Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଚାଲିଛି ଡଲଫିନ୍‌ ଗଣନା

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ରାଜ୍ୟରେ ବର୍ତ୍ତମାନ କେତେ ସଂଖ୍ୟାରେ ଡଲଫିନ ରହିଛନ୍ତି ସେ ନେଇ ଆରମ୍ଭ କରାଯାଇଛି ଡଲଫିନ ଗଣନା ପ୍ରକ୍ରିୟା । ରାଜନଗର – ଭିତରକନିକା ବା ରାଜନଗର ବନଖଣ୍ଡରେ ସକାଳ 6ରୁ ଡଲଫିନ୍‌ ଗଣନା ଆରମ୍ଭ ହୋଇଥିବାବେଳେ ଏହା ଦିନ 12ଟା ପର୍ଯ୍ୟନ୍ତ କରାଯିବ । 5ଟି ରେଞ୍ଜରେ 9ଟି ଟିମ୍ ଡଲଫିନ୍ ଗଣନା କାର୍ଯ୍ୟରେ ସାମିଲ୍ ହୋଇଥିବାର ସୂଚନା ମିଳିଛି । ସେହିପରି ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଆଜି ସକାଳ 6ଟାରୁ ଡଲଫିନ୍‌ ଗଣନା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଦିନ 1ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ମୋଟ୍‌ 18ଟି ଟିମ୍‌ରେ 133ଜଣ ସଦସ୍ୟଙ୍କ ଦ୍ବାରା ଚିଲିକାର ବିଭିନ୍ନ ପ୍ରାନ୍ତରୁ ଡଲଫିନ୍‌ ଗଣନା କରାଯାଉଛି ବୋଲି ସୂଚନା ରହିଛି । ସେହିପରି କୋଣାର୍କରେ ଡଲଫିନ୍‌ ଗଣନା କାର୍ଯ୍ୟ ପାଇଁ 3ଟି ଟିମ୍‌ ନିୟୋଜିତ ହୋଇଛନ୍ତି । ପାରାଦ୍ବୀପ କୁଜଙ୍ଗ ରେଞ୍ଜରେ ମଧ୍ୟରେ ଡଲଫିନ୍‌ ଗଣନା କାର୍ଯ୍ୟ ହେଉଛି ।

Categories
ଆଞ୍ଚଳିକ

କୁମ୍ଭୀର ଗଣନା ପାଇଁ ଏକ ସପ୍ତାହ ବନ୍ଦ ରହିବ ଭିତରକନିକା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,2/12: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଏକ ସପ୍ତାହ ନିମନ୍ତେ ବନ୍ଦ ରହିବ । ଆସନ୍ତା ଡିସେମ୍ବର 26ରୁ ଜାନୁଆରୀ 4ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା ନିମନ୍ତେ ଏହାକୁ ବନ୍ଦ ରଖାଯିବ । ଭିତରକନିକାର ନଦୀନାଳ ବିଶେଷକରି ରାଜନଗର ବନଖଣ୍ଡ ଅନ୍ତର୍ଗତ ରାଜନଗର ରେଞ୍ଜ, କନିକା ରେଞ୍ଜ, ଗହୀରମଥା ରେଞ୍ଜ ଓ କୁଜଙ୍ଗ ରେଞ୍ଜରେ ଏହି ଗଣନା କରାଯିବ। ତେଣୁ ପର୍ଯ୍ୟଟକଙ୍କ ପାଇଁ ଏହି ସମୟ ଜାତୀୟ ଉଦ୍ୟାନ ବନ୍ଦରହିବ ବୋଲି ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।