ନୂଆଦିଲ୍ଲୀ: ଲକ୍ଡାଉନ୍ରେ ଫସିଥିବା ଶ୍ରମିକମାନେ କାଲିଠାରୁ କାମ କରିପାରିବେ । ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର ଏସ୍ଓପି । କାଲିଠୁ ରାଜ୍ୟ ଭିତରେ ସାମାଜିକ ଦୂରତ୍ବ ରଖି କାମ କରିପାରିବେ ଶ୍ରମିକ । ତେବେ ବାହାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯାଇପାରିବେନି ଶ୍ରମିକ । ଯିଏ ଯେଉଁ ରାଜ୍ୟରେ ଅଛନ୍ତି, ସେହି ରାଜ୍ୟର କାମ କରିପାରିବେ ଶ୍ରମିକ । ଶିଳ୍ପ, ନିର୍ମାଣ, ଚାଷ ଓ ମନରେଗା କାମ ଆଦି କରିପାରିବେ ଶ୍ରମିକ । ଶ୍ରମିକଙ୍କୁ ଆଶ୍ରୟସ୍ଥଳ ଓ ରିଲିଫ୍ କ୍ୟାମ୍ପ୍ରେ ରହିବା ବ୍ୟବସ୍ଥା କରାଯିବ । ଶ୍ରମିକମାନେ ଯିବା ଆସିବା କରୁଥିବା ବସ୍ଗୁଡିକ ସାନିଟାଇଜ୍ କରାଯିବ । ସ୍ଥାନୀୟ ପ୍ରଶାସନ ଶ୍ରମିକଙ୍କ ପାଇଁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
Tag: center
ନୂଆଦିଲ୍ଲୀ: କରୋନା ଭାଇରସ୍ ମୁକାବିଲା ପାଇଁ ସାରା ଦେଶରେ 21ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏବେ ଲୋକଙ୍କ ମନରେ ଏହି ଲକ୍ ଡାଉନ୍କୁ ଆହୁରି ବୃଦ୍ଧି କରାଯିବା ନେଇ ପ୍ରଶ୍ନ ଉଠିଛି। ତେବେ କ୍ୟାବିନେଟ୍ ସଚିବ ରାଜୀବ ଗାଓ୍ବା। ଏହି ଲକ୍ ଡାଉନକୁ ବୃଦ୍ଧି କରାଯିବା ନେଇ କିଛି ଯୋଜନା କରାଯାଇନାହିଁ ବୋଲି କହିଛନ୍ତି।
ରାଜୀବ ଗାଓ୍ବା କହିଛନ୍ତି ଯେ, କେନ୍ଦ୍ର ସରକାରରେ ପାଖରେ ଏମିତି କୌଣସି ଯୋଜନା ନାହିଁ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚାଲିଥିବାବେଳେ ଏବେ ଲକ୍ ଡାଉନ୍ ବୃଦ୍ଧି କରାଯିବା ନେଇ ଆକଳନ କରାଯାଉଛି ବୋଲି ପ୍ରଶ୍ନ ଉଠିଥିଲା। ତେବେ ଏହାର ଉତ୍ତରରେ କେନ୍ଦ୍ର କ୍ୟାବିନେଟ୍ ସଚିବ କହିଛନ୍ତି ଯେ, ଦେଶରେ ଲକ୍ ଡାଉନ୍ ବର୍ଦ୍ଧିତ କରିବାକୁ ନେଇ କୌଣସି ପ୍ରସ୍ତାବ ଉପରେ ଆଲୋଚନା କରାଯାଇନାହିଁ।
ଦେଶରେ କରୋନା ଭାଇରସ୍ ସହ ମୁକାବିଲା କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21 ଦିନ ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏହି ସମୟରେ ଲୋକଙ୍କୁ ଘରୁ ବାହାରକୁ ବାରଣ କରାଯାଇଛି। ସେହିପରି ସାମାଜିକ ଦୂରତ୍ବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କମ୍ୟୁନିଟି ସଂକ୍ରମଣ ରୋକିବା ପାଇଁ ସରକାର ଏଭଳି କଡା ପଦକ୍ଷେପ ନେଇଛନ୍ତି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ମୃତକଙ୍କ ସଂଖ୍ୟା 31ରେ ପହଞ୍ଚିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 1140ରେ ପହଞ୍ଚିଛି। (ଏଜେନ୍ସି)