ମଙ୍ଗଳବାର ପ୍ରଥମ ଦିନିକିଆ : ଟିମ୍‌ ଚୟନକୁ ନେଇ ଦ୍ବନ୍ଦରେ ଭାରତ

Published: Jan 13, 2020, 2:19 pm IST

ମୁମ୍ବାଇ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ମୁମ୍ବାଇରେ ଖେଳାଯିବ । ମ୍ୟାଚ୍‌ ପାଇଁ ଉଭୟ ଦଳ ପ୍ରସ୍ତୁତ ରହିଥିବା ବେଳେ ଟିମ୍‌ ଚୟନକୁ ନେଇ ଭାରତୀୟ ଦଳ ଦ୍ବନ୍ଦ୍ବରେ ରହିଛି । ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନରେ ଓପନିଂ ସ୍ଥାନକୁ ନେଇ ଟିମ୍‌ ମ୍ୟାନେଜମେଣ୍ଟ ଅଡୁଆରେ ପଡିଛି । ରୋହିତଙ୍କ ସହିତ ଉଭୟ ଧଓ୍ବନ୍‌ ଏବଂ ରାହୁଲ ସଫଳ ହୋଇଥିବାରୁ ମ୍ୟାନେଜମେଣ୍ଟ କାହାକୁ ଖେଳାଇବ ସେ ନେଇ ଅଡୁଆରେ ପଡିଛି । ସେହିପରି ଦ୍ରୁତ ବିଭାଗରେ ଯଶ୍‌ପ୍ରୀତ୍‌ ବୁମ୍‌ରା ଏବଂ ମହମ୍ମଦ ସାମିଙ୍କ ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ତୃତୀୟ ବୋଲର ଭାବରେ ନବଦୀପ ସାଇନି କିମ୍ବା ଶାର୍ଦ୍ଦୁଲ ଠାକୁରଙ୍କ ମଧ୍ୟରେ ଜଣେ ସ୍ଥାନ ପାଇବେ । ମଧ୍ୟକ୍ରମରେ ଶ୍ରେୟସ ଆୟାର ଏବଂ ଋଷଭ ପନ୍ତଙ୍କ ସହିତ କେଦାର ଯାଦବ /ଶିବମ ଦୁବେଙ୍କ ମଧ୍ୟରେ ଜଣେ ସ୍ଥାନ ପାଇବାକୁ ଯାଉଛନ୍ତି । (ଏଜେନ୍ସୀ)

Related posts