Categories
ଆଜିର ଖବର ଜାତୀୟ ଖବର

ବାୟୋ ଗ୍ୟାସ୍‌ ଫ୍ୟାକ୍ଟ୍ରିର ବଏଲର୍‌ ଫାଟି  5 ମୃତ

ମହାରାଷ୍ଟ୍ର : ମହାରାଷ୍ଟ୍ରର ନାଗପୁରରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଥିବା ବାୟୋ ଗ୍ୟାସ୍‌ ଫ୍ୟାକ୍ଟ୍ରିର ବୟଲର ଫାଟିବା ଯୋଗୁଁ 5 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ମାନସ ଆଗ୍ରୋ ଇଣ୍ଡିଷ୍ଟ୍ରି ଆଣ୍ଡ୍‌ ଇନ୍‌ଫାଷ୍ଟ୍ରକଚର୍‌ ଲିଃ ଫ୍ୟାକ୍ଟ୍ରିରେ ଏହି ଦୁର୍ଘଟଣା ଘଟିଛି । ବେଲା ଗାଁ ନିକଟରେ ଥିବା ବାଓଗ୍ୟାସ ନିକଟରେ ଥିବା ବୟଲରରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ 5ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ଏହି ପାଞ୍ଚ ମୃତକଙ୍କ ମଧ୍ୟରେ 21 ବର୍ଷୀୟ ମଙ୍ଗେଶ ପ୍ରଭାକର ନୌକାରକର ଥିବାବେଳେ 42 ବର୍ଷୀୟ ଲୀଲାଧର  ବାମନରାଓ୍ବ ସିନ୍ଧେ, 30 ବର୍ଷୀୟ ବାସୁଦେବ ଲାଦି, 24 ବର୍ଷୀୟ ସଚିନ ପ୍ରକାଶ ବାଘମାରେ ଓ 25 ବର୍ଷୀୟ ପ୍ରତାପ ପାଣ୍ଡୁରଙ୍ଗ ମୁନ୍‌ ରହିଛନ୍ତି । ଏହି ସମସ୍ତ ଶ୍ରମିକ ବଡଗ୍ରାମର ବାସିନ୍ଦା ବୋଲି ସୂଚନା ରହିଛି । ତେବେ ବିସ୍ଫୋରଣ କେମିତି ଓ କିପରି ହେଲା ସେ ସମ୍ପର୍କରେ ଜଣାପଡିନଥିବାବେଳେ ବିସ୍ଫୋରଣ କାରଣ ଖୋଜିବାକୁ ଏକ ଟିମ ଗଠନ କରାଯାଇଥିବା ନେଇ ପୁଲିସ୍‌ ପକ୍ଷରୁ ସୂଚନା ରହିଛି । (ଏଜେନ୍ସି)