Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଚଳନ୍ତା ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆଜି ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ମୁତାବକ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ବିଧାରପୁର ଗ୍ରାମର ମାଧବ ଚନ୍ଦ୍ର ସାହୁ(50) କିଛି ବର୍ଷ ହେବ ବାଲୁଗାଁ ଏନ.ଏ.ସି ର ଗୋବିନ୍ଦ ନଗରରେ ସପରିବାରେ ଭଡାଘରେ ରହୁଥିଲେ। ସେ ଡାକ ବିଭାଗ ଏବଂ ଏଲ.ଆଇ.ସି ରେ ଏଜେଣ୍ଟ ଭାବେ କାର୍ଯ୍ୟରତ ଥିବା ବେଳେ ଦୁଇ ଗୋଟି ଚାରି ଚକିଆ ଜାନ ଭଡ଼ାକୁ ମଧ୍ୟ ଲଗାଇଥିଲେ।

ତେବେ କୌଣସିକାରଣ ବଶତଃ ଆଜି ଅପରାହ୍ନରେ ବାଲୁଗାଁ ରେଳ ଷ୍ଟେସନର ଅନତିଦୁରରେ ଥିବା ରାଜୀବ ନଗର ଗେଟ ପାଖରେ ଦ୍ରୁତଗତିରେ ଆସୁଥିବା ଏକ ମାଲଵାହୀ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଥିଲେ।

ଖବର ପାଇ ବାଲୁଗାଁ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରି ତଦନ୍ତ ଜାରି ରଖିଛି। ତେବେ ମାନସିକ ଚିନ୍ତାଗ୍ରସ୍ତ ହୋଇ ସେ ଏପରି କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।