Categories
ଫଟୋ ଖବର

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ରଙ୍କ ଅସ୍ଥି ବିସର୍ଜନ ଅବସରରେ ତାଙ୍କ ପିତା ଓ ଦୁଇ ଭଉଣୀ

ପାଟନା : ପାଟନାର ଦୀଘାଘାଟଠାରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅସ୍ଥି ବିସର୍ଜନ କରାଯାଉଛି । ପଣ୍ଡିତଜୀଙ୍କ ପୂଜାର୍ଚ୍ଚନା ପରେ ତାଙ୍କ ପିତା କେକେ ସିଂହ ଓ ଦୁଇ ଭଉଣୀ ନଦୀରେ ତାଙ୍କ ଅସ୍ଥି ବିସର୍ଜନ କରୁଛନ୍ତି । ସୂଚନାଯୋଗ୍ୟ,  ଗତ ଜୁନ୍‌ 14 ତାରିଖରେ ସୁଶାନ୍ତ ମୁମ୍ବାଇସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ । ମାନସିକ ଅବସାଦ କାରଣରୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିଲେ ବୋଲି ସୂଚନା ରହିଛି ।