ମୁମ୍ବାଇ : ଅମିତାଭ ବଚ୍ଚନ କରୋନାରେ ପୀଡ଼ିତ ହୋଇ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ତାଙ୍କ ଅବସ୍ଥା ଏବେ ସ୍ଥିର ରହିଥିବାର ସୂଚନା ରହିଛି । ସାମାନ୍ୟ ଲକ୍ଷଣ ଥାଇ ଅମିତାଭ ଆଇସୋଲେସନ ୟୁନିଟରେ ଭର୍ତ୍ତି ହୋଇଛନ୍ତି ବୋଲି ଡାକ୍ତର ସୂଚନା ଦେଇଛନ୍ତି । କାଲି ପଜିଟିଭ୍ ଚିହ୍ନଟ ପରେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଅଛନ୍ତି ଅମିତାଭ ।
ସେହିପରି ଅଭିଷେକ ବଚ୍ଚନ ମଧ୍ୟ କରୋନାରେ ପୀଡ଼ିତ ହୋଇଛନ୍ତି । ତେବେ ଜୟାବଚ୍ଚନ ଓ ଐଶ୍ବର୍ଯ୍ୟା ବଚ୍ଚନ ରିପୋର୍ଟ ନେଗେଟିଭ୍ ଆସିଥିବାର ସୂଚନା ରହିଛି । ଅଭିଷେକ ବଚ୍ଚନ କରୋନା ପୀଡ଼ିତ ହେବା ପରେ ବ୍ରିଥ୍-2ର ଡବିଂ ଷ୍ଟୁଡିଓକୁ ବନ୍ଦ କରି ଦିଆଯାଇଛି । ଅଭିଷେକ ବଚ୍ଚନ ଓ୍ବେବ ସିରିଜ୍- ବ୍ରିଥ୍-2 ପାଇଁ କାର୍ଯ୍ୟ କରୁଥିଲେ। ଏବେ ଏହାର ସାଉଣ୍ଡ ଓ ଡବିଂ କାର୍ଯ୍ୟ ଚାଲୁ ରହିଥିଲା । ଅଭିଷେକଙ୍କ ପଜିଟିଭ୍ ରିପୋର୍ଟ ପରେ ଏହି ଷ୍ଟୁଡିଓଙ୍କୁ ବନ୍ଦ କରାଯିବ ସହ ଅଭିଷେକଙ୍କ କଣ୍ଟାକ୍ଟ ଆସିଥିବା ଲୋକଙ୍କୁ ଟ୍ରେସିଂ କରାଯାଉଛି ।
ସୂଚନାଯୋଗ୍ୟ, ଅଭିଷେକ ବଚ୍ଚନ ‘ବ୍ରିଥ୍-2’ ଜରିଆରେ ଡିଜିଟାଲ ଡେବ୍ୟୁ କରୁଛନ୍ତି । ଏହି ସିରିଜ୍ରେ ଅଭିଷେକଙ୍କ ବ୍ୟତୀତ ନିତ୍ୟା ମେନନ୍, ଅମିତ୍ ସାଦ୍, ସିୟାମୀ ଖେର୍ ପ୍ରମୁଖ ନଜର ଆସୁଛନ୍ତି ।