Categories
ଆଜିର ଖବର ଜାତୀୟ ଖବର

କର୍ଣ୍ଣାଟକରେ ପୁଣି ଥରେ ନାଟକ : ଇସ୍ତଫା ଦେବାକୁ ଧମକ ଦେଲେ ବିଜେପି ବିଧାୟକ

କର୍ଣ୍ଣାଟକ : କର୍ଣ୍ଣାଟକ ରାଜନୀତିରେ ସବୁବେଳେ ହାଇ ଭୋଲ୍‌ଟେଜ ଡ୍ରାମା ଦେଖିବାକୁ ମିଳୁଛି। କିଛି ଦିନର ଶାନ୍ତ ପରେ ପୁଣି ଥରେ ନାଟକ ଆରମ୍ଭ ହେଲାଣି । ପୁଣି ଥରେ ଦେଖିବାକୁ ମିଳିବ ଇସ୍ତଫାର ପର୍ବ । ବିଜେପି ବିଧାୟକମାନେ ଇସ୍ତଫା ଦେବା ନେଇ ଧମକ ଦେଇଥିବାର ଶୁଣିବାକୁ ମିଳିଛି । କର୍ଣ୍ଣାଟକରେ ୟେଦୁରପ୍ପା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ପୁଣି ଥରେ କେଁ ସୃଷ୍ଟି ହୋଇଛି ।  ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଦଳର ହାଇକମାଣ୍ଡଙ୍କ ନିକଟରୁ ଯେଉଁ ଲିଷ୍ଟ୍‌ ପଠାଇଛନ୍ତି, ସେଥିରେ ସିପି ଯୋଗେଶ୍ବରଙ୍କ ନାମ ରହିଛି ।

ସିପି ଯୋଗେଶ୍ବର ବିଧାୟକ ନଥିବାବେଳେ ବିଧାନ ପରିଷଦର ସଦସ୍ୟ ମଧ୍ୟ ନୁହଁନ୍ତି । କିନ୍ତୁ ସିପି ଯୋଗେଶ୍ବରଙ୍କୁ ମନ୍ତ୍ରୀ କରିବା ନେଇ କିଛି ବିଜେପି ବିଧାୟକ ନାରାଜ ରହିବା ସହିତ ଇସ୍ତଫା ଦେବାର ଧମକ ମଧ୍ୟ ଦେଇଛନ୍ତି । ତେବେ ନେତାମାନେ ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ।

କର୍ଣ୍ଣାଟକରେ କ୍ୟାବିନେଟ୍‌ ବିସ୍ତାର ନେଇ ବହୁ ଦିନରୁ ଚର୍ଚ୍ଚା ଚାଲିଛି । କିନ୍ତୁ କିଛି ବିବାଦ ରହିଥିବାର କାରଣରୁ ଏହାକୁ ସ୍ଥଗିତ ରଖଯାଇଥିଲା ।  ଗତ କିଛି ଦିନ ତରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଭାରତୀୟ ଜନତା ପାର୍ଟିର ତତ୍କାଳୀନ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ସହ କ୍ୟାବିନେଟ୍‌ ସମ୍ପ୍ରସାରଣକୁ ନେଇ ଦୀର୍ଘ ସମୟ ଆଲୋଚନା କରିଥିଲେ । (ଏଜେନ୍ସି)