Categories
ଆଜିର ଖବର ଜାତୀୟ ଖବର

ଆଣବିକ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର କେ-4ର ସଫଳ ପରୀକ୍ଷଣ

ବିଶାଖାପଟ୍ଟନମ୍‌ : କ୍ଷେପଣାସ୍ତ୍ର ପରୀକ୍ଷଣ କ୍ଷେତ୍ରରେ ଭାରତ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ଆଣବିକ ଅସ୍ତ୍ର ବହନ କ୍ଷମତା ରଖୁଥିବା କ୍ଷେପଣାସ୍ତ୍ର କେ-4ର ସଫଳ ପରୀକ୍ଷଣ କରାଯାଇଛି । ଅଣୁ ଅସ୍ତ୍ର ବାହକ ଏହି କ୍ଷେପଣାସ୍ତ୍ର ବୁଡାଜାହାଜରୁ ଉତ୍‌କ୍ଷେପଣ କରାଯାଇପାରିବ । ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା 3500 କିମି ରହିଥିବା ବେଳେ ଏହା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ବୋଲି ଡିଆରଡିଓ ପକ୍ଷରୁ ପ୍ରକାଶ କରାଯାଇଛି । ଏହି କ୍ଷେପଣାସ୍ତ୍ର ଭାରତୀୟ ନୌସେନାରେ ସାମିଲ ହେଲେ ଏହା ନୌସେନାକୁ ଆହୁରି ଶକ୍ତିଶାଳୀ କରିବ । (ଏଜେନ୍ସୀ)