Categories
ଆଜିର ଖବର

ବୁର୍ଖା ଉପରେ କଟକଣା ପ୍ରସଙ୍ଗ : ଶିବସେନାକୁ ମୁଫ୍‌ତିଙ୍କ ସମାଲୋଚନା

ପିଡିପି ମୁଖ୍ୟ ମେହବୁଚବା ମୁ୍ଫ୍‌ତି ଶିବସେନାର ବୁର୍ଖା ଉପରେ କଟକଣା ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଭାରତରେ ଏହାର କୌଣସି ଆବଶ୍ୟକତା ନାହିଁ ଏବଂ ଏହା ଇସ୍‌ଲାମ ବିରୋଧୀ ବୋଲି କହିଛନ୍ତି। ଶିବସେନାକୁ ସମାଲୋଚନା କରି ମୁଫ୍‌ତି କହିଛନ୍ତି, ସେନାର ଏଭଳି ମନ୍ତବ୍ୟ ପରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧି ଯାଉଥିବା ମୁସ୍‌ଲିମ୍‌ ମହିଳାଙ୍କୁ ଏହାପରେ ସମସ୍ତେ ସନ୍ଦେହ ଚକ୍ଷୁରେ ଦେଖିବେ। ଏହା ଦ୍ବାରା ଦେଶର ବିବିଧତା ନଷ୍ଟ ହେଉଛି ବୋଲି ଏକ ଟ୍ବିଟ୍‌ କରି ଲେଖିଛନ୍ତି ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି। ସୂଚନାଯୋଗ୍ୟ ଯେ, ଗତକାଲି ଶିବସେନାର ମୁଖପତ୍ର ‘ସାମ୍‌ନା’ରେ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଥିଲା। ଶ୍ରୀଲଙ୍କା ଏବଂ ଅନ୍ୟାନ୍ୟ ରାଷ୍ଟ୍ର ପରି ଭାରତରେ ମଧ୍ୟ ବୁର୍ଖା ଓ ସେହି ପ୍ରକାରର ମୁହଁ ଢ଼ାଙ୍କୁଥିବା ଜିନିଷକୁ ବନ୍ଦ କରାଯାଉ ଏବଂ ଦେଶର ହିତ ପାଇଁ ଏହି ଦାବି କରାଯାଉଛି ବୋଲି ମଧ୍ୟ ସାମ୍‌ନାରେ କୁହାଯାଇଛି। ଏହା ସହିତ ବୁର୍ଖା ଉପରେ ବାସନ୍ଦାଦେଶ ଲଗାଇବା କୌଣସି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଠାରୁ ମଧ୍ୟ କମ୍‌ ନୁହେଁ ବୋଲି ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି।