Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

30 ପ୍ରତିଶତ କମିବ CBSE ସିଲାବସ, ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ CBSE ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଥିବା ପାଠ୍ୟକ୍ରମରେ ଚଳିତ ବର୍ଷ ପାଇଁ 30 ପ୍ରତିଶତ ହ୍ରାସ କରିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଳ ନିଶଙ୍କ ଏହା କହିଛନ୍ତି। କୋଭିଡ-19 ସଂକ୍ରମଣକୁ ଦୃଷ୍ଟିରେ ରଖି ଛାତ୍ର ଛାତ୍ରୀ, ଶିକ୍ଷକ, ବୋର୍ଡ ସହିତ ବ୍ୟାପକ ବିଚାରବିମର୍ଷ କରି ଏହି ନିଷ୍ପତ୍ତି ନିଆଯାଇଥିବା ପୋଖରିଆଲ କହିଛନ୍ତି ।

କରୋନା କାରଣରୁ ମାର୍ଚ୍ଚ 25ରୁ ଦେଶବ୍ୟାପୀ ଲକ୍ ଡାଉନ୍ ହୋଇଥିବାରୁ ଚଳିତ ବର୍ଷ ପାଠପଢା ବ୍ୟାହତ ହୋଇଛି। ଅନଲାଇନ କ୍ଲାସକୁ ନେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ଚିନ୍ତାରେ ଥିବାରୁ ସେମାନଙ୍କୁ ଚାପମୁକ୍ତ କରିବା ପାଇଁ ସରକାର ପାଠ୍ୟକ୍ରମ ବା ସିଲାବସ 30 ପ୍ରତିଶତ କମାଯାଇଛି। ଏହା ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଆଶ୍ବସ୍ତ ହେବେ। (ଏଜେନସି)

Categories
ଆଜିର ଖବର ଜାତୀୟ ଖବର

ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀର ବାକିଥିବା ପରୀକ୍ଷା ବାତିଲ୍‌

ନୂଆଦିଲ୍ଲୀ : ସିବିଏସଇର ଦଶମ ଓ ଦ୍ବାଦଶର ବାକି ଥିବା ସମସ୍ତ ପରୀକ୍ଷାକୁ ବାତିଲ୍‌ କରାଯାଇଛି। ଜୁଲାଇ 1ରୁ 15 ତାରିଖ ମଧ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ୍‌ କରାଯାଇଛି ବୋଲି ସୂଚନା ମିଳିଛି ।

ପରୀକ୍ଷା ବାତିଲ୍‌ ନେଇ ସୁପ୍ରିମ୍‌କୋର୍ଟଙ୍କୁ ଏସ୍‌ଜି ଜଣାଇଥିବାର ସୂଚନା ରହିଛି । ନିର୍ଦ୍ଦିଷ୍ଟ ଭାବେ କେବେ ରେଜଲ୍ଟ ବାହାରିବ, ସେନେଇ କାଲି ବିଜ୍ଞପ୍ତି ବାହାରିବ ବୋଲଇ ସୂଚନା ରହିଛି । ଜୁଲାଇ 15 ସୁଦ୍ଧା ଆସେସ୍‌ମେଣ୍ଟ କରି ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ, କରୋନା ଯୋଗୁଁ ଦେଶରେ ମାର୍ଚ୍ଚ 25 ତାରିଖରୁ ଏପ୍ରିଲ୍‌ 14 ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଲକ୍‌ ଡାଉନ୍‌ କରାଯାଇଥିଲା । ଏହାପରେ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀର କିଛି ପରୀକ୍ଷା ହୋଇପାରିନଥିଲା । ତେବେ ଦେଶରେ ଜୁନ୍‌ 1 ତାରିଖରୁ ଦେଶରେ ଅନଲକ୍‌ 1.0 ଜାରି ହେବା ପରେ ଦଶମ ଓ ଦ୍ବାଦଶ ଶ୍ରେଣୀର ବାକି ଥିବା ପରୀକ୍ଷା 1ରୁ 15 ତାରିଖ ମଧ୍ୟରେ ହେବ ବୋଲି ସୂଚନା ରହିଥିଲା । ସେହିପରି କଣ୍ଟେନମେଣ୍ଟ ଜୋନ୍‌କୁ ଛାଡି ପରୀକ୍ଷା ହେବ ବୋଲି ସୂଚନା ରହିଥିଲା । କୋଭିଡ୍‌ ଗାଇଡ ଲାଇନ୍‌କୁ ପାଳନ କରାଯାଇ ପରୀକ୍ଷା କରାଯିବ ବୋଲି ସୂଚନା ରହିଥିଲା ।

Categories
ଆଜିର ଖବର ଜାତୀୟ ଖବର

ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ

ନୂଆଦିଲ୍ଲୀ : ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ ହୋଇଛି। ଜୁଲାଇ 1ରେ ହୋମ୍‌ ସାଇନ୍ସରୁ ଆରମ୍ଭ ହେବ ବାକିଆ ପରୀକ୍ଷା। ସେହିପରି ଜୁଲାଇ 13ରେ ସୋସିଓଲୋଜିରେ ଶେଷ ହେବ ବାକିଆ ପରୀକ୍ଷା । କରୋନାକୁ ଦୃଷ୍ଟିରେ ରଖି ସିବିଏସଇ ଦ୍ବାଦଶ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ପ୍ରତି ଗାଇଡ ଲାଇନ ମଧ୍ୟ ଜାରି କରିଛି ସିବିଏସଇ । ସବୁ ପରୀକ୍ଷାର୍ଥୀଙ୍କୁ ସ୍ବଚ୍ଛ ବୋତଲରେ ନିଜ ସାନିଟାଇଜର ଆଣିବେ । ନାକ, ମୁହଁ ଘୋଡାଇବା ପାଇଁ ସମସ୍ତେ ମାସ୍କ ବ୍ୟବହାର କରିବେ। ଏହି ଅବସରରେ ସାମାଜିକ ଦୂରତ୍ବ ରଖିବେ, ପିଲା ଅସୁସ୍ଥ ନଥିବା ଅଭିଭାବକ ଜଣାଇବେ।  10ଟା 10ରେ ଉତ୍ତର ଖାତା ଦିଆଯିବ ଏବଂ 10 ଟା 15ରେ ପିଲାଙ୍କୁ ପ୍ରଶ୍ନପତ୍ର ଦିଆଯିବ ।  10ଟା 15ରୁ 10ଟା 30 ଯାଏ ପିଲାଙ୍କୁ ପ୍ରଶ୍ନପତ୍ର ପଢିବାକୁ ସୁଯୋଗ ଦିଆଯିବ । 10ଟା 30ରେ ପିଲାଙ୍କୁ ଉତ୍ତର ଲେଖିବାକୁ ଅନୁମତି ମିଳିବ ।

 

Categories
ଆଜିର ଖବର ଜାତୀୟ ଖବର

ଫେଲ୍‌ ସିବିଏସ୍‌ଇ ପିଲାଙ୍କୁ ପୁଣିଥରେ ମିଳିବ ସୁଯୋଗ

ନୂଆଦିଲ୍ଲୀ: ସିବିଏସ୍‌ଇ ଫେଲ୍‌ ପିଲାଙ୍କୁ ପୁଣିଥରେ ସୁଯୋଗ ମିଳିବ ବୋଲି ସୂଚନା ରହିଛି  9ମ ଓ ଏକାଦଶ ଶ୍ରେଣୀରେ ଫେଲ୍‌ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ସୁଯୋଗ। ସେମାନଙ୍କ ପ୍ରମୋସନ ପାଇଁ ବ୍ୟବସ୍ଥା କରିବାକୁ ସିବିଏସ୍‌ଇ ନିର୍ଦ୍ଦେଶ ଦେଇଛନ୍ତି । ଅନ୍‌ଲାଇନ୍‌ / ଅଫଲାଇନ୍‌/ ଇନୋଭେଟିଭ ପଦ୍ଧତିରେ ସେମାନଙ୍କ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  ପୂର୍ବରୁ ସୁଯୋଗ ଦିଆଯାଇଥିଲେ ବି ପୁଣି ଥରେ ସୁଯୋଗ ପାଇଁ ନିର୍ଦ୍ଦେଶ। ପୁଣି ଥରେ ଟେଷ୍ଟ ପାଇଁ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପାଇଁ ପରାମର୍ଶ ଦିଆଯାଇଛି। କରୋନା ଯୋଗୁଁ ଏହି ସୁଯୋଗ କେବଳ ଏ ବର୍ଷ ପାଇଁ ଦିଆଯାଉଛି ଆଗକୁ ଆଉ ଦିଆଯିବ ନାହିଁ ବୋଲି ସୂଚନା ରହିଛି।

Categories
ଜାତୀୟ ଖବର ବିଶେଷ ଖବର

ସିବିଏସ୍‌ଇ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ଓଡିଶା କ୍ୟାଡର ଆଇଏଏସ ମନୋଜ ଆହୁଜା, ଚ୍ୟାଲେଞ୍ଜ ବେଶୀ

ନୂଆଦିଲ୍ଲୀ, ଓଡିଶା ପାଇଁ ଏକ ଖୁସି ଖବର କହିଲେ ଅତ୍ୟୁକ୍ତି ହେବ ନାହିଁ। ଦେଶର ପ୍ରତିଷ୍ଠିତ ଶିକ୍ଷା କେନ୍ଦ୍ର ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରି ଏଡୁକେସନ ବା ସିବିଏସଇ ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ମନୋଜ ଆହୁଜା। ମନୋଜ ହେଉଛନ୍ତି 1990 ବ୍ୟାଚର ଓଡିଶା କ୍ୟାଡରର ଆଇଏଏସ ଅଧିକାରୀ। ମନୋଜ ଓଡିଶାରେ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ଡେପୁଟେସନରେ ଯାଇ ବର୍ତ୍ତମାନ ଲାଲବାହଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନ ଏକାଡେମୀର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

ଆଜି କେନ୍ଦ୍ର ସରକାର ଅତିରିକ୍ତ ଶାସନ ସଚିବ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି। ପୂର୍ବରୁ ଏହି ସିବିଏସସି ଅଧ୍ୟକ୍ଷ ପଦରେ ଥିବା ଅନୀତା କାରୱାଲଙ୍କୁ ବଦଳ କରାଯାଇ ସ୍କୁଲ ଶିକ୍ଷା ବିଭାଗର ସଚିବ ଭାବେ ନିଯୁକ୍ତ ଦିଆଯାଇଛି। ସେହିପରି ଆଉ ଜଣେ ଓଡିଶା କ୍ୟାଡର ଆଇଏଏସ ଆରତୀ ଆହୁଜାଙ୍କୁ ମଧ୍ୟ ବଦଳି କରାଯାଇଛି। ତାଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ ଦିଆଯାଇଛି। ଆରତୀ ହେଉଛନ୍ତି ମନୋଜ ଆହୁଜାଙ୍କ ଧର୍ମପତ୍ନୀ।

ସିବିଏସସି ର ଅଧ୍ୟକ୍ଷ ଭାବେ ମନୋଜଙ୍କୁ ବର୍ତ୍ତମାନ ବଡ ଚ୍ୟାଲେଞ୍ଜ ନେବାକୁ ପଡିବ। କାରଣ କୋରନା ଭାଇରସ ଯୋଗୁଁ ବୋର୍ଡର 10ମ ଏବଂ 12ଶ ଶ୍ରେଣୀର ପରୀକ୍ଷା ହୋଇପାରି ନାହିଁ। ଅନ୍ୟପଟେ ଛାତ୍ରଛାତ୍ରୀଙ୍କର ଶିକ୍ଷା ବର୍ଷ ଶେଷ ହେବାରେ ଲାଗିଛି। ତେଣୁ ବିଶ୍ବବିଦ୍ୟାଳୟ ନାମଲେଖା ପୂର୍ବରୁ ଏ ପରୀକ୍ଷା ଶେଷ କରି ରେଜଲଟ ବାହାର କରିବା ମନୋଜଙ୍କ ପାଇଁ ଏକ ବଡ ପରୀକ୍ଷା କହିଲେ ଅତ୍ୟୁକ୍ତି ହେବ ନାହିଁ। ବର୍ତ୍ତମାନ ଦେଶର ପ୍ରାୟ 30 ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ମନୋଜଙ୍କ ଉପରେ ନିର୍ଭର କରୁଛି।

Categories
ଆଜିର ଖବର ଜାତୀୟ ଖବର

କାଲିଠୁ ସିବିଏସଇ ଖାତା ଦେଖା ଆରମ୍ଭ ହେବ

ନୂଆଦିଲ୍ଲୀ:  ଆସନ୍ତାକାଲିଠାରୁ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସଂବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ। ମୂଲ୍ୟାୟନକାରୀମାନେ ନିଜ ଘରେ ରହି ପରୀକ୍ଷା ଖାତା ଦେଖିବେ। ମୂଲ୍ୟାୟନ କେନ୍ଦ୍ର ଭାବେ ଚୟନ କରାଯାଇଥିବା ତିନି ହଜାରଟି ସ୍କୁଲରୁ ପରୀକ୍ଷା ଖାତା ଶିକ୍ଷକମାନଙ୍କ ଘରକୁ ଯିବ ଏବଂ ସେମାନେ ଖାତା ଦେଖିବା ପରେ ସେଗୁଡ଼ିକ ପୁଣି କେନ୍ଦ୍ରକୁ ଫେରିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଅନୁମତି ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। 50 ଦିନ ଭିତରେ ଖାତା ଦେଖା ସରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ସବୁ ସ୍ଥାନ ପାଇଁ ଏହି ଅନୁମତି ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଜୁଲାଇ 1ରୁ 15 ମଧ୍ୟରେ ସିବିଏସ୍‌ଇ ପରୀକ୍ଷା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ସିବିଏସ୍‌ଇ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । କେନ୍ଦ୍ର ମାନବ ସମ୍ବଳ ବିଭାଗ ପକ୍ଷରୁ ଆଜି ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ଜୁଲାଇ 1 ତାରିଖରୁ 15 ତାରିଖ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ସିବିଏସ୍‌ଇ ପକ୍ଷରୁ ପରୀକ୍ଷା ସୂଚୀ ବାହାରି ନଥିଲେ ମଧ୍ୟ ଏହି ତାରିଖ ମଧ୍ୟରେ ପରୀକ୍ଷା କରାଯିବ ବୋଲି ଜଣାପଡିଛି । ଏହା ସହିତ ବିଭାଗୀୟ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜିଠୁ ଆରମ୍ଭ ହେଉଛି ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା

ଭୁବନେଶ୍ବର : ଆରମ୍ଭ ହୋଇଗଲା ପରୀକ୍ଷା ଋତୁ।  ଆଜିଠୁ ଆରମ୍ଭ ହେଉଛି ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା। ସକାଳ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ଣ ୧ଟା ୩୦ରେ ସରିବ। ସିବିଏସଇ ଦଶମ ପରୀକ୍ଷା ୧୫ ଫେବ୍ରୁଆରୀରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ସରିବ। ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ 18 ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବାବେଳେ 12ଲକ୍ଷ ପିଲା ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେବେ। ପ୍ରାୟ 10 ହଜାର ସେଣ୍ଟରରେ 30 ଲକ୍ଷ ପିଲା ପରୀକ୍ଷା ଦେବେ ବୋଲି ସୂଚନା ରହିଛି। ସେହିପରି ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ମାଟ୍ରିକ୍‌ ପରୀକ୍ଷା ଚଳିତ ମାସ 19 ତାରିଖରୁ ଆରମ୍ଭ ହେବ।

Categories
ଆଜିର ଖବର

ସିବିଏସ୍‌ଇ ପରୀକ୍ଷା ଫଳ ପ୍ରକାଶିତ : ଟପ୍ପର ତାଲିକାରେ କରିଶ୍ମା ଓ ହଂସିକା

ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ୍‌ (ସିବିଏସ୍‌ଇ) ପକ୍ଷରୁ ଏହାର ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ତାଲିକାରେ ପୁଅଙ୍କ ଅପେକ୍ଷା ଝିଅ ବାଜି ମାରିଥିବା ବେଳେ ଦୁଇ ଜଣ ଝିଅ ଟପ୍ପର ତାଲିକାରେ ରହିଛନ୍ତି। ମେ ୨ରେ ପ୍ରକାଶିତ ପରୀକ୍ଷା ଫଳରେ ଡିପିଏସ୍‌ ଗାଜିଆବାଦର କରିଶ୍ମା ଅରୋରା ଏବଂ ମୁଜାଫରନଗରର ହଂସିକା ଶୁକ୍ଲା ଟପ୍ପର ରହିଛନ୍ତି। ଉଭୟ ୯୮.୮ ପ୍ରତିଶତ ମାର୍କ ରଖିଛନ୍ତି। ୫୦୦ ମାର୍କରୁ ଉଭୟ ୪୯୯ ମାର୍କ ରଖିଛନ୍ତି। ସିବିଏସ୍‌ଇ ଓ୍ବେବ୍‌ସାଇଟ୍‌ ଅନୁଯାୟୀ ତ୍ରିଭେନ୍ଦ୍ରମରେ ସର୍ବାଧିକ ପାଶହାର ୯୮.୨ ପ୍ରତିଶତ ରହିଥିବା ବେଳେ ଚେନ୍ନାଇରେ ଏହା ସର୍ବନିମ୍ନ ୨୯.୯୩ ପ୍ରତିଶତ ରହିଛି। ଦିଲ୍ଲୀରେ ପାଶ୍‌ ହାର ୯୧.୮୭ ପ୍ରତିଶତ ରହିଛି। ଚଳିତ ବର୍ଷ ୮୮.୭ ପ୍ରତିଶତ ଝିଅ ପାଶ୍‌ କରିଥିବା ବେଳେ ପୁଅଙ୍କ ପାଶ୍‌ ହାର ୭୯.୪ ପ୍ରତିଶତ ରହିଛି।