Categories
ଆଜିର ଖବର ରାଜ୍ୟ ଖବର

ବାର୍ଡଫ୍ଲୁ ଚିନ୍ତା : ଚିଲିକାରୁ ବିଦେଶାତ ପକ୍ଷୀଙ୍କ ନମୁନା କରାଯାଉଛି ସଂଗ୍ରହ

ସମୀକ୍ଷା ବ୍ୟୁରୋ

ଚିଲିକା : ପୁଣି ବାର୍ଡଫ୍ଲୁ ଚିନ୍ତା । ବାର୍ଡ ଫ୍ଲୁ ରୋକିବା ପାଇଁ ଚିଲିକାରୁ ବିଦେଶାଗତ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଉଛି ।  ବାର୍ଡ ଫ୍ଲୁ ପାଇଁ ଆଜିଠାରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କୁକୁଡ଼ା ମରା ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ଚିଲିକା ନଳବଣରୁ ବିଦେଶାଗତ ପକ୍ଷୀଙ୍କ ନମୁନା ସଂଗ୍ରହ କରିଛି ବନ୍ୟପ୍ରାଣୀ ବିଭାଗ । ଏହା ସହ ବାଲୁଗାଁ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ମଧ୍ୟ ନମୁନା ସଂଗ୍ରହ କରାଯାଇଛି । ୩ ବିଦେଶାଗତ ପକ୍ଷୀଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିବା ସୂଚନା ମିଳିଛି । ସଂଗୃହୀତ ନମୁନା ଭୋପାଳା ଟେଷ୍ଟିଂ ଲ୍ୟାବକୁ ପଠାଯିବାକୁ ବ୍ୟବସ୍ଥା କରାଯାଉଛି ।

Categories
ଜାତୀୟ ଖବର ରାଜ୍ୟ ଖବର

ବାର୍ଡଫ୍ଲୁ ପାଇଁ ଆସନ୍ତାକାଲିଠାରୁ ବନ୍ଦ ରହିବ ନନ୍ଦନକାନନ ଚିଡିଆଖାନାର ପକ୍ଷୀ ସଫାରୀ

ଭୁବନେଶ୍ବର- ଭୁବନେଶ୍ବରରେ ବାର୍ଡଫ୍ଲୁ ହୋଇଥିବାର ପ୍ରମାଣ ମିଳିବା ପରେ ପରେ ନନ୍ଦନକାନନ କର୍ତ୍ତୁପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଠ ସମୟ ପାଇଁ ନନ୍ଦନକାନନ ଚିଡିଆଖାନାର ପକ୍ଷୀ ସଫାରୀ ବା ବିହଙ୍ଗ ସାରଣୀ ବନ୍ଦ ରହିବ। ଏନେଇ ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ତରଫରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି। ହେଲେ ଚିଡିଆଖାନାର ଅନ୍ୟାନ୍ୟ ସ୍ଥାନ ପର୍ଯ୍ୟଟକମାନେ ଭ୍ରମଣ କରିପାରିବେ ବୋଲି କୁହାଯାଇଛି।

ଭୁବନେଶ୍ବରର ଓୟୁଏଟି ଫାର୍ମରେ ବାର୍ଡଫ୍ଲୁ ବ୍ୟାପିଥିବାର ପ୍ରମାଣ ମିଳିବା ପରେ ଚିଡିଆଖାନା ତରଫରୁ ଏହି ପଦକ୍ଷେପ ନିଆଯାଇଛି। ଦୁଇଦିନ ତଳେ ଓୟୁଏଟି କୁକୁଡା ଗବେଷଣା ଫାର୍ମର ଏକ କୁକୁଡା ମରିଯାଇଥିଲା। ହଠାତ ମରିବା ଦେଖି କର୍ମଚାରୀମାନେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇଥିଲେ। ଏହାକୁ ଓୟୁଏଟି କର୍ତ୍ତୁପକ୍ଷ ଗୁରୁତର ସହ ନେଇ ସେହି କୁକୁଡାର କିଛି ନମୁନା ପରୀକ୍ଷା ପାଇଁ ଭୋପାଳ ପଠାଇଥିଲେ। ଭୋପାଳ ପରୀକ୍ଷାଗାରରେ ପରୀକ୍ଷା ହେବା ପରେ କୁକୁଡାକୁ ବାର୍ଡଫ୍ଲୁ ହୋଇଥିବାର ଜଣାପଡିଥିଲା। ଫଳରେ ଆସନ୍ତାକାଲି ଓୟୁଏଟିର ସମସ୍ତ କୁକୁଡା ମରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି।

ଭୁବନେଶ୍ବରରୁ ବାର୍ଡ ଫ୍ଲୁ ହେବାର ପ୍ରମାଣ ମିଳିବା ପରେ ବର୍ତ୍ତମାନ ଅନ୍ୟାନ୍ୟ ଫାର୍ମରେ ଏହି ଫ୍ଲୁ ହୋଇଥିବାର ସନ୍ଦେହ ସୃଷ୍ଟି ହୋଇଛି। ଫଳରେ ରାଜ୍ୟ ସରକାର ବାହାର ଘରୋଇ ଫାର୍ମର କୁକୁଡା ନମୁନା ପରୀକ୍ଷା କରିପାରନ୍ତି ବୋଲି ଜଣାପଡିଛି। ତେବେ କିଛିଦିନ ପାଇଁ ଲୋକମାନେ କୁକୁଡା ମାଂସ ଖାଇବା ବନ୍ଦ କରିଦିଅନ୍ତୁ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।