Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବଦଳିବେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ, ବିଶାଳ ଦେବଙ୍କୁ ଅତିରିକ୍ତ ଦାୟିତ୍ବ

ଭୁବନେଶ୍ବର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ମନୋରଂଜନ ପାଣିଗ୍ରାହୀ ଆସନ୍ତା 4 ତାରିଖରେ କେନ୍ଦ୍ରକୁ ଫେରି ଯିବେ। ସେ ପାଞ୍ଚ ବର୍ଷ ପାଇଁ ଓଡିଶାକୁ ଡେପୁଟେସନରେ ଆସି ସଂସ୍କୃତି ବିଭାଗ ଦାୟିତ୍ବରେ ଅଛନ୍ତି। ଓଡିଶାରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇ ଯାଉଥିବାରୁ ରାଜ୍ୟ ସରକାର ତାଙ୍କର ମୂଳ କ୍ଷେତ୍ରରୁ ଯିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେ ଯିବା ପରେ ଏହି ବିଭାଗର ଅତିରିକ୍ତ ଦାୟତ୍ବ ବିଶାଳ ଦେବଙ୍କୁ ଦିଆଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଶାଳ ଦେବ ବର୍ତ୍ତମାନ ପର୍ଯ୍ୟଟନ ବିଭାଗ ସହିତ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର ସଚିବ ଅଛନ୍ତି। ଆସନ୍ତା 4 ତାରିଖରେ ବିଶାଳ ଦେବ ସଂସ୍କୃତି ବିଭାଗ ସଚିବ ଭାବେ ଦାୟିତ୍ବ ନେବେ ବୋଲି ଜଣାପଡିଛି।