Categories
ଆଜିର ଖବର ରାଜ୍ୟ ଖବର

ତାସ୍‌ ଖେଳିଲେ ବି 14 ଦିନିଆ କ୍ବାରେଣ୍ଟାଇନ୍‌କୁ ଯିବେ, ଜାଣନ୍ତୁ ଓଡ଼ିଶାର କେଉଁ ଜିଲ୍ଲାରେ ଏହି ନିୟମ କରାଯାଇଛି

ଗଞ୍ଜାମ :  ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ମାମଲା ବୃଦ୍ଧି ଘଟୁଥିବା ଯୋଗୁଁ ଗଞ୍ଜାମ ଜିଲ୍ଲାପାଳ କଡାକଡି ନିୟମ କରିଛନ୍ତି । ତାସ୍‌ , କ୍ରିକେଟ୍‌, ଭଲିବଲ୍‌ ଖେଳିଲେ ଏତଲା ଦିଆଯିବା ସହ 14 ଦିନିଆ କ୍ବାରେଣ୍ଟାଇନରେ ରଖାଯିବ ବୋଲି ସୂଚନା ରହିଛି । ସେହିପରି ଦୋକାନୀମାନଙ୍କ ପାଇଁ ମଧ୍ୟ 5ଟି ନିୟମ ଜାରି କରାଯାଇଛି । ଦୋକାନୀମାନେ ଏହି ନିୟମ ନ ମାନିଲେ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ ଏତଲା ଦିଆଯିବା ସହିତ ଆବଶ୍ୟକ ସ୍ଥଳେ ମାସେ ପର୍ଯ୍ୟନ୍ତ ଦୋକାନ ବନ୍ଦ କରାଯିବ ବୋଲି ସୂଚନା ରହିଛି । ଲକ୍‌ଡାଉନ୍‌ ସମୟରେ ବହୁ ସ୍ଥାନରେ ଲୋକେ ଏକାଠି ହୋଇ ତାସ, ଲୁଡୁ, କ୍ରିକେଟ୍‌, ଭଲିବଲ୍‌ ଆଦି ଖେଳୁଥିବାର ନଜର ଆସୁଛି ।

ଦୋକାନୀମାନଙ୍କ ପାଇଁ ଜାରି କରାଯାଇଥିବା ପାଞ୍ଚଗୋଟି ନିୟମ ଗୁଡିକ ମଧ୍ୟରେ ରହିଛି –

  1. ଦୋକାନୀ ସାମ୍ନାରେ ଡବଲ ବ୍ୟାରିକେଡ୍‌ କରାଯିବାକୁ ପରାମର୍ଶ ଦିଆଯାଇଛି ।
  2. ନୋ-ମାସ୍କ ନୋ ଗୁଡ୍ସ ସାଇନ୍‌ ବୋର୍ଡ ମରାଯିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।
  3. ଗ୍ରାହକଙ୍କ ପାଇଁ ଦୋକାନ ସାମ୍ନାରେ 2 ମିଟର ଦୂରତାର ସର୍କଲ କରିବେ ।
  4. ସବୁ ଦୋକାନୀ ସାନିଟାଇଜର୍‌ ଓ ହାତ ଧୋଇବାର ବ୍ୟବସ୍ଥା କରିବେ ।
  5. ଗ୍ରାହକଙ୍କ ପାଇଁ କଣ୍ଟା ଡାଏରୀ କରିବେ ।

ସୂଚନାଯୋଗ୍ୟ, ଗଞ୍ଜାମରେ ସର୍ବାଧିକ 8ହଜାର 678ଜଣ ସଂକ୍ରମିତ ହୋଇଥିବାବେଳେ 79ଜଣଙ୍କ ଜୀବନ ଯାଇଛି ।