Categories
ଆଞ୍ଚଳିକ

ଆବାସ ଯୋଜନା ବିଫଳ: ଝାଟିମାଟି କୁଡିଆରେ ଜୀବନ ବିତାଉଛନ୍ତି ଅସହାୟ ବିଧବା

ସମୀକ୍ଷା ବ୍ୟୁରୋ
ଗଜପତି,୩୦/୧୧: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଛଞ୍ଚାଣବାହାଲି ପଞ୍ଚାୟତ ସ୍ଥିତ ବେହେରାଗୁଡା ଗ୍ରାମରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଜୀବନ ଜାତନାରେ ଅତିଷ୍ଠ ହୋଇପଡିଥିବା ବିଧବା ମହିଳା ସୂର୍ଯ୍ୟକାନ୍ତି ନିଜ ଭଙ୍ଗା କୁଡିଆରେ ଜୀବନ ବିତାଉଛନ୍ତି।

ଆଜକୁ ଦୁଇବର୍ଷ ତଳେ ସ୍ୱାମୀ ମୃତ୍ୟୁ ମୁଖରେ ପଡିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ସମ୍ପୁର୍ଣ୍ଣ ଅସହାୟ ହୋଇ ପଡିଲେ ସୂର୍ଯ୍ୟକାନ୍ତି। ଦିନକୁ ଦି ମୁଠା ଆହାର ପାଇଁ ଗାଁ ଗାଁ ବୁଲି ଭିକ ମାଗି ଗୁଜୁରାଣ ମେଣ୍ଟାଉଛନ୍ତି ସୂର୍ଯ୍ୟକାନ୍ତି।

ସରକାରୀ ସହାୟତା କହିଲେ ମାସକୁ ପାଞ୍ଚ କିଗ୍ରା ଚାଉଳ ଓ ବିଧବା ଭତ୍ତା, ଯାହାକି ସମୁଦ୍ରକୁ ଶଙ୍ଖେ। ଏତିକିରେ ଚଳିବା ବହୁତ କଷ୍ଟ ହେଉଛି ବୋଲି ଅତି କୋହଭରା କଣ୍ଠରେ କହନ୍ତି ସୂର୍ଯ୍ୟକାନ୍ତି। ଘର ନଥିଲେ ମଧ୍ୟ ସରକାରଙ୍କ ଆବାସ ଯୋଜନାରେ ସୂର୍ଯ୍ୟକାନ୍ତିଙ୍କୁ ଘର ଖଣ୍ଡିଏ ମିଳିନାହିଁ। ସରକାରଙ୍କ ଆବାସ ଯୋଜନାରୁ ଘର ଖଣ୍ଡିଏ ଏବଂ ଅନ୍ତ୍ୟୋଦୟ ଯୋଜନାରୁ ମାସକୁ ୩୫ କିଗ୍ରା ଚାଉଳ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ନିବେଦନ କରିଛନ୍ତି ଏହି ଅସହାୟ ମହିଳା।

ରିପୋର୍ଟର: ବବୁଲୁ ସାହୁ , ମୋ:୯୫୫୬୮୦୩୩୧୪