Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ନେପାଳରେ ବରଫ ଝଡ : 150 ଉଦ୍ଧାର, 7 ନିଖୋଜ

କାଠମାଣ୍ଡୁ : ନେପାଳରେ ଭୟଙ୍କର ଭୟଙ୍କର ବରଫ ଝଡ ପ୍ରଭାବରେ 7 ଜଣ ନିଖୋଜ ରହିଥିବା ବେଳେ 150 ଜଣଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ 7 ଗାଇଡ୍‌ଙ୍କ ମଧ୍ୟରେ 4 ଜଣ ଦକ୍ଷିଣ କୋରିଆର ଏବଂ 3 ଜଣ ସ୍ଥାନୀୟ ଗାଇଡ୍‌ ବୋଲି ଜଣାପଡିଛି । ନେପାଳର ଅନ୍ୟତମ ଉଚ୍ଚତମ ଶୃଙ୍ଗ ଅନ୍ନପୂର୍ଣ୍ଣାରେ ଶନିବାରୀ ଏହି ବରଫ ଝଡ ସଙ୍ଗଠିତ ହୋଇଛି । ବରଫ ଝଡ ସମୟରେ ଉଦ୍ଧାରକାରୀ ଦଳ 150 ଜଣଙ୍କୁ ଉଦ୍ଧାରରେ ସକ୍ଷମ ହୋଇଥିଲେ ମଧ୍ୟ 7 ଜଣ ଗାଇଡ୍‌ ନିଖୋଜ ହୋଇଯାଇଛନ୍ତି । ବରଫ ଝଡ ପରେ ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଖରାପ ପାଗ କାରଣରୁ ସର୍ଚ୍ଚ ଅପରେସନ୍‌ରେ ହେଲିକପ୍ଟର ବ୍ୟବହାର କରାଯାଇପାରୁନାହିଁ । ଉଦ୍ଧାର ବ୍ୟକ୍ତିଙ୍କୁ ନେପାଳର ରାଜଧାନୀ କାଠମାଣ୍ଡୁକୁ ସ୍ଥାନାନ୍ତର କରାଯାଇଛି । (ଏଜେନ୍ସୀ)