Categories
ଆଜିର ଖବର ଖେଳ

ବୁସ୍‌ଫାୟାର୍‌ ଲିଗ୍‌ରୁ 7.7 ମିଲିୟନ୍‌ ଡଲାର ସଂଗୃହୀତ

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆର ଜଙ୍ଗଲ ନିଆଁ ସହାୟତା ପ୍ରଦାନ ପାଇଁ ଖେଳାଯାଇଥିବା କ୍ରିକେଟ୍‌ ମ୍ୟାଚ୍‌ରେ 7.7 ମିଲିୟନ୍‌ ଡଲାରର ଅର୍ଥରାଶି ସଂଗୃହୀତ ହୋଇଛି । ଏହି ମ୍ୟାଚ୍‌ ପାଇଁ ସଚିନ ତେନ୍ଦୁଲକର, ବ୍ରାୟାନ୍‌ ଲାରା, ଓ୍ବାସିମ୍‌ ଆକ୍ରମ୍‌, ରିକି ପଣ୍ଟିଂ, ଆଡାମ ଗିଲକ୍ରିଷ୍ଟ ଏବଂ ଯୁବରାଜ ସିଂଙ୍କ ପରି ଖେଳାଳି ଫେରିଥିଲେ । ଏହା ସହିତ ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ମହିଳା ଦଳର କିଛି ସଦସ୍ୟ ମଧ୍ୟ ଏହି ମ୍ୟାଚ୍‌ ଖେଳିଥିଲେ । ଏହି ମ୍ୟାଚ୍‌ ବ୍ୟତିତ ସଚିନ୍‌ ଅଷ୍ଟ୍ରେଲିଆ ମହିଳା ଦଳ ସହିତ ଏକ ମ୍ୟାଚ୍‌ ଖେଳିଥିଲେ । (ଏଜେନ୍ସି)

Categories
ଆଜିର ଖବର ଖେଳ

ମଙ୍ଗଳବାର ପ୍ରଥମ ଦିନିକିଆ : ଟିମ୍‌ ଚୟନକୁ ନେଇ ଦ୍ବନ୍ଦରେ ଭାରତ

ମୁମ୍ବାଇ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ମୁମ୍ବାଇରେ ଖେଳାଯିବ । ମ୍ୟାଚ୍‌ ପାଇଁ ଉଭୟ ଦଳ ପ୍ରସ୍ତୁତ ରହିଥିବା ବେଳେ ଟିମ୍‌ ଚୟନକୁ ନେଇ ଭାରତୀୟ ଦଳ ଦ୍ବନ୍ଦ୍ବରେ ରହିଛି । ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନରେ ଓପନିଂ ସ୍ଥାନକୁ ନେଇ ଟିମ୍‌ ମ୍ୟାନେଜମେଣ୍ଟ ଅଡୁଆରେ ପଡିଛି । ରୋହିତଙ୍କ ସହିତ ଉଭୟ ଧଓ୍ବନ୍‌ ଏବଂ ରାହୁଲ ସଫଳ ହୋଇଥିବାରୁ ମ୍ୟାନେଜମେଣ୍ଟ କାହାକୁ ଖେଳାଇବ ସେ ନେଇ ଅଡୁଆରେ ପଡିଛି । ସେହିପରି ଦ୍ରୁତ ବିଭାଗରେ ଯଶ୍‌ପ୍ରୀତ୍‌ ବୁମ୍‌ରା ଏବଂ ମହମ୍ମଦ ସାମିଙ୍କ ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ତୃତୀୟ ବୋଲର ଭାବରେ ନବଦୀପ ସାଇନି କିମ୍ବା ଶାର୍ଦ୍ଦୁଲ ଠାକୁରଙ୍କ ମଧ୍ୟରେ ଜଣେ ସ୍ଥାନ ପାଇବେ । ମଧ୍ୟକ୍ରମରେ ଶ୍ରେୟସ ଆୟାର ଏବଂ ଋଷଭ ପନ୍ତଙ୍କ ସହିତ କେଦାର ଯାଦବ /ଶିବମ ଦୁବେଙ୍କ ମଧ୍ୟରେ ଜଣେ ସ୍ଥାନ ପାଇବାକୁ ଯାଉଛନ୍ତି । (ଏଜେନ୍ସୀ)