Categories
ଆଜିର ଖବର ଜାତୀୟ ଖବର

ଜିଓ ନେତୃତ୍ୱରେ ୫ଜିରେ ବିଶ୍ୱର ଶ୍ରେଷ୍ଠ ୧୫ଟି ଦେଶ ମଧ୍ୟରେ ଭାରତ

ଭୁବନେଶ୍ୱର: ବ୍ରଡବ୍ୟାଣ୍ଡ ସ୍ପିଡ୍ ଆଣ୍ଡ ମାପକ ସଂସ୍ଥା ଓକ୍‌‌ଲା ଭାରତରେ ୫ଜି ପ୍ରଦର୍ଶନ ଏବଂ ଗ୍ରାହକ ଅଭିଜ୍ଞତା ଉପରେ ପ୍ରକାଶିତ ଏହାର ରିପୋର୍ଟରେ କହିଛି ଯେ ଭାରତର ଟେଲିକମ୍ ଶିଳ୍ପର ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ରିଲାଏନ୍ସ ଜିଓ ୫ଜି ଆଧିପତ୍ୟ ଦୌଡ଼ରେ ସବୁଠୁ ବଡ଼ ଭାବରେ ଉଭା ହୋଇଛି। ଜିଓ ଦ୍ରୁତ ଗତିରେ ୫ଜି ମୃତୟନ କାର୍ଯ୍ୟ କରୁଛି ଏବଂ ଉନ୍ନତ ପ୍ରଦର୍ଶନ କରୁଥିବା ଏହି ରିପୋର୍ଟରେ କୁହାଯାଇଛି । ଦୂରସଂଚାର ବିଭାଗ ଅନୁଯାୟୀ ୨୦୨୪ ଫେବ୍ରୁଆରି ୨୯ ସୁଦ୍ଧା ଭାରତରେ ୪.୨୫ ଲକ୍ଷ ୫ଜି ବିଟିଏସ୍ ସ୍ଥାପନ କରାଯାଇଛି ଯେଉଁଥିରୁ ପ୍ରାୟ ୮୦% ବିଟିଏସ୍ ରିଲାଏନ୍ସ ଜିଓ ସ୍ଥାପନ କରିଛି ।

ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ସମଗ୍ର ଭାରତରେ ୫ଜି ନେଟୱାର୍କ ବିସ୍ତାର କରିବା ପାଇଁ ବ୍ୟାପକ ପୁଞ୍ଜିନିବେଶ କରିଛନ୍ତି, ଯାହା ଫଳରେ ଭାରତରେ ୫ଜି ଉପଲବ୍ଧତାରେ ଉଲ୍ଲେଖନୀୟ ବୃଦ୍ଧି ଦେଖାଯାଇଛି । ୫ଜି ଉପଲବ୍ଧତା ୨୦୨୩ର ପ୍ରଥମ ତ୍ରୟମାସରେ ୨୮.୧% ଥିବାବେଳେ ୨୦୨୩ର ଚତୁର୍ଥ ତ୍ରୟମାସରେ ଏହା ୫୨.୦%କୁ ବୃଦ୍ଧି ପାଇଛି । ଆରମ୍ଭରୁ ୫ଜି ଷ୍ଟାଣ୍ଡଏଲୋନ ନେଟୱାର୍କ କାର୍ଯ୍ୟକାରୀ କରିବା ଦ୍ୱାରା ରିଲାଏନ୍ସ ଜିଓ ପରବର୍ତୀ ପିଢ଼ିର ଯୋଗାଯୋଗ କ୍ଷେତ୍ରରେ ଅଗ୍ରଣୀ ଭାବରେ ପ୍ରତିଷ୍ଠିତ ହୋଇପାରିଛି ।

ଜିଓର ବ୍ୟାପକ ୫ଜି କଭରେଜ୍ ଏହାର ଉନ୍ନତ ୫ଜି ଉପଲବ୍ଧତା ହାରରୁ ସ୍ପଷ୍ଟ ହୋଇଛି । ୨୦୨୩ ର ଚତୁର୍ଥ ତ୍ରୟମାସରେ ଜିଓର ୫ଜି ଉପଲବ୍ଧତା ହାର ୬୮.୮%କୁ ବୃଦ୍ଧି ପାଇଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲର ୩୦.୩%କୁ ହ୍ରାସ ପାଇଛି । ରିଲାଏନ୍ସ ଜିଓ ଲୋ-ବ୍ୟାଣ୍ଡ (୭୦୦ ମେଗାହର୍ଜ) ଏବଂ ମିଡ୍ ବ୍ୟାଣ୍ଡ (୩.୫ ଗିଗାହର୍ଜ) ସ୍ପେକ୍ଟ୍ରମ ଏବଂ ବିସ୍ତୃତ ଫାଇବର ନେଟୱାର୍କ ସହିତ ଗ୍ରାହକଙ୍କୁ ବ୍ୟାପକ କଭରେଜ୍ ଏବଂ ବ୍ୟାପକ ନେଟୱାର୍କ ପ୍ରଦାନ କରିବାରେ ସକ୍ଷମ ହୋଇଛି ।

ରିଲାଏନ୍ସ ଜିଓର ୫ଜି ନେଟୱାର୍କ ବିଶେଷ କରି ଭିଡିଓ ଷ୍ଟ୍ରିମିଂ ଏବଂ ମୋବାଇଲ ଗେମିଂରେ ଗ୍ରାହକଙ୍କ ଅଭିଜ୍ଞତାରେ ଯଥେଷ୍ଟ ଉନ୍ନତି ଆଣିଛି । ସ୍ପିଡ୍ ଟେଷ୍ଟ ଇଣ୍ଟେଲିଜେନ୍ସ ଡାଟାରୁ ଜଣାପଡିଛି ଯେ ରିଲାଏନ୍ସ ଜିଓର ୫ଜି ନେଟୱାର୍କ ଦ୍ରୁତ ଭିଡିଓ ଷ୍ଟାର୍ଟ ଟାଇମ୍ ପ୍ରଦାନ କରୁଥିବା ବେଳେ ବଫରିଂ ହ୍ରାସ କରୁଛି ଏବଂ ଗ୍ରାହକଙ୍କ ପାଇଁ ଷ୍ଟ୍ରିମିଂ ଅଭିଜ୍ଞତାକୁ ସମୃଦ୍ଧ କରିଛି ।

ରିଲାଏନ୍ସ ଜିଓର ୫ଜି ନେଟୱାର୍କ ଏୟାରଟେଲର ୫ଜି ନେଟୱାର୍କ ତୁଳନାରେ ୧.୧୪ ସେକେଣ୍ଡର ଦ୍ରୁତ ଭିଡିଓ ଷ୍ଟାର୍ଟ ଟାଇମ ରେକର୍ଡ କରିଛି ଯାହା ୧.୯୯ ସେକେଣ୍ଡ ଥିଲା । ରିଲାଏନ୍ସ ଜିଓ ଗ୍ରାହକଙ୍କ ଭିଡିଓ ଷ୍ଟାର୍ଟ ଟାଇମ ୦.୮୫ ସେକେଣ୍ଡ ହ୍ରାସ ସହ ୪ଜିରୁ ୫ଜିରେ ଅଧିକ ହ୍ରାସ ପାଇଛି । ଏହାବ୍ୟତୀତ, ମୋବାଇଲ୍ ଗେମରମାନେ କମ୍ ବିଳମ୍ବତା, ଉତ୍ତମ ପ୍ରତିକ୍ରିୟା ଏବଂ ସହଜ ତଥା ନିର୍ବିଘ୍ନ ଗେମ-ପ୍ଲେ ରୁ ଉପକୃତ ହୋଇଛନ୍ତି ।

ନେଟୱାର୍କ କାର୍ଯ୍ୟଦକ୍ଷତାରେ ଅନ୍ତର୍ନିହିତ ଜଟିଳତା ସତ୍ତ୍ୱେ, ୫ଜି ପ୍ରତି ଗ୍ରାହକଙ୍କ ଭାବନା ଅତ୍ୟନ୍ତ ସକାରାତ୍ମକ ରହିଛି । ଏହା ରିଲାଏନ୍ସ ଜିଓର ୫ଜି ସେବା ପାଇଁ ନେଟ୍ ପ୍ରମୋଟର ସ୍କୋର (ଏନପିଏସ) ପ୍ରତିଫଳିତ କରୁଛି ଯାହା କି ୨୦୨୩ର ଚତୁର୍ଥ ତ୍ରୟମାସରେ ୭.୪ ରେକର୍ଡ କରାଯାଇଛି । ଏନପିଏସରେ ଏହି ବୃଦ୍ଧି ଧାରା ରିଲାଏନ୍ସ ଜିଓର ୫ଜି ନେଟୱାର୍କ ଦ୍ୱାରା ପ୍ରଦାନ କରାଯାଉଥିବା ଉନ୍ନତ ପ୍ରଦର୍ଶନ ଏବଂ ବିଶ୍ୱସନୀୟତା ସହିତ ଗ୍ରାହକମାନଙ୍କ ସନ୍ତୋଷକୁ ପ୍ରତିଫଳିତ କରୁଛି ।

୫ଜି ହାରାହାରି ଡାଉନଲୋଡ୍ ସ୍ପିଡ୍ ଦୃଷ୍ଟିରୁ ଭାରତ ଏବେ ବିଶ୍ୱର ଶ୍ରେଷ୍ଠ ୧୫ଟି ଦେଶ ମଧ୍ୟରେ ରହିଛି । ୨୦୨୩ର ଚତୁର୍ଥ ତ୍ରୟମାସରେ ରହିଥିବା ଦେଶର ହାରାହାରି ୫ଜି ଡାଉନଲୋଡ୍ ସ୍ପିଡ୍ ୩୦୧.୮୬ ଏମବିପିଏସ୍ ଏହାକୁ ଅତ୍ୟାଧୁନିକ ୫ଜି ଭିତ୍ତିଭୁମି ଥିବା ଦେଶ ଭାବରେ ବିଶ୍ୱ ମାନଚିତ୍ରରେ ଦୃଢ଼ ଭାବେ ସ୍ଥାନିତ କରିଛି ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଏବେ ଓଡ଼ିଶାର ୨୫୦ରୁ ଅଧିକ ସହରରେ ଉପଲବ୍ଧ ଜିଓ ଏୟାରଫାଇବର 

ଭୁବନେଶ୍ୱର: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଗୃହ ମନୋରଂଜନ, ସ୍ମାର୍ଟ ହୋମ ସେବା ଓ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡର ସମନ୍ୱିତ ଏଣ୍ଡ-ଟୁ-ଏଣ୍ଡ ସମାଧାନ ଜିଓ ଏୟାରଫାଇବର ଏବେ ଓଡ଼ିଶାର ୨୫୦ରୁ ଅଧିକ ସହର ଏବଂ ନିକଟବର୍ତ୍ତୀ ଶତାଧିକ ଗ୍ରାମଗୁଡ଼ିକରେ ଉପଲବ୍ଧ ହୋଇଛି। ଓଡ଼ିଶାରେ ୨୦୨୩ ନଭେମ୍ବରରେ ଆରମ୍ଭ ହୋଇଥିବା ଏହି ସେବା ଓୟାରଲାଇନ ବ୍ରଡବ୍ୟାଣ୍ଡ ସଂଯୋଗ କ୍ଷେତ୍ରରେ ରହିଥିବା ସଂଯୋଗ ଜନିତ ଆହ୍ୱାନକୁ ଅତିକ୍ରମ କରିପାରିଛି ଏବଂ ସାରା ଦେଶର ବ୍ୟବହାକାରୀଙ୍କୁ ଉନ୍ନତ ଡିଜିଟାଲ ଅନୁଭବ ପ୍ରଦାନ କରୁଛି।

ବର୍ତମାନ ସାରା ଭାରତରେ ଜିଓର ଅପ୍ଟିକାଲ ଫାଇବର ଭିତ୍ତିଭୂମି ୧.୫ ନିୟୁତ କିଲୋମିଟରରୁ ଅଧିକ ବ୍ୟାପ୍ତ ରହିଛି। ତଥାପି ଦେଶର ଅନେକ ସ୍ଥାନରେ ପ୍ରତ୍ୟକ୍ଷ ସଂଯୋଗ ପ୍ରଦାନ କରିବା ଲାଗି ବହୁ ସମୟ ଲାଗୁଛି। ଘର କିମ୍ବା ପରିସର ପର୍ଯ୍ୟନ୍ତ ଅପ୍ଟିକାଲ ଫାଇବର ପହଞ୍ଚାଇବାରେ ରହିଥିବା ଥିବା ଜଟିଳତା ଓ ବିଳମ୍ବ ପାଇଁ ଅନେକ ସମ୍ଭାବ୍ୟ ଗ୍ରାହକ ହୋମ ବ୍ରଡବ୍ୟାଣ୍ଡରୁ ଏବେ ଯାଏଁ ବଞ୍ଚିତ ରହିଛନ୍ତି।

ଜିଓଏୟାରଫାଇବର ପକ୍ଷରୁ ଏହିଭଳି ପରିସରଗୁଡ଼ିକୁ ସଂଯୋଗ ପ୍ରଦାନ କରିବା କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି।

ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବା ସହ ଜିଓଏୟାରଫାଇବ‍ର ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍‌‌‌‌‍ ସୁବିଧା ସହିତ ସଂଯୁକ୍ତ କରୁଛି ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‌‌‌‍ ବ୍ରଡବ୍ୟାଣ୍ଡ୍‌‌‌‌‍ ସୁବିଧା ସେମାନଙ୍କ ପରିସରକୁ ଅପ୍‌‌‌‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା । ଘରୁ କାର୍ଯ୍ୟ କରୁଥିବା ଆଇଟି ପ୍ରଫେସନାଲଙ୍କ ଠାରୁ ଆରମ୍ଭ କରି ଛୋଟ ବଡ ଉଦ୍ୟୋଗ, ହୋଟେଲ ଓ ରେସ୍ତୋରାଁ, ଡିଜିଟାଲ ଷ୍ଟୁଡିଓ, ଶିକ୍ଷାନୁଷ୍ଠାନ, କ୍ଷୁଦ୍ର ବ୍ୟବସାୟ ଓ ବ୍ୟକ୍ତିଗତ ପରିବାର ପର୍ଯ୍ୟନ୍ତ ଜିଓଏୟାରଫାଇବର ଓଡ଼ିଶାର ୨୫୦ ରୁ ଅଧିକ ଛୋଟ ବଡ଼ ସହରରେ ସର୍ବାଧିକ ପସନ୍ଦ ଓ ଭରସାଯୋଗ୍ୟ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ପାଲଟିଛି ।

ଜିଓଏୟାରଫାଇବର ଟିଭି ଏବଂ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କୁ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଗୃହ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନୀତ ହେବାର ସୁଯୋଗ ପ୍ରଦାନ କରୁଛି । ଏଥିସହିତ ଜିଓଏୟାରଫାଇବର ବିନା କୌଣସି ଅତିରିକ୍ତ ମୂଲ୍ୟରେ ମାଗଣା ବିକ୍ରି ପରବର୍ତ୍ତୀ ସେବା ପ୍ରଦାନ କରୁଛି, ଯାହା ଦ୍ୱାରା ଗ୍ରାହକମାନେ ଅଧିକ ସଂଚୟ କରିପାରିବେ ।

ଜିଓଏୟାରଫାଇବର ସଂଯୋଗ ଆଡକୁ ଅଗ୍ରସର ହେବା ଭାରତୀୟଙ୍କ ମନୋରଞ୍ଜନ ବ୍ୟବହାର ଅଭ୍ୟାସରେ ଏକ ଗଭୀର ପରିବର୍ତନକୁ ସୂଚିତ କରୁଛି । ପାଣିପାଗ ପରିସ୍ଥିତି ଏବଂ ବୈଷୟିକ ତ୍ରୁଟି କାରଣରୁ ସେବା ବାଧାପ୍ରାପ୍ତ ହେବା ନେଇ ସମାଲୋଚନାର ଶିକାର ହେଉଥିବା ଡିଟିଏଚ୍ ସେବାଗୁଡିକ ତୁଳନାରେ ଜିଓ ଏୟାରଫାଇବର ସଂଯୋଗ ଏକ ଦୃଢ଼ ଏବଂ ବିଶ୍ୱସନୀୟ ବିକଳ୍ପ ପ୍ରଦାନ କରୁଛି । ଏହା ନିରବଚ୍ଛିନ୍ନ ସେବାର ଗ୍ୟାରେଣ୍ଟି ଦେବା ସହିତ ଉନ୍ନତ ପ୍ରଦର୍ଶନ ମଧ୍ୟ ପ୍ରଦାନ କରୁଛି । ସେଥିପାଇଁ ଏହା ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ବିକଳ୍ପରେ ପରିଣତ ହୋଇଛି । ଜିଓ ସିନେମା ଓ ଜିଓଟିଭି ଭଳି ଓଭର-ଦି-ଟପ୍ (ଓଟିଟି) ଆପ୍ ଏବଂ ପ୍ଲାଟଫର୍ମର ବିକାଶ ଏହି ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଜିଓ ଏୟାରଫାଇବର ସଂଯୋଗ ମାଧ୍ୟମରେ ଉପଲବ୍ଧ ଏହି ପ୍ଲାଟଫର୍ମରେ କ୍ରୀଡ଼ା କାର୍ଯ୍ୟକ୍ରମର ସିଧାପ୍ରସାରଣ, ସଦ୍ୟତମ ଚଳଚ୍ଚିତ୍ର, ୱେବ୍ ସିରିଜ୍ ଏବଂ ଲୋକପ୍ରିୟ ଟିଭି ସୋ’ ସମେତ ଅନେକ ଏଚଡି ବିଷୟବସ୍ତୁ ଉପଲବ୍ଧ ହେଉଛି ଯାହା ଭାରତୀୟ ଦର୍ଶକଙ୍କ ବିଭିନ୍ନ ପସନ୍ଦକୁ ପୂରଣ କରୁଛି ।

ଦେଶ ଏହି ସୁଲଭ ମନୋରଞ୍ଜନର ଅଗ୍ରଗତି ଦେଇ ଗତି କରୁଥିବା ବେଳେ ଡିଟିଏଚ୍ ସେବା ଅପେକ୍ଷା ଜିଓ ଏୟାରଫାଇବର ସଂଯୋଗକୁ ପ୍ରାଧାନ୍ୟ ଦେବା ଭାରତୀୟ ମନୋରଞ୍ଜନ କ୍ଷେତ୍ରର ପରିବର୍ତ୍ତିତ ଦୃଶ୍ୟପଟର ପରିଚାୟକ ।

ଜିଓଏୟାରଫାଇବ‍ର୍ ସହିତ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଗ୍ରାହକଙ୍କୁ ନିଜ ଘର କିମ୍ବା ବ୍ୟବସାୟ ସ୍ଥଳରେ ନିରବଛିନ୍ନ କଭରେଜ ପାଇଁ ୱାଇ-ଫାଇ ରାଉଟର, ୪କେ ସ୍ମାର୍ଟ ସେଟ-ଅପ ବକ୍ସ ଏବଂ ଭଏସ ଆକ୍ଟିଭ ରିମୋଟ ଭଳି ଡିଭାଇସ ମିଳୁଛି । ଡିଜିଟାଲ୍ ମନୋରଞ୍ଜନ କ୍ଷେତ୍ରରେ ୫୫୦ ରୁ ଅଧିକ ପ୍ରମୁଖ ଡିଜିଟାଲ ଟିଭି ଚାନେଲ ହାଇ-ଡ଼େଫିନେସନରେ ଉପଲବ୍ଧ ହେବା ସହିତ ଜିଓଏୟାରଫାଇବ‍ର ଗ୍ରାହକ କ୍ୟାଚ-ଅପ ଟିଭି ମାଧ୍ୟମରେ ସେମାନଙ୍କର ପସନ୍ଦର କାର୍ଯ୍ୟକ୍ରମ ଗୁଡିକୁ ନିଜ ଇଚ୍ଛାମୂତାବକ ପଛକୁ ଯାଇ ପୁଣି ଦେଖିପାରିବେ । ସେହିଭଳି ଜିଓଏୟାରଫାଇବ‍ର ଗ୍ରାହକ ୧୬ ରୁ ଅଧିକ ପ୍ରମୁଖ ଓଟିଟି ଆପ୍ପ ଗୁଡିକର ମାଗଣା ସବସ୍କ୍ରିପସନ ସାଙ୍ଗକୁ ସେହି ସବସ୍କ୍ରିପସନ ବ୍ୟବହାର କରି ନିଜ ପସନ୍ଦର ଡିଭାଇସରେ ଯେପରିକି ଲାପଟପ, ଟିଭି, ମୋବାଇଲ କିମ୍ବା ଟାବଲେଟରେ ଏହାର ମଜା ନେଇପାରିବେ । ଜିଓର ବିଶ୍ୱସନୀୟ ୱାଇଫାଇ ସଂଯୋଗ ଜରିଆରେ ଘର କିମ୍ବା ବ୍ୟବସାୟ ପ୍ରତିଷ୍ଠାନର କୋଣ ଅନୁକୋଣରେ ହାଇ-ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଅନୁଭୂତି ପାଇପାରିବେ । ସେହିଭଳି ଜିଓଏୟାରଫାଇବ‍ର୍ ଗ୍ରାହକ ସ୍ମାର୍ଟ ହୋମ ସେବା ଜରିଆରେ ଶିକ୍ଷା ପାଇଁ କ୍ଲାଉଡ଼ ପିସି ଓ ୱାର୍କ ଫ୍ରମ ହୋମ, ସୁରକ୍ଷା ଓ ନିରୀକ୍ଷଣ ସମାଧାନ, ସ୍ୱାସ୍ଥ୍ୟ, ଶିକ୍ଷା, ସ୍ମାର୍ଟ ହୋମ ଆଇଓଟି, ଗେମିଙ୍ଗ ଓ ହୋମ ନେଟୱର୍କିଙ୍ଗ ଭଳି ସେବାର ଉପଯୋଗ କରିପାରିବେ ।