Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୭୦ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ: ମୟୂରଭଞ୍ଜରେ ଇଡି ଚଢ଼ାଉ, ଟ୍ରେଡିଂ କମ୍ପାନିର ଓଡ଼ିଶା ମୁଖ୍ୟଙ୍କ ଘରେ ଖୋଳତାଡ଼
ଆଜିର ଖବର

୭୦ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ: ମୟୂରଭଞ୍ଜରେ ଇଡି ଚଢ଼ାଉ, ଟ୍ରେଡିଂ କମ୍ପାନିର ଓଡ଼ିଶା ମୁଖ୍ୟଙ୍କ ଘରେ ଖୋଳତାଡ଼

November 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

କପ୍ତିପଦା: ମୟୂରଭଞ୍ଜ ଜିଲ୍ଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚଢ଼ାଉକୁ ନେଇ ଚର୍ଚ୍ଚା। କଲିକତାର ଏକ ଟ୍ରେଡିଂ କମ୍ପାନିର ଓଡ଼ିଶା ମୁଖ୍ୟ ବୋଲି ପରିଚୟ ଦେଉଥିବା ଈଶ୍ୱର ବିନ୍ଧାଣୀଙ୍କ ଘରେ ଚାଲିଛି ତନାଘନା। ବିଭିନ୍ନ ଜିଲ୍ଲାର ଲୋକଙ୍କଠାରୁ ୭୦ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗକୁ ନେଇ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ବୁଧବାର ସକାଳୁ ଇଡିର ତିନି ଜଣିଆ ଟିମ୍‌ ଦୁଇ ଜଣ ବ୍ୟାଙ୍କ ଅଧିକାରୀ ଓ ପୁଲିସ ସହାୟତାରେ ବିଶୋଳ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଚଢ଼ାଉ ସମୟରେ ଈଶ୍ୱର ବିନ୍ଧାଣୀ ନିଜେ ଘରେ ଉପସ୍ଥିତ ଥିବା ଜଣାପଡ଼ିଛି। ତାଙ୍କ ଘରେ ଆର୍ଥିକ କାରବାର ସମ୍ପର୍କିତ କାଗଜପତ୍ର ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି।

ଅଭିଯୋଗ ଅନୁଯାୟୀ, ଈଶ୍ୱର ବିନ୍ଧାଣୀ କଲିକତାର ଏକ ଟ୍ରେଡିଂ କମ୍ପାନିର ଓଡ଼ିଶା ମୁଖ୍ୟ ଭାବେ ପରିଚୟ ଦେଇ ବିଭିନ୍ନ ଅଞ୍ଚଳର ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ। ମୟୂରଭଞ୍ଜ ସମେତ କଟକ, ଭୁବନେଶ୍ୱର ଓ ଜଗତସିଂହପୁର ଅଞ୍ଚଳର ଅନେକ ଲୋକ ଏହି ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଠକେଇର ପରିମାଣ ୭୦ କୋଟି ଟଙ୍କାରୁ ଅଧିକ ବୋଲି କୁହାଯାଉଛି।

ଏହି ଆର୍ଥିକ କାରବାରକୁ ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଥିବା ସୂଚନା ରହିଛି। ଏବେ ଇଡିର ଚଢ଼ାଉ ପରେ ଘଟଣାଟି ନୂଆ ମୋଡ଼ ନେଇଛି। ଟଙ୍କା କେଉଁଠାରୁ ଆସିଥିଲା, କେଉଁ କେଉଁ ଆକାଉଣ୍ଟକୁ ଯାଇଥିଲା ଏବଂ ଏହା ପଛରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେସବୁ ଦିଗରେ ତଦନ୍ତ ହେବା ସମ୍ଭାବନା ରହିଛି।

ବର୍ତ୍ତମାନ ବିଶୋଳ ଗ୍ରାମରେ ଇଡିର ଚଢ଼ାଉ ଜାରି ରହିଛି। ତଦନ୍ତ ପରେ ଆର୍ଥିକ କାରବାର ସମ୍ପର୍କରେ ଆହୁରି ତଥ୍ୟ ସାମ୍ନାକୁ ଆସିବା ଆଶା କରାଯାଉଛି। ଏହି ଠକେଇ ଅଭିଯୋଗରେ ଆଉ କେଉଁମାନେ ସମ୍ପୃକ୍ତ, ନିବେଶ ନାଁରେ ଲୋକଙ୍କଠାରୁ ସଂଗୃହୀତ ଟଙ୍କାର ଗତି କୁଆଡ଼େ ଯାଇଛି ଏବଂ କେତେ ସମ୍ପତ୍ତି ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

#EDInvestigation #FinancialFraud #Kaptipada #TradingFraud #Mayurbhanj EDRaid
Share. Facebook Twitter LinkedIn Email WhatsApp Copy Link

Related Posts

ଆପଣଙ୍କ ନାମରେ ସାଇବର ଠକେଇ ହେଉଛି କି? ତୁରନ୍ତ ଯାଞ୍ଚ କରନ୍ତୁ ମୋବାଇଲ୍ ନମ୍ବର

November 4, 2026

ପଞ୍ଚାୟତ ନିର୍ବାଚନକୁ ନେଇ କୋଟିଆରେ ରଣକ୍ଷେତ୍ର, ଆନ୍ଧ୍ରକୁ ଓଡ଼ିଶାର ଜବାବ

November 4, 2026

ରାୟଗଡ଼ା ଅପହରଣ ଓ ଯୌନ ନିର୍ଯାତନା ମାମଲା: ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

November 4, 2026

ନଭେମ୍ବର ୧୧ରୁ ୨୨ ରାଜ୍ୟବ୍ୟାପୀ ପାଳିତ ହେବ ଜନଜାତୀୟ ଗୌରବ ଦିବସ

November 4, 2026
Latest News

ଆପଣଙ୍କ ନାମରେ ସାଇବର ଠକେଇ ହେଉଛି କି? ତୁରନ୍ତ ଯାଞ୍ଚ କରନ୍ତୁ ମୋବାଇଲ୍ ନମ୍ବର

November 4, 2026

୭୦ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ: ମୟୂରଭଞ୍ଜରେ ଇଡି ଚଢ଼ାଉ, ଟ୍ରେଡିଂ କମ୍ପାନିର ଓଡ଼ିଶା ମୁଖ୍ୟଙ୍କ ଘରେ ଖୋଳତାଡ଼

November 4, 2026

ରାଜ୍ୟସଭା ଉପ-ନିର୍ବାଚନ: ହରଦୀପ ପୁରୀଙ୍କ ବିଜୟ ନିଶ୍ଚିତ, ୨ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ

November 4, 2026

ପ୍ରଦୂଷଣ ଭୟ: ଦିଲ୍ଲୀରୁ ଭାରତ-ଶ୍ରୀଲଙ୍କା ଦିନିକିଆ ମ୍ୟାଚ୍ ହଟାଇବାକୁ ଡିଡିସିଏର ଦାବି

November 4, 2026

ପଞ୍ଚାୟତ ନିର୍ବାଚନକୁ ନେଇ କୋଟିଆରେ ରଣକ୍ଷେତ୍ର, ଆନ୍ଧ୍ରକୁ ଓଡ଼ିଶାର ଜବାବ

November 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.