ବୁଶ୍‌ଫାୟାର୍‌ ବାସ୍‌ ଲିଗ୍‌ : ଗୀଲକ୍ରିଷ୍ଟ ଏକାଦଶକୁ 1 ରନ୍‌ରେ ପରାସ୍ତ କଲା ପଣ୍ଟିଂ ଏକାଦଶ

Published: Feb 9, 2020, 12:06 pm IST

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆର ଜଙ୍ଗଲ ନିଆଁରେ ପୀଡିତଙ୍କ ସହାୟତା ପାଇଁ ଏକ କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି । ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ମାନଙ୍କୁ ନେଇ ଏହି ମ୍ୟାଚ୍‌ ଆୟୋଜିତ ହୋଇଛି । 10 ଓଭର ବିଶିଷ୍ଟ ଏହି ମ୍ୟାଚ୍‌ରେ ଉଭୟ ଦଳରେ ଜଣେ ଲେଖାଏଁ ମହିଳା ଖେଳାଳି ରହିଥିଲେ । ଏହି ମ୍ୟାଚ୍‌ରେ ପଣ୍ଟିଂ ଏକାଦଶ 1 ରନ୍‌ରେ ବିଜୟୀ ହୋଇଛି । ପଣ୍ଟିଂ ଏକାଦଶ ପକ୍ଷରୁ ଜଷ୍ଟିନ୍‌ ଲାଙ୍ଗର, ମାଥ୍ୟୁ ହେଡେନ୍‌ ଏବଂ ବ୍ରାଏନ୍‌ ଲାରା ଖେଳୁଥିବା ବେଳେ ଗ୍ରୀଲକ୍ରିଷ୍ଟ ଏକାଦଶ ପକ୍ଷରୁ ସେନ୍‌ ଓ୍ବାଟସନ୍‌, ଯୁବରାଜ ସିଂ ଏବଂ ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ ଖେଳିଥିଲେ । ପଣ୍ଟିଂ ଏକାଦଶ ପକ୍ଷରୁ ବ୍ରାଏନ୍‌ ଲାରା ସର୍ବାଧିକ 30 ରନ୍‌ ସଂଗ୍ରହ କରିଥିବା ବେଳେ ରିକି ପଣ୍ଟିଂ 26 ରନ୍‌ ସଂଗ୍ରହ କରିଥିଲେ । ଜବାବରେ ସେନ୍‌ ଓ୍ବାଟସନ୍‌ 30 ଏବଂ ସାଇମଣ୍ଡସ୍‌ 29 ରନ୍‌ ସଂଗ୍ରହ କରିଥିବା ବେଳେ ଦଳ ବିଜୟ ଠାରୁ 1 ରନ୍‌ ପଛରେ ରହିଯାଇଥିଲା ।

Related posts