Categories
ଆଜିର ଖବର ଜାତୀୟ ଖବର

ତାମିଲନାଡୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୪ ମୃତ, ୧୫ ରୁ ଅଧିକ ଆହତ

ଚେନ୍ନାଇ: ଚେନ୍ନାଇ-ତ୍ରିଚି ଜାତୀୟ ରାଜପଥରେ ମଦୁରନ୍ତକମରେ ବସ୍ ଏବଂ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚେଙ୍ଗଲପଟ୍ଟୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପଦଲମ ପୋଲିସର ସୂଚନାନୁସାରେ, ଆଜି ପୂର୍ବାହ୍ନରେ ଚେନ୍ନାଇ-ତ୍ରିଚି ଜାତୀୟ ରାଜପଥରେ ଓଭରଟେକିଂ ବେଳେ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇ ଏକ ଲୋରୀ ସହିତ ଧକ୍କା ହୋଇଥିଲା। କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ଏହାପୂର୍ବରୁ ବୁଧବାର ଦିନ ତାମିଲନାଡୁରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ପ୍ରାୟ ୯ ଜଣଙ୍କ ମୃତ୍ୟୁ ଖବର ପ୍ରକାଶ ପାଇଥିଲା। ଅଧିକାରୀମାନେ ବୁଧବାର କହିଛନ୍ତି ଯେ, କଲପକ୍କମରେ ଗୋରୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ଏକ କାର ନିୟନ୍ତ୍ରଣ ହରାଇ ଗଛ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ୫ ଜଣ ଯୁବକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଏହି ପାଞ୍ଚ ଜଣ ଯୁବକ ପୁଡୁଚେରୀରୁ ଫେରୁଥିଲେ। ଅନ୍ୟ ଏକ ଦୁର୍ଘଟଣାରେ ଚେନ୍ନାଇର ମଧୁରାମଗାମରେ ଏକ କାର ଓ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ସମାନ ପରିବାରର ଚାରିଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

IPL 2024: ଚେନ୍ନାଇକୁ 8 ୱିକେଟରେ ପରାସ୍ତ କଲା ଲକ୍ଷ୍ନୌ, ରାହୁଲଙ୍କ ଧୂଆଁଧାର ପାଳି

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସକୁ ଲକ୍ଷୌ ସୁପର ଜିଆଣ୍ଟସ୍ 8 ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ 20 ଓଭରରେ 6 ୱିକେଟ୍ ହରାଇ 176 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଲକ୍ଷ୍ନୌ 19 ଓଭରରେ 2 ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା। କେଏଲ ରାହୁଲ 53 ବଲରେ 82 ରନ୍ ସଂଗ୍ରହ କରିଥିଲେ। ଡି କକ୍ 43 ବଲରେ 54 ରନ୍ ସଂଗ୍ରହ କରିଥିଲେ। 23 ରନ୍ ସ୍କୋର କରି ପୁରନ ଅପରାଜିତ ରହିଥିଲେ। ଏହି ସମୟରେ ମୁସ୍ତାଫିଜୁର ରହମାନ ଏବଂ ପଥୀରାନା ଚେନ୍ନାଇ ପାଇଁ 1-1 ୱିକେଟ୍ ନେଇଥିଲେ।

ଚେନ୍ନାଇ ପାଇଁ ରବିନ୍ଦ୍ର ଜାଡେଜା ଅପରାଜିତ 57 ରନ୍ ସଂଗ୍ରହ କରିଥିଲେ। ସେ 40 ବଲରେ 5 ଚୌକା ଓ 1 ଛକା ମାରିଥିଲେ। ଧୋନି 9 ବଲରେ ଅପରାଜିତ 28 ରନ ସ୍କୋର କରିଥିଲେ। ରାହାନେ 36 ରନ୍ ସଂଗ୍ରହ କରିଥିଲେ। ମୋଈନ୍ ଅଲି 30 ରନ୍ ସଂଗ୍ରହ କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ୍ ର ସମସ୍ତ ମ୍ୟାଚ୍ ଭାରତରେ ଖେଳାଯିବ, ଘୋଷଣା ହେଲା ଫାଇନାଲ୍ ସ୍ଥାନ ଏବଂ ତାରିଖ

ନୂଆଦିଲ୍ଲୀ: କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୭ ତମ ସିଜନ୍ ନିଜେ ଦେଶରେ ଖେଳାଯିବ। ବାସ୍ତବରେ ଲୋକସଭା ନିର୍ବାଚନ ହେତୁ ବିସିସିଆଇ କେବଳ ଏପ୍ରିଲ ୭ ପର୍ଯ୍ୟନ୍ତ ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା କରିଥିଲା। ତେବେ ଅବଶିଷ୍ଟ ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଛି।

କ୍ରିକେଟ୍ ୱେବସାଇଟ୍ କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ୨୦୨୪ ର ସମସ୍ତ ମ୍ୟାଚ୍ ଭାରତରେ ଖେଳାଯିବ। ଲିଗ୍ ର ଫାଇନାଲ ମ୍ୟାଚ୍ ମଇ୨୬ ତାରିଖରେ ଚେନ୍ନାଇରେ ଖେଳାଯିବ। ଅହମ୍ମଦାବାଦ ଏବଂ ଚେନ୍ନାଇରେ କ୍ୱାଲିଫାୟର ମ୍ୟାଚ୍ ଖେଳାଯିବ। ଏହି ସିଜିନର ସମସ୍ତ ୭୪ ଟି ମ୍ୟାଚ୍ ଭାରତରେ ଧାର୍ଯ୍ୟ କରାଯାଇଛି।

ଆଇପିଏଲ୍ ୨୦୨୪ ର କ୍ୱାଲିଫାୟର୍ ୧ ଏବଂ ଏଲିମିନେଟର ମ୍ୟାଚ୍ ୨୧ ଏବଂ ୨୨ ମେରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଯେତେବେଳେ କି କ୍ୱାଲିଫାୟର୍ ୨ ଏବଂ ଫାଇନାଲ୍ ମ୍ୟାଚ୍ ୨୪ ଏବଂ ୨୬ ମେ ଚେନ୍ନାଇର ଚେପକ୍ ଠାରେ ଖେଳାଯିବ।

ଏହାପୂର୍ବରୁ କ୍ରିକବଜ୍ ବିସିସିଆଇ ସଚିବ ଜୟ ଶାହାଙ୍କ ରିପୋର୍ଟରେ ଦର୍ଶାଇଛି ଯେ, ଆଇପିଏଲ୍ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ବିଦେଶରେ ଖେଳାଯିବ ନାହିଁ। ସମସ୍ତ ମ୍ୟାଚ୍ କେବଳ ଭାରତରେ ଅନୁଷ୍ଠିତ ହେବ। ରିପୋର୍ଟରେ କୁହାଯାଇଛି ଯେ, ବିସିସିଆଇ ସଚିବ ଜୟ ଶାହା ଆଇପିଏଲ ୨୦୨୪ ର ଦ୍ୱିତୀୟ ପର୍ଯ୍ୟାୟକୁ ଦେଶ ବାହାରେ ସ୍ଥାନାନ୍ତର କରିବାକୁ ମନା କରି ଦେଇଛନ୍ତି।

ଅନେକ ରିପୋର୍ଟରେ କୁହାଯାଇଛି ଯେ, ଲୋକସଭା ନିର୍ବାଚନ ହେତୁ କିଛି ଆଇପିଏଲ୍ ଦଳ ଆଇପିଏଲ୍ ୨୦୨୪ର ଅବଶିଷ୍ଟ ମ୍ୟାଚ୍ ଦେଶରୁ ବାହାରକୁ ଆଣିବାକୁ ଦାବି କରିଛନ୍ତି। ଏପରିକି ଦାବି ଥିଲା ଯେ, ୟୁଏଇରେ ଆଇପିଏଲର ଦ୍ୱିତୀୟ ଭାଗ ଆୟୋଜନ କରିବାର ସମ୍ଭାବନାକୁ ବିସିସିଆଇ ସଦସ୍ୟମାନେ ଅନୁସନ୍ଧାନ କରୁଛନ୍ତି। ତେବେ ଜୟ ଶାହା ଏହି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଥିଲେ। ଏପ୍ରିଲ୍ ୧୯ ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ସାତୋଟି ପର୍ଯ୍ୟାୟରେ ୫୪୩ ଲୋକସଭା ଆସନ ପାଇଁ ଭୋଟ୍ ଅନୁଷ୍ଠିତ ହେବ। ୨୨ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ।

Categories
ଜାତୀୟ ଖବର ବିଶେଷ ଖବର

କମଲ ହାସନଙ୍କ ପରେ ଲୋକସଭା ନିର୍ବାଚନ ପୂର୍ବରୁ ଦଳ ଗଠନ କଲେ ସାଉଥ ଅଭିନେତା ବିଜୟ

ଚେନ୍ନାଇ: ଆଉ ଜଣେ ଅଭିନେତା ଦେଶର ରାଜନୀତିରେ ପ୍ରବେଶ କରିଛନ୍ତି। ଦକ୍ଷିଣର ଜଣାଶୁଣା କଳାକାର ଥାଲାପତି ବିଜୟ ଶୁକ୍ରବାର (୨ ଫେବ୍ରୁଆରି ୨୦୨୪) ରାଜନୈତିକ ଦଳର ନାମ ଘୋଷଣା କରିଛନ୍ତି। ତାଙ୍କ ଦଳର ନାମ ହେଉଛି ତାମିଲଗା ଭେଟ୍ରି କାଜାମ୍।
ଅଭିନେତା ବିଜୟଙ୍କ ଦ୍ୱାରା ଜାରି ବିବୃତିରେ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ମଧ୍ୟ କିଛି ସ୍ପଷ୍ଟ କରାଯାଇଛି । ତାଙ୍କ ଦଳ ୨୦୨୪ ନିର୍ବାଚନ ଲଢ଼ିବ ନାହିଁ ବୋଲି କୁହାଯାଇଛି। ଏହି ସମୟରେ ତାଙ୍କ ଦଳ କାହାକୁ ସମର୍ଥନ କରିବ ନାହିଁ। ସାଧାରଣ ଓ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ପାଇଁ ଦଳ ଏହି ନିଷ୍ପତ୍ତି ନେଇଛି।

ବିଜୟ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ବଡ଼ ନାମ। ତାମିଲ ବ୍ୟତୀତ ବିଜୟ ଆହୁରି ଅନେକ ଭାରତୀୟ ଭାଷାର ଫିଲ୍ମରେ ମଧ୍ୟ କାମ କରିଛନ୍ତି। ବିଜୟ ତାଙ୍କ ପ୍ରଶଂସକ ଏବଂ ଗଣମାଧ୍ୟମରେ ‘ଥାଲାପଥି’ (କମାଣ୍ଡର) ଭାବରେ ମଧ୍ୟ ପରିଚିତ। ସେ ତାମିଲ ସିନେମାରେ ସର୍ବାଧିକ ଆୟ କରୁଥିବା ଅଭିନେତାମାନଙ୍କ ମଧ୍ୟରେ ପରିଗଣିତ ହୁଅନ୍ତି। ସାରା ବିଶ୍ୱରେ ତାଙ୍କର ପ୍ରଶଂସକ ଅଛନ୍ତି।

ତେଲୁଗୁ ଦେଶମ ପାର୍ଟି ଆନ୍ଧ୍ରପ୍ରଦେଶରେ ଆନ୍ନା ଏବଂ ଏନଟିଆର ନାମରେ ଜଣାଶୁଣା ଏନଟି ରାମା ରାଓଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ସେ ୭ ବର୍ଷ ମୁଖ୍ୟମନ୍ତ୍ରୀ ରହିଥିଲେ। ଏହାବ୍ୟତୀତ ଆନ୍ନାଦୁରାଇ ମଧ୍ୟ ଅଭିନୟ କରି ଏକ ରାଜନୈତିକ ଦଳ ଗଠନ କରିଥିଲେ। ସେ ତାମିଲନାଡୁର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭିଏନ୍ ଜାନକୀ ନାମରେ ପରିଚିତ ଅଭିନେତ୍ରୀ ଜାନକୀ ରାମଚନ୍ଦ୍ରନ୍ ମଧ୍ୟ ରାଜନୀତିରେ ପ୍ରବେଶ କରି ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସ୍ୱାମୀ ତଥା ମୁଖ୍ୟମନ୍ତ୍ରୀ ଏମଜି ରାମଚନ୍ଦ୍ରନଙ୍କ ମୃତ୍ୟୁ ପରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏମଜିଆର ନାମରେ ଜଣାଶୁଣା ରାମଚନ୍ଦ୍ରନ ୧୯୭୭ରୁ ୧୯୮୭ ମଧ୍ୟରେ ଲଗାତାର ୧୦ ବର୍ଷ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥିଲେ। ଆମ୍ମା ନାମରେ ଜଣାଶୁଣା ଜୟଲଳିତା ରାଜନୀତିରେ ଆସିବା ପୂର୍ବରୁ ତାମିଲ ଫିଲ୍ମରେ ମଧ୍ୟ କାମ କରିଥିଲେ। ଏକଦା ତାମିଲ ଚଳଚ୍ଚିତ୍ରରେ ସ୍କ୍ରିପ୍ଟ ରାଇଟର ଭାବରେ କାମ କରିଥିବା ଏମ କରୁଣାନିଧି ୫ ଥର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥିଲେ।

କମଲ ହାସନ ୨୦୧୮ ଫେବୃୟାରୀରେ ରାଜନୈତିକ ଦଳ ମକ୍କଲ ନିଧି ମୈୟମ୍ ପାର୍ଟି ଗଠନ କରିଥିଲେ। ତେଲୁଗୁ ସୁପରଷ୍ଟାର ଚିରଞ୍ଜୀବୀ ୨୦୦୮ରେ ପ୍ରଜା ରାଜ୍ୟମ ପାର୍ଟି ନାମରେ ନିଜର ଦଳ ଗଠନ କରିଥିଲେ। ୨୦୦୯ ବିଧାନସଭା ନିର୍ବାଚନରେ ଦଳ ୧୮ଟି ଆସନରେ ବିଜୟୀ ହୋଇଥିଲା। ରଜନୀକାନ୍ତ ୨୦୧୭ ଡିସେମ୍ବରରେ ତାଙ୍କ ଦଳ ରଜନୀ ମନ୍ଦରରେ ଘୋଷଣା କରିଥିଲେ।

Categories
ଅପରାଧ ଆଜିର ଖବର

ଫେସବୁକରେ ଆତ୍ମହତ୍ୟାର ଲାଇଭ୍, ଜାଣନ୍ତୁ ଏ ପାଗଳାମି

ଚେନ୍ନାଇ: ପାଗଳାମିର ବି ଏକ ସୀମା ଥାଏ। ହେଲେ ଏମିତି ବି ଲୋକ ଥାଆନ୍ତି ଯାହାର ପାଗଳାମି ବି ଆଶ୍ଚର୍ଯ୍ୟ କଲା ଭଳି। ତାମିଲନାଡୁ ଥିରୁପୁର ଜିଲ୍ଲାର ୩୭ ବର୍ଷୀୟ ଜଣେ ଡ୍ରାଇଭର ରାମକୁମାର ଏକ ଘରୋଇ କମ୍ପାନିରେ କାମ କରନ୍ତି। କାହିଁକି କେଜାଣି ସେ ଆତ୍ମହତ୍ୟା କରିଛନ୍ତି, ହେଲେ ଫେସବୁକରେ ଏହାର ଲାଇଭ୍ କରିଛନ୍ତି।

ବୁଧବାର ଦିନ ସେ ତାଙ୍କ ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ପତ୍ନୀ କହନ୍ତି, ରାମକୁମାର ଜଣେ ନିଶାଖୋର, ଆଗରୁ ବହୁବାର ଆତ୍ମହତ୍ୟା ଉଦ୍ୟମ କରିଥିଲେ, କିନ୍ତୁ ବଞ୍ଚିଯାଇଥିଲେ। ପୋଲିସ କହିଛି, ରାମକୁମାର ନିଶାଗ୍ରସ୍ତ ହୋଇ ଘରକୁ ଫେରିଥିଲେ ଏବଂ ଫେସବୁକରେ ଲାଇଭ ଅପସନ ଖୋଲି ସିଲିଂ ଫ୍ୟାନରୁ ଝୁଲି ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ସେ ଏହି ନିଷ୍ପତ୍ତି ତାର ବାପାଙ୍କୁ ଜଣାଇ ଦେଇଥିଲା ଏବଂ ତା’ର ପୁଅର ଦେଖାଶୁଣା କରିବାକୁ ଅନୁରୋଧ କରିଥିଲା।

Categories
ଫଟୋ ଖବର

ପଞ୍ଚମ ପର୍ଯ୍ୟାୟ ଲକ୍‌ ଡାଉନ୍‌ରେ ଚେନ୍ନାଇର ଏକ ସେଲୁନ୍‌ରେ ଗ୍ରାହକଙ୍କ ଭିଡ

Chennai: Hairdressers busy giving hair cut to the customers after salons across Chennai reopened on the first day of the fifth phase of the nationwide lockdown imposed to mitigate the spread of coronavirus, on June 1, 2020. (Photo: IANS)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ ବସ୍‌ କଣ୍ଡକ୍ଟର

ଚେନ୍ନାଇ : ଚେନ୍ନାଇରେ ଜଣେ ମହିଳାଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି ଜନୈକ ବସ୍‌ କଣ୍ଡକ୍ଟର । ମହିଳାଙ୍କ କାର୍ଯ୍ୟକ୍ଷେତ୍ରରେ ପହଞ୍ଚି ବସ୍ କଣ୍ଡକ୍ଟର ଜଣଙ୍କ ମହିଳାଙ୍କୁ ଜୀଅନ୍ତା ଜାଳିଦେଇଥିଲେ । କଡାଲୋର୍‌ର ଉକ୍ତ 26 ବର୍ଷୀୟା ମହିଳା ଜଣଙ୍କ ଉକ୍ତ ଯୁବକଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଇଥିଲେ । କଥାବାର୍ତ୍ତା ବନ୍ଦ ହେବା କାରଣରୁ ରାଗରେ ଯୁବକ ଜଣକ ମହିଳାଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲେ । ମହିଳାଙ୍କ ଶରୀରର 20 ପ୍ରତିଶତ ପୋଡି ଯାଇଥିବା ବେଳେ କଡାଲୋର୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମହିଳା ଜଣଙ୍କ ପ୍ରାଣ ହରାଇଥିବା ବେଳେ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି । ଉଲ୍ଲେଖଯୋଗ୍ୟ ଯେ, ମୃତ ମହିଳା ଜଣଙ୍କ ହେଉଛନ୍ତି ଜେ ସଲୋମୀ । ତାଙ୍କ ସ୍ବାମୀ ଜନ୍‌ ଭିକ୍ଟର ଭାରତୀୟ ସେନାରେ କାର୍ଯ୍ୟ କରନ୍ତି । ବସ୍‌ରେ ଯିବା ସମୟରେ ଅଭିଯୁକ୍ତଙ୍କ ସହିତ ମହିଳାଙ୍କ ପରିଚୟ ହୋଇଥିଲା । (ଏଜେନ୍ସି)

Categories
ଆଜିର ଖବର

ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ୍‌ର ବୋଲିଂ ନିଷ୍ପତ୍ତି : ଶିବମ ଦୁବେଙ୍କ ଦିନିକିଆ ପଦାର୍ପଣ

ଚେନ୍ନାଇ, 15/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ସିରିଜ୍‌ର ଟି ଟ୍ବେଣ୍ଟି ସିରିଜ୍ ପରେ ଆଜିଠୁ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି । ଚେନ୍ନାଇର ଏମ୍‌ ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛି । ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ କେଦାର ଜାଦବ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଶିବମ ଦୁବେ ଦିନିକିଆ ପଦାର୍ପଣ କରିଛନ୍ତି । ସେହିପରି ଧଓ୍ବନ୍‌ଙ୍କ ଅନୁପସ୍ଥିତିରେ ରାହୁଲ୍‌ ଓପନିଂ ଦାୟିତ୍ବ ସମ୍ଭାଳିଥିବା ବେଳେ ଭୁବନେଶ୍ବର କୁମାରଙ୍କ ସ୍ଥାନରେ ଦୀପକ ଚହର ଦଳରେ ସ୍ଥାନ ପାଇଛନ୍ତି । (ଏଜେନ୍ସୀ)