କରଣ କପାଡିଆଙ୍କ ଡେବ୍ୟୁ ଫିଲ୍ମ ‘ବ୍ଲାଙ୍କ’ ଟ୍ରେଲର ରିଲିଜ୍ ପରଠାରୁ ଚର୍ଚ୍ଚାରେ ରହିଛି। ପ୍ରଥମେ ଫିଲ୍ମର ଅଲଗା କାହାଣୀ ପାଇଁ ଏହାର ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ ଫିଲ୍ମରେ ଅକ୍ଷୟ କୁମାରଙ୍କୁ ଏକ ଡ୍ୟାନ୍ସ ନମ୍ବରରେ ଦେଖିବାକୁ ମିଳିବ। କରଣଙ୍କ ପାଇଁ ଅକ୍ଷୟ ଏହି ଗୀତଟି କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦଇଛନ୍ତି ଆର୍କୋ ମୁଖାର୍ଜୀ ଏବଂ ବି ପାରକ୍ ଗୀତଟି ଗାଇଛନ୍ତି। ନିକଟରେ ରିଲିଜ୍ ହୋଇଥିବା କେଶରୀର ତେରୀ ମିଟ୍ଟି ଗୀତଟି ଗାଇଥିଲେ ପାରକ୍। ବେହଜାଦ ଖମ୍ବାଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ମେ ୩ ତାରିଖରେ ପରଦାକୁ ଆସିବ। ଫିଲ୍ମଟିରେ କରଣଙ୍କ ବ୍ୟତିତ ସନ୍ନି ଦେଓଲ, ଇଶିତା ଦତ୍ତ, କରଣବୀର ଶର୍ମା ଏବଂ ରଶିକା ପ୍ରଧାନ ପ୍ରମୁଖ ନଜର ଆସିବେ।
