳ ଏତିକି ନୁହେଁ, ସେ ଆତିଶୀଙ୍କୁ ଏକ ଡମି ସିଏମ୍ ବୋଲି କହିଛନ୍ତି।

ଶ୍ଵାତୀ ମାଲିୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ଯେ, “ଆଜି ଦିଲ୍ଲୀ ପାଇଁ ଅତ୍ୟନ୍ତ ଦୁଃଖଦ ଦିନ। ଆଜି ଜଣେ ମହିଳାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରାଯାଇଛି ଯାହାର ପରିବାର ଆତଙ୍କବାଦୀ ଆଫଜଲ ଗୁରୁଙ୍କୁ ଫାଶୀରୁ ରକ୍ଷା କରିବା ପାଇଁ ଦୀର୍ଘ ଯୁଦ୍ଧ ଲଢିଥିଲେ। ଆତଙ୍କବାଦୀ ଆଫଜାଲ ଗୁରୁଙ୍କୁ ବଞ୍ଚାଇବା ପାଇଁ ତାଙ୍କ ପିତାମାତା ମାନ୍ୟବର ରାଷ୍ଟ୍ରପତିଙ୍କୁ ଦୟା ନିବେଦନ କରିଥିଲେ।

‘ଭଗବାନ ଦିଲ୍ଲୀକୁ ରକ୍ଷା କରନ୍ତୁ’:

ଶ୍ଵାତୀ ମାଲିୱାଲ ଆହୁରି ଲେଖିଛନ୍ତି ଯେ, “ଆତିଶୀଙ୍କ ପିତାମାତାଙ୍କ ଅନୁଯାୟୀ ଆଫଜାଲ ଗୁରୁ ନିର୍ଦ୍ଦୋଷ ଏବଂ ସେ ଏକ ରାଜନୈତିକ ଷଡଯନ୍ତ୍ରର ଅଂଶ ଭାବରେ ଜଡିତ ଥିଲେ। ଯଦିଓ ଆତିଶୀ କେବଳ ‘ଡମି ସିଏମ’, ତଥାପି ଏହି ପ୍ରସଙ୍ଗ ଦେଶର ସୁରକ୍ଷା ସହ ଜଡିତ। ଭଗବାନ ଦିଲ୍ଲୀକୁ ରକ୍ଷା କରନ୍ତୁ।”

ଉଲ୍ଲେଖ ଯୋଗ୍ୟ ଯେ, ଆତିଶୀ ଏବଂ ଶ୍ଵାତୀ ମାଲିୱାଲଙ୍କ ମଧ୍ୟରେ ଶବ୍ଦ ଯୁଦ୍ଧର ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଯେତେବେଳେ ଶ୍ଵାତୀ ମାଲିୱାଲ ତାଙ୍କ ପୂର୍ବତନ PA ବିଭବ ରାୟଙ୍କୁ ସିଏମ ହାଉସରେ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ, ସେତେବେଳେ ଶ୍ଵାତୀଙ୍କ ଉପରେ ଆତିଶୀ ଆକ୍ରମଣ କରିଥିଲେ। ଏହା ପରେ ଆତିଶୀ ଦାବି କରିଥିଲେ ଯେ, ବେଆଇନ ନିଯୁକ୍ତି ମାମଲାରେ ସାଂସଦ ଶ୍ଵାତୀ ମାଲିୱାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗିରଫର ଖଣ୍ଡା ତାଙ୍କ ଉପରେ ଝୁଲୁଥିଲା। ଏହି କାରଣରୁ ଭାରତୀୟ ଜନତା ପାର୍ଟି ତାଙ୍କୁ ବ୍ଲାକମେଲ କରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବିରୋଧରେ ଷଡଯନ୍ତ୍ରର ଅଂଶ କରିଥିଲା। ଆତିଶୀ ଅଭିଯୋଗ କରିଛନ୍ତି ଯେ, ମାଲିୱାଲ କୌଣସି ଅନୁମତି ନ ନେଇ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚିଛନ୍ତି।

aap Arvind Kejriwal Atishi delhi delhi cm Saurabh Bhardwaj
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026

ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

April 26, 2026

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026
Latest News

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.