Categories
CBSE10TH cbse10th CBSE12th ଆଜିର ଖବର ଜାତୀୟ ଖବର

CBSE ପରୀକ୍ଷା ନେଇ ଆସିଲା ବଡ ଖବର, ୨୫ ତାରିଖରେ ହେବ ସର୍ବ ଭାରତୀୟ ୱେବକାଷ୍ଟିଂ

ନୂଆଦିଲ୍ଲୀ: ପାଖେଇଲାଣି CBSE ଟର୍ମ ୨ ପରୀକ୍ଷା। ଏହି ପରୀକ୍ଷା କୋରନା ପରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ। ସେଥିପାଇଁ ଆଜି କେନ୍ଦ୍ରୀୟ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେସନ ତରଫରୁ ସ୍କୁଲମାନଙ୍କୁ ଏକ ନୋଟିସ ଜାରୀ କରାଯାଇଛି। ଏଥିରେ କୁହାଯାଇଛି ଯେ, ଆସନ୍ତା CBSE ପରୀକ୍ଷା କିପରି କରାଯିବା ସେ ଉପରେ ବୋର୍ଡ ତରଫରୁ ଏକ ୱେବନାର କରାଯିବ।

ଏଥିରେ ସମସ୍ତ CBSE ସ୍କୁଲ କର୍ତ୍ତୁପକ୍ଷ ଯଥା ପ୍ରିନସପାଲ କିମ୍ବା ସ୍କୁଲ ମୁଖ୍ୟ ଏଥିରେ ଯୋଗଦେବାକୁ ବାଧ୍ୟତାମୂଳକ କରାଯାଇଛି। ଏହା ୟୁଟିୟୁବ ଚ୍ୟାନେଲରେ ପ୍ରସାରଣ କରାଯିବ। ଏଥିରେ ବୋର୍ଡ ଅଧିକାରୀମାନେ କେତେକ ସୂଚନା ଦେବେ।

ସେହି ଅନୁସାରେ ସ୍କୁଲ କର୍ତ୍ତୁପକ୍ଷ ପରୀକ୍ଷା ପରିଚାଳନା କରିବେ। ସେଥିପାଇଁ ଚିଠିରେ ୟୁ ଟିୟୁବ ଚ୍ୟାନଲ ୟୁଆରଏଲ ଠିକଣା ଦିଆଯାଇଛି। ସେଥିରେ କୁହାଯାଇଛି ଯେ, ୨୫ ତାରିଖ ଦିନ ୧୧ଟା ବେଳେ ସମସ୍ତେ ଏହି ଚ୍ୟାନେଲ ରେ ଯୋଡି ହେବେ।