Categories
ଆଜିର ଖବର ଜାତୀୟ ଖବର

କୋଭିଡ-19 ମୁକାବିଲା ପାଇଁ ଲାଗିଛି 107ଟି କାର୍ଗୋ ବିମାନ,ବିଭିନ୍ନ ଡାକ୍ତରୀ ଉପକରଣ ପରିବହନ ପାଇଁ ନିୟୋଜିତ

ନୂଆଦିଲ୍ଲୀ, ଦେଶରେ କରୋନା ସଂକ୍ରମଣ ଅଭିଯାନକୁ ମଜବୁତ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତାହାର ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଛି।ଏହାର ଦେଶୀୟ କାର୍ଗୋ ବିମାନ ଏହି ଲକଡାଉନ ସମୟରେ ମେଡିକାଲ ଜିନିଷପତ୍ର ନବାଆଣିବା କରିବାରେ ବେଶ୍ ସାହାର୍ଯ୍ୟ କରିପାରୁଛି। ଏଥିପାଇଁ ଦେଶ ଭିତରେ ପ୍ରାୟ 107ଟି ବିମାନ ଦୈନିକ ଏହି କୋଭିଡ19 ମୁକାବିଲା ପାଇଁ ଔଷଧୀୟ ଉପକରଣ ପରିବହନ କରୁଛି।

ଗତ ମାସ 26 ତାରିଖରୁ ଚଳିତ ମାସ 3 ତାରିଖ ମଧ୍ୟରେ ଏୟାର ଇଣ୍ଡିଆ, ଆଲିଆନ୍ସ, ଭାରତୀୟ ବାୟୁସେନା, ଇଣ୍ଡିଗୋ ଓ ସ୍ପାଇସ ଜେଟ ଆଦି ବିମାନ ସଂସ୍ଥା ଏହି ମାଲ ପରିବହନ କାର୍ଯ୍ୟ ସମ୍ପାଦନ କରିଛନ୍ତି । 5ଟି ବିମାନ ସଂସ୍ଥା ଦ୍ଵାରା ମୋଟରେ 107ଟି ବିମାନ ଯୋଗେ ମାଲ ପରିବହନ ହୋଇଥିବା ବେଳେ ଏଥିମଧ୍ୟରୁ ଏୟାର ଇଣ୍ଡିଆର 42ଟି, ଆଲିଆନ୍ସର 37ଟି, ଭାରତୀୟ ବାୟୁସେନାର 20ଟି, ଇଣ୍ଡିଗୋର 6ଟି ଏବଂ ସ୍ପାଇସ ଜେଟର 2ଟି ବିମାନ ରହିଛି ।

ଡାକ୍ତରୀ ଉପକରଣ ଆଇସିଏମଆର ଓ ଅନ୍ୟାନ୍ୟ ସ୍ଥାନରେ ପହଞ୍ଚାଇବା ଯୋଗୁଁ ଠିକ ସମୟରେ ପରୀକ୍ଷାନିରୀକ୍ଷା ହେବା ସହ ରୋଗୀମାନଙ୍କ ଚିକିତ୍ସା ସୁଗମ ହୋଇଛି । ମାସ୍କ ଓ ଗ୍ଲୋଭ୍ସ ଯୋଗାଣ ଯୋଗୁଁ ଉତ୍ତର-ପୂର୍ବାଞ୍ଚଳ ଭଳି ଦୂରଦୂରାନ୍ତ ଅଗମ୍ୟ ସ୍ଥାନରେ ଡାକ୍ତର ଓ ଅନ୍ୟାନ୍ୟ  ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୋଭିଡ-19 ମୁକାବିଲା କରିବାରେ ସହଜ ହୋଇପାରିଛି । ଜୀବନ ରକ୍ଷାକାରୀ ଔଷଧପତ୍ର ପହଞ୍ଚିବା ଯୋଗୁଁ ଦୂରଦୂରାନ୍ତର ଚିକିତ୍ସା ସେବା କେନ୍ଦ୍ରଗୁଡ଼ିକ ଅଯଥା ଖର୍ଚ୍ଚରୁ ରକ୍ଷା ପାଇଛନ୍ତି।