Categories
ଆଜିର ଖବର

ବିଜେଡ଼ିର ନୂଆ ଅଭିଯାନ : ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ’

ବିଜୁ ଜନତା ଦଳ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ଗଠିତ ହୋଇ ୪ଥର କ୍ଷମତାକୁ ଆସିସାରିଲାଣି । ନିକଟରେ ଆସନ୍ତା ନିର୍ବାଚନ ପାଇଁ ପ୍ରାୟ ସବୁ ଦଳ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି କରିଥିବାବେଳେ ଶାସକ ବିଜେଡ଼ି ଦଳ ନିଜ ଇସ୍ତାହାର ପ୍ରସ୍ତୁତି ପାଇଁ ଏଥର ଏକ ନୂଆ ଅଭିଯାନ ଆରମ୍ଭ କରିଛି ।  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଏକ ନୂତନ ଜନ ସଂପର୍କ ଅଭିଯାନ ଦଳ ଆରମ୍ଭ କରିବ। ଏହାର ନାମ ରଖାଯାଇଛି ‘‘ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ,ପାଳନ କରନ୍ତି ନବୀନ’’। ଏହି ଅଭିଯାନର ଶୁଭାରମ୍ଭ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଦଳର ରାଜ୍ୟ କାର୍ଯ୍ୟାଳୟଠାରେ କରିବେ। ଦଳର ମୁଖପାତ୍ର ଅରୁଣ ସାହୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରି କହିଛନ୍ତି ଯେ, ତୃଣମୂଳ ସ୍ତରରେ ଜନମତ ସଂଗ୍ରହ କରାଯାଇ ତା’ର ଆଧାରରେ ଦଳର ଇସ୍ତାହାର ପ୍ରସ୍ତୁତ କରାଯିବ। ଏଥିପାଇଁ ଏକ ଫର୍ମ ପ୍ରସ୍ତୁତ କରାଯାଇଛି, ଯାହା ପ୍ରତ୍ୟେକ ମହିଳା କର୍ମୀମାନଙ୍କ ଦ୍ବାରା ଘରେ ଘରେ ବଣ୍ଟାଯିବ । ଜନସାଧାରଣଙ୍କଠାରୁ ଜନମତ ସଂଗ୍ରହ କରାଯିବା ପରେ ହିଁ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ହେବ । ଏହି ଫର୍ମଟିକୁ ତିନି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ ଜନସାଧାରଣଙ୍କର ଉପଲବ୍ଧି, ଦ୍ବିତୀୟ ଭାଗରେ ଦଳ କ’ଣ କ’ଣ କରିବା ଦରକାର ଓ ତୃତୀୟ ଭାଗରେ କେନ୍ଦ୍ର ସରକାରଙ୍କ ନିକଟରେ କେଉଁ କେଉଁ ଦାବି ଉପସ୍ଥାପନା କରାଯିବ ସେସବୁ ଏହି ଫର୍ମ ଜରିଆରେ ସାଧାରଣଜନତାଙ୍କର ମତାମତ ସଂଗ୍ରହ କରାଯିବ ।