Categories
ଆଜିର ଖବର

ଗୁଜରାଟ ମୁହାଁ ହେଉଛି ସାମୁଦ୍ରିକ ଝଡ ବାୟୁ

ପାଣିପାଗ ବିଭାଗ ବୁଲେଟିନ ଅନୁସାରେ ପୂର୍ବ କେନ୍ଦ୍ରୀୟ ଓ ଏହାର ନିକଟବର୍ତ୍ତୀ ଦକ୍ଷିଣ ପୂର୍ବ ଆରବ ସାଗର ଏବଂ ଲାକ୍ଷାଦ୍ବୀପ ମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର ପଶ୍ଚିମରେ ଗତି କରୁଛି। ଘଣ୍ଟା ପ୍ରତି ଏହାର ବେଗ ରହିଛି ୧୫କିମି। ଅବପାତ ଘନୀଭୂତ ହୋଇ ତୀବ୍ର ଅବପାତରେ ପରିଣତ ହେବା ସହିତ ଏବେ ଲାକ୍ଷାଦ୍ବୀପଠାରୁ ୩୨୦କିମି ଏବଂ ମୁମ୍ବଇଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୬୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ବାତ୍ୟା ୭୨ଘଣ୍ଟା ଭିତ‌େର ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ପୋରବନ୍ଦର ଏବଂ ମାହୁଭା ମଧ୍ୟରେ ଅତିକ୍ରମ କରିପାରେ। ବାତ୍ୟା ସମୟରେ ପବନର ବେଗ ୧୨୫ରୁ ୧୩୫ କିମି କିମ୍ବା କିଛି ସ୍ଥାନରେ ୧୫୦ କିମି ଟପିବାର ସମ୍ଭାବନା ରହିଛି। ୧୨ ତାରିଖ ମଧ୍ୟରାତ୍ରି କିମ୍ବା ୧୩ ତାରିଖ ସକାଳ ସୁଦ୍ଧା ଗୁଜରାଟ ଉପକୂଳରେ ସ୍ଥଳ ଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଆଇଏମ୍‌ଡି ସୂଚନାନୁଯାୟୀ, ଆରବ ସାଗରରେ ସୃଷ୍ଟି ହୋଇଥିବା ଝଡ଼ ସମ୍ପ୍ରତି ୩୦୦ କିମି ଦୂରରେ ରହିଛି। ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ମଧ୍ୟରେ ଦେଶର ପଶ୍ଚିମ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ଗୁଜରାଟ ଉପକୂଳରେ ଝଡ଼ବାତ୍ୟା ସମ୍ପର୍କିତ ସତର୍କ ସୂଚନା ଜାରି କରାଯାଇଛି। ସେନା, ତଟରକ୍ଷୀ ଓ ଏନ୍‌ଡିଆରଏଫକୁ ମୁକାବିଲା ପାଇଁ ପ୍ରସ୍ତୁତ ରଖାଯାଇଛି।