Categories
ଆଜିର ଖବର ଖେଳ

ଲାରାଙ୍କ ଅପେକ୍ଷା ସଚିନ୍‌ଙ୍କୁ ଆଉଟ୍‌ କରିବା କଷ୍ଟସାଧ୍ୟ : ଗିଲେସ୍ପୀ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ଫାଷ୍ଟ ବୋଲର ଜାସନ୍‌ ଗିଲେସ୍ପୀ । ଉଭୟ ଲାରା ଏବଂ ତେନ୍ଦୁଲକର କ୍ରିକେଟ୍‌ର ମହାନତମ ବ୍ୟାଟ୍ସମ୍ୟାନ୍‌ । ଉଭୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍‌ କରିବା କଷ୍ଟସାଧ୍ୟ ମାତ୍ର ଲାରାଙ୍କୁ ଆଉଟ୍‌ କରିବା ଅପେକ୍ଷାକୃତ ସହଜ । ଉଭୟ ଖେଳାଳିଙ୍କ ମଧ୍ୟରେ ସଚିନ୍‌ଙ୍କ ଡିଫେନ୍ସ ଅଧିକ ଶକ୍ତିଶାଳୀ । ଏକାଧିକ ଥର ସଚିନ୍‌ଙ୍କୁ ଆଉଟ୍‌ କରିବା କେବଳ କଷ୍ଟସାଧ୍ୟ ହୋଇନଥାଏ ବରଂ ଅସମ୍ଭବ ପ୍ରତୀୟମାନ ହୋଇଥାଏ । ଉଭୟଙ୍କ ଖେଳାଳିଙ୍କ ମଧ୍ୟରେ ଆଲୋଚନା କରିବା ପାଇଁ ସୁଯୋଗ ମିଳିଥିବାରୁ ଫ୍ୟାନ୍‌ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଖେଳ

ବୁଶ୍‌ଫାୟାର୍‌ ବାସ୍‌ ଲିଗ୍‌ : ଗୀଲକ୍ରିଷ୍ଟ ଏକାଦଶକୁ 1 ରନ୍‌ରେ ପରାସ୍ତ କଲା ପଣ୍ଟିଂ ଏକାଦଶ

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆର ଜଙ୍ଗଲ ନିଆଁରେ ପୀଡିତଙ୍କ ସହାୟତା ପାଇଁ ଏକ କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି । ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ମାନଙ୍କୁ ନେଇ ଏହି ମ୍ୟାଚ୍‌ ଆୟୋଜିତ ହୋଇଛି । 10 ଓଭର ବିଶିଷ୍ଟ ଏହି ମ୍ୟାଚ୍‌ରେ ଉଭୟ ଦଳରେ ଜଣେ ଲେଖାଏଁ ମହିଳା ଖେଳାଳି ରହିଥିଲେ । ଏହି ମ୍ୟାଚ୍‌ରେ ପଣ୍ଟିଂ ଏକାଦଶ 1 ରନ୍‌ରେ ବିଜୟୀ ହୋଇଛି । ପଣ୍ଟିଂ ଏକାଦଶ ପକ୍ଷରୁ ଜଷ୍ଟିନ୍‌ ଲାଙ୍ଗର, ମାଥ୍ୟୁ ହେଡେନ୍‌ ଏବଂ ବ୍ରାଏନ୍‌ ଲାରା ଖେଳୁଥିବା ବେଳେ ଗ୍ରୀଲକ୍ରିଷ୍ଟ ଏକାଦଶ ପକ୍ଷରୁ ସେନ୍‌ ଓ୍ବାଟସନ୍‌, ଯୁବରାଜ ସିଂ ଏବଂ ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ ଖେଳିଥିଲେ । ପଣ୍ଟିଂ ଏକାଦଶ ପକ୍ଷରୁ ବ୍ରାଏନ୍‌ ଲାରା ସର୍ବାଧିକ 30 ରନ୍‌ ସଂଗ୍ରହ କରିଥିବା ବେଳେ ରିକି ପଣ୍ଟିଂ 26 ରନ୍‌ ସଂଗ୍ରହ କରିଥିଲେ । ଜବାବରେ ସେନ୍‌ ଓ୍ବାଟସନ୍‌ 30 ଏବଂ ସାଇମଣ୍ଡସ୍‌ 29 ରନ୍‌ ସଂଗ୍ରହ କରିଥିବା ବେଳେ ଦଳ ବିଜୟ ଠାରୁ 1 ରନ୍‌ ପଛରେ ରହିଯାଇଥିଲା ।