Categories
ଆଜିର ଖବର

ବିଶ୍ବକପ୍‌ ଏବଂ ଆସେସ୍‌ ପାଇଁ ଅଷ୍ଟ୍ରେଲିଆର ନୂଆ ବୋଲିଂ କୋଚ୍‌

କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ବିଶ୍ବକପ୍‌ ଏବଂ ଆସେସ୍‌ ସିରିଜ୍‌ ନିମନ୍ତେ ଦୁଇ ବୋଲିଂ କୋଚ୍‌ ନିଯୁକ୍ତ କରାଯାଇଛି। ଆଡାମ୍‌ ଗ୍ରିଫିଥ୍‌ ଏବଂ ଟ୍ରୟ କୁଲିଙ୍କୁ ସହକାରୀ କୋଚ୍ ଭାବରେ ଦଳରେ ସାମିଲ କରାଯାଇଥିବା ଜଣାପଡିଛି। ଆସନ୍ତା ମେ ୩୦ରୁ ଇଂଲଣ୍ଡ ଏବଂ ଓ୍ବେଲ୍ସରେ ବିଶ୍ବକପ୍‌ ଆରମ୍ଭ ହେବାକୁ ଯାଉଛି। ଏହି ଘୋଷଣା କରିଛନ୍ତି ସିଏର ଅନ୍ତରୀଣ କାର୍ଯ୍ୟକାରୀ ଜେନରାଲ ମ୍ୟାନଜର ବେଲିଣ୍ଡା କ୍ଲାର୍କ। ସୋମବାର ଏହି ଦୁଇ କୋଚ୍‌ଙ୍କ ନିଯୁକ୍ତି ପକ୍କା ହୋଇଥିବା ସୂଚନା ଦେଇଛନ୍ତି କ୍ଲାର୍କ। ଉଲ୍ଲେଖଯୋଗ୍ୟ ଯେ, ଇଂଲଣ୍ଡର ୨୦୨୫ ଆସେସ୍‌ ବିଜୟ ସମୟରେ ଟ୍ରୟ କୁଲି ଦଳର ସହକାରୀ କୋଚ୍‌ ରହିଥିଲେ। ଉଭୟ ଖେଳାଳିଙ୍କ ଚୁକ୍ତି ଆସନ୍ତା ଆସେସ ସିରିଜ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସିଏ ପକ୍ଷରୁ କୁହାଯାଇଛି।